ନେପାଳରେ ଭୂକମ୍ପ, ମୋଦି କହିଲେ ସବୁ ସହାୟତା ଯୋଗାଇବାକୁ ଆମେ ପ୍ରସ୍ତୁତ

କାଠମାଣ୍ଡୁ,୨୫ା୬: ଗୁରୁବାର ସକାଳେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ନେପାଳରେ ୨୫ କିଲୋମିଟର ଗଭୀରତାରେ ଆଜି ସକାଳ ୫.୨୧ରେ ଭୂକମ୍ପ ଅନୁଭୂତ ହୋଇଥିବା ଉଲ୍ଲେଖ ରହିଛି।

‘X’ରେ କୁହାଯାଇଛି, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୮ ଥିଲା। ଅଗଭୀର ଭୂକମ୍ପ ସାଧାରଣତଃ ଗଭୀର ଭୂକମ୍ପ ଅପେକ୍ଷା ଅଧିକ ବିପଜ୍ଜନକ। କାରଣ ଅଗଭୀର ଭୂକମ୍ପରୁ ସୁନାମି ଆସିବାର ଯଥେଷ୍ଟ ସମ୍ଭାବନା ଥାଏ। ଯାହା ଫଳରେ ଭୂକମ୍ପ ଅଧିକ ଶକ୍ତିଶାଳୀ ହୁଏ, ଅଧିକ କ୍ଷତି ପହଞ୍ଚାଏ ଏବଂ ଅଧିକ ମୃତାହତ ବି ହୁଅନ୍ତି।

ସେହିପରି ଭେନେଜୁଏଲାରେ ଶକ୍ତିଶାଳୀ ଭୂକମ୍ପ ହୋଇଛି। ୪୫ ସେକେଣ୍ଡ ମଧ୍ୟରେ ୨ଟି ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ସର୍ବାଧିକ  ୭.୫ ଓ ୭.୧ ରେକର୍ଡ ହୋଇଛି। ଏଥିରେ ୧୦୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଥିବା ଆଶଙ୍କା କରାଯାଉଛି। ସେହିପରି ଜମ୍ମୁ-କଶ୍ମୀର, ସିକିମ୍‌ ଏବଂ ଜାପାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି।

ଭେନେଜୁଏଲା ଭୂକମ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ। ସୋସିଆଲ୍‌ ମିଡିଆରେ ପ୍ରଧାନମନ୍ତ୍ରୀ ଭୟଙ୍କର ଭୂକମ୍ପ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।ମୃତକଙ୍କ ପରିବାର ପ୍ରତି ସମବେଦନା, ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି ମୋଦି। ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ମୋଦି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

ଲକ୍ଷ୍ନୌ,୨୪।୯: ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ…

ଦେଶରେ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର! ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୨୪।୯: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ହର୍ମୁଜ ସଙ୍କଟ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍‌ ଅଏଲ ଦର ଗତ କିଛି…

ପାଖରେ ରଖନ୍ତୁ କ୍ୟାସ୍‌, ଏହି ଦିନ ଦେଶରେ ବନ୍ଦ ରହିବ UPI! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୪।୯: ୟୁପିଆଇ (UPI) ଚାର୍ଜକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର…

ଏସିଆନ ଗେମ୍ସରେ ଇତିହାସ ରଚିଲେ ରୋଶିବିନା ଦେବୀ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ଆଇଚି-ନାଗୋୟା,୨୪।୯: ଏସିଆନ ଗେମ୍ସ ୨୦୨୬ରେ ଭାରତ ପାଇଁ ଆଉ ଏକ ପଦକ ଜିତିଛନ୍ତି ୱୁଶୁ ଖେଳାଳି ରୋଶିବିନା ଦେବୀ। ମହିଳା ୬୦ କିଲୋଗ୍ରାମ ବର୍ଗରେ ସେ ରୌପ୍ୟ…

ଘୂର୍ଣ୍ଣିିବାତ୍ୟାକୁ ନେଇ IMDର ବଡ଼ ଆଲର୍ଟ! ଆସନ୍ତା ୧୨ ଘଣ୍ଟା ଯାଏ…

ନୂଆଦିଲ୍ଲୀ,୨୪।୯: ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଥିବା ଗଭୀର ଅବପାତ (Deep Depression) ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଧୀରେ ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?