Posted inଜାତୀୟ

ଏନସିପିରେ ପୁଣି ଭୂକମ୍ପ: ଶରଦ ପାଓ୍ବାରଙ୍କୁ ଭେଟିବାକୁ ପହଞ୍ଚିଲେ ଛଗନ-ଆଦିତି-ହସନ…

ମୁମ୍ବାଇ,୧୬।୭ : ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଏନସିପିକୁ ନେଇ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ ଅଜିତ ପାୱାର ଦଳର ବିଧାୟକମାନେ ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିବା ପାଇଁ ଓ୍ବାଇବି ଚୌହ୍ବାନ କେନ୍ଦ୍ରରେ ପହଞ୍ଚିଛନ୍ତି ବୋଲି ଖବର ପ୍ରକାଶ ପାଇଛି। କେନ୍ଦ୍ରରେ ପହଞ୍ଚିଥିବା ନେତା ମାନଙ୍କ ମଧ୍ୟରେ ଛଗନ ଭୁଜବଲ, ଆଦିତି ନଟକରେ, ହାସନ ମଶରିଫ ଅଛନ୍ତି।

ଏନସିପିକୁ ହାତେଇବା ପାଇଁ ଲଢ଼େଇ ଜାରି ରହିଛି। ଜୁଲାଇ ୨ ରେ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଏନଡିଏରେ ଯୋଗଦେବାକୁ ଘୋଷଣା କରିଥିଲେ। ସେ ବର୍ତ୍ତମାନ ଭାଜପା ନେତୃତ୍ୱାଧୀନ ଏନଡିଏ ମିଳିତ ସରକାରରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ଅଜିତ ପାୱାରଙ୍କ ଦଳ ୪୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛି। ବର୍ତ୍ତମାନ ଉଭୟ ଦଳ ନିଜର ଦାବି ରଖିଛନ୍ତି। ଏହା ବ୍ୟତୀତ ଉଭୟ ଦଳ ମଧ୍ୟ ଏହି କେତେକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ଏନଡିଏରେ ଯୋଗ ଦେଇଥିବା ନଅ ବିଦ୍ରୋହୀ ମନ୍ତ୍ରୀ ହୋଇଥିଲେ। ଦଳର ନିଷ୍ପତ୍ତିରେ ବିରକ୍ତ ହୋଇ ଅଜିତ ପାୱାର ହଠାତ ଏନଡିଏରେ ଯୋଗଦେବାକୁ ଘୋଷଣା କରିଥିଲେ। ସେ ଆଠ ଏନସିପି ବିଧାୟକଙ୍କ ସହ ରାଜ ଭବନରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାରରେ ଯୋଗ ଦେଇ ସେ ନିଜେ ଡେପୁଟି ସିଏମ ଭାବରେ ଶପଥ ଗ୍ରହଣ କରିଥିଲେ। ଅନ୍ୟ ଆଠ ଜଣ ଏନସିପି ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଅଜିତ ଦଳ ଦାବି କରିଛନ୍ତି ସେମାନଙ୍କ ପାଖରେ ୪୦ ରୁ ଅଧିକ ଏନସିପି ବିଧାୟକଙ୍କ ସମର୍ଥନ ରହିଛି। ପ୍ରକୃତ ଏନସିପି କେବଳ ଅଜିତ ପାୱାରଙ୍କ ସହିତ ଅଛି ବୋଲି ତାଙ୍କ ସମର୍ଥକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?