ଭୂକମ୍ପ ମୃତ୍ୟୁ ୬,୨୦୦ ଟପିଲା

ଆଡାନା(ତୁର୍କୀ)/ଜେନେଭା,୮।୨: ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ମଙ୍ଗଳବାର ୬,୨୫୬ରେ ପହଞ୍ଚତ୍ଛି। ତୁର୍କୀରେ ୪,୫୪୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସିରିଆରେ ୧,୭୧୨ ଜଣଙ୍କ ଜୀବନ ଯାଇଛି। ୭.୮ ତୀବ୍ରତାର ଭୂକମ୍ପ ଓ ପରେ ପ୍ରାୟ ୨୦୦ ଥର ପଶ୍ଚାତ୍‌ କମ୍ପନ ଯୋଗୁ ହଜାର ହଜାର କୋଠା ଧରାଶାୟୀ ହୋଇଛି। କୋଠାଗୁଡ଼ିକର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ବହୁସଂଖ୍ୟାରେ ମୃତଦେହ ମିଳିବାରେ ଲାଗିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।
ଭାରତ ସମେତ ବିଭିନ୍ନ ଦେଶ ତୁର୍କୀ ଓ ସିରିଆକୁ ଉଦ୍ଧାରକାରୀ ଟିମ୍‌ ଓ ସହାୟତା ପଠାଇବାରେ ଲାଗିଛନ୍ତି। ଏବେ ୨୪,୪୦୦ ଜରୁରୀ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭୂକମ୍ପରେ କେବଳ ତୁର୍କୀରେ ପାଖାପାଖି ୬,୦୦୦ ବିଲ୍ଡିଂ ଭୁଶୁଡ଼ିଥିବାବେଳେ ସେହି ଅନୁଯାୟୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ ନୁହେଁ। ଭଗ୍ନାବଶେଷ ତଳେ ରହିଥିବା ଲୋକଙ୍କୁ ଖୋଜି ବାହାର କରିବା ଲାଗି ବିଯୁକ୍ତ ତାପମାତ୍ରା ସତ୍ତ୍ୱେ ଉଦ୍ୟମ ଅବ୍ୟାହତ ରହିଥିବା ତୁର୍କୀ କର୍ତ୍ତୃପକ୍ଷ କହିଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳର ଦକ୍ଷିଣପଶ୍ଚିମରେ ଅବସ୍ଥିତ ହାତାୟ ପ୍ରଦେଶରେ ୧,୫୦୦ ବିଲ୍ଡିଂ ଧ୍ୱଂସ ହୋଇଥିବାବେଳେ ଏହା ତଳେ ଅନେକ ଲୋକ ରହିଯାଇଛନ୍ତି। ସେଠାରେ ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ୍‌ କିମ୍ବା ସହାୟତା ପହଞ୍ଚତ୍ ନ ଥିବା ଅଭିଯୋଗ ହୋଇଛି। ଭୂକମ୍ପରେ ଘରଦ୍ୱାର ହରାଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଯୁକ୍ତ ତାପମାତ୍ରାରେ ଅନେକେ ଖୋଲା ଆକାଶ ତଳେ ପଡ଼ିରହିଛନ୍ତିି। ତୁଷାରପାତ ଓ ବର୍ଷା ଯୋଗୁ କେତେକ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୮ ଗୁଣ ବଢ଼ିପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପୂର୍ବାନୁମାନ କରିଛି। ପଶ୍ଚାତ୍‌ କମ୍ପନ ଲାଗିରହିଥିବାରୁ ଅଧିକ ଘର ଭାଙ୍ଗିବାରେ ଲାଗିଛି। ତେଣୁ ମୃତ୍ୟୁସଂଖ୍ୟା ୮ ଗୁଣ ବଢ଼ିବା ଆଶଙ୍କା କରାଯାଉଛି ବୋଲି ଡବ୍ଲ୍ୟୁଏଚ୍‌ଓର ବରିଷ୍ଠ ଏମର୍ଜେନ୍ସି ଅଫିସର କାଥେରିନ୍‌ ସ୍ମଲ୍‌ଉଡ୍‌ କହିଛନ୍ତି। ଭୂକମ୍ପ ମୃତ୍ୟୁସଂଖ୍ୟା ୨୭୦୦ରେ ପହଞ୍ଚତ୍ଥିବାବେଳେ ସେ ଏଭଳି ଆକଳନ କରିଥିଲେ। ବଡ଼ ଭୂକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିବା ସହ ବହୁ ଲୋକ ବାସହରା ହୋଇଥିବାରୁ ଏବେ ସିରିଆ ପାଇଁ ମାନବୀୟ ସହାୟତା ସର୍ବାଧିକ ଆବଶ୍ୟକ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି। ବିପର୍ଯ୍ୟୟ କ୍ଷୟକ୍ଷତିର ମୁକାବିଲା କରିବାରେ ତୁର୍କୀ ସମର୍ଥ ହୋଇଥିଲେ ହେଁ ସୀମାନ୍ତ ଦେଶ ସିରିଆ ପାଇଁ ତୁରନ୍ତ ସହାୟତା ଜରୁରୀ ହୋଇପଡ଼ିଛି। ଗୃହଯୁଦ୍ଧ ଏବଂ କଲେରା ବ୍ୟାପିବା ଯୋଗୁ ଏହି ଦେଶ ପ୍ରାୟ ୧୨ ବର୍ଷ ହେଲା ମାନବୀୟ ସଙ୍କଟରେ ରହିଥିବାବେଳେ ଭୂକମ୍ପ କ୍ଷୟକ୍ଷତି ଏହାକୁ ଆହୁରି ବଢ଼ାଇ ଦେଇଛି। ୧୪ ଲକ୍ଷ ଶିଶୁଙ୍କ ସମେତ ୨.୩ କୋଟି ଲୋକ ଭୂକମ୍ପ ଯୋଗୁ ପ୍ରଭାବିତ ହୋଇପାରନ୍ତି ବୋଲି ଡବ୍ଲ୍ୟୁଏଚ୍‌ଓର ବରିଷ୍ଠ ଅଧିକାରୀ ଆଡେଲହେଡ୍‌ ମାର୍ସାଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?