ନୂତନ ଦଧିନଉତି ବସିବ, ଲାଗିବ ଆର୍ଥିଂ

ପୁରୁଣା ଭୁବନେଶ୍ୱର,୨୦।୭(ସୁବାସ ଚନ୍ଦ୍ର ପ୍ରଧାନ)ଗତ ଶନିବାର ବଜ୍ରପାତରେ ମାଉସୀମା ଛକସ୍ଥିତ ରାମେଶ୍ୱର ମନ୍ଦିରର ଦଧିନଉତି ଖସିପଡ଼ିଥିଲା। ଦଧି ନଉତିଟି ସମ୍ପୂର୍ଣ୍ଣ ଭାଙ୍ଗି ମନ୍ଦିରର ଚତୁଃପାର୍ଶ୍ୱରେ ଏଣେତେଣେ ପଡ଼ିଥିଲା। ଏଏସ୍‌ଆଇ କର୍ମଚାରୀମାନେ ଏହାର ଭଗ୍ନାବଶେଷଗୁଡ଼ିକୁ ସଂଗ୍ରହ କରି ଷ୍ଟୋର ରୁମରେ ରଖିଛନ୍ତି। ଠାକୁରଙ୍କ ନୀତିକାନ୍ତି ସ୍ବଭାବିକ ହେବା ନେଇ ବିଭାଗ ପକ୍ଷରୁ ଅସ୍ଥାୟୀଭାବେ ମନ୍ଦିର ଚୁଡ଼ାରେ ବାଲିବସ୍ତାରେ ପତାକା ଲଗାଯାଇଛି। ସ୍ଥାୟୀ ଦଧି ନଉତିଟି କୁଣ୍ଡା ପଥରେ ନିର୍ମିତ ହେବ। ଏ ନେଇ ଏଏସ୍‌ଆଇର ସ୍ବତନ୍ତ୍ର କାରିଗର ଲାଗିପଡ଼ିଛନ୍ତି। ଅନ୍ୟପଟେ ମନ୍ଦିରର ଆର୍ଥିଂ ନଥିବାରୁ ଦଧି ନଉତିଟି ଭାଙ୍ଗିଯିବା ନେଇ ଏଏସ୍‌ଆଇ ଜଣେ ଅଧିକାରୀ ସ୍ପଷ୍ଟୀକରଣ ଦେଇଛି।
ସୂଚନା ଥାଉକି ,୨୦୧୮ ମସିହାରୁ ସମାନ ଘଟଣାରେ ଅର୍ଥାଥ ବଜ୍ରପାତରେ ଜମ୍ବେଶ୍ୱର ମନ୍ଦିର, ବାବା ଅନନ୍ତବାସୁଦେବ ମନ୍ଦିର, ୧୫.ଜୁଲାଇ ୨୩ରେ ରାମେଶ୍ୱର ମନ୍ଦିର ଚୁଡ଼ାରେ ଥିବା ଦଧି ନଉତିଟି ଭାଙ୍ଗିଯାଇଥିଲା। ଘଟଣା ନେଇ ଏଏସ୍‌ଆଇ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଏବେ ରାମେଶ୍ୱର ମନ୍ଦିର ଚୁଡ଼ାରେ ନୂତନ ଦଧି ନଉତି ବସାଯିବା ସହ ଆର୍ଥିଂ ଲଗାଯିବ। ଏ ନେଇ ଆର୍ଥିଂ ଲଗାଇବାକୁ ସ୍ବତନ୍ତ୍ର କମ୍ପାନୀ ସହ ଯୋଗାଯୋଗ ସରିଛି। ଗୁରୁବାର କିମ୍ବା ଶୁକ୍ରବାର ଏଏସ୍‌ଆଇର ସୁପରିଂଣ୍ଟେଣ୍ଡେଣ୍ଟ ନିଜେ ବୈଷୟିକ ଟିମ୍‌ ସହ ମନ୍ଦିର ଚୁଡ଼ାର ସ୍ଥିତି ଅନୁସନ୍ଧ୍ୟାନ କରିବାପରେ ଉଭୟ କାର୍ଯ୍ୟ ଆରମ୍ଭ ହେବ। ରାମେଶ୍ୱର ମନ୍ଦିର ଚୁଡ଼ାକୁ ସ୍ବତନ୍ତ୍ର ଭାଡ଼ା ବନ୍ଧାଯିବ, କାରଣ ମନ୍ଦିର ଚୁଡ଼ାକୁ କୁଶଳି କାରିଗର ଯିବାପାଇଁ ଲଗାଯଇଥିବା ଭଡ଼ାରେ ଅଧିକାରୀ କିମ୍ବା ସାଧାରଣ ୍ଯଯକ୍ତିଟିଏ ଚଢିକରି ଯିବା ସହଜ ହୋଇନଥାଏ।
ଏକାମ୍ର କ୍ଷେତ୍ରରେ ୧୮ କୀର୍ତ୍ତିରାଜି
ଏଏସ୍‌ଆଇ ଅଧୀନରେ ଓଡ଼ିଶାରେ ମୋଟ ୮୦ଟି କୀର୍ତ୍ତିରାଜି ରହିଥିଲା। ନିକଟରେ ଏଏସ୍‌ଆଇର ପୁରୀ ସର୍କଲ ଗଠିତ ହେବାରୁ ଏଗୁଡ଼ିକ ଉଭୟ ସର୍କଲରେ ବଣ୍ଟନ କରାଯାଇଛି। ଏଏସ୍‌ଆଇର ଭୁବନେଶ୍ୱର ସର୍କଲରେ ଥିବା ୪୬ଟି କୀର୍ତ୍ତିରାଜି ମଧ୍ୟରୁ ସହର ଏବଂ ଆଖପାଖ ଅଞ୍ଚଳ ଯଥା: ଶିଶୁପାଳଗଡ଼, ହିରାପୁର ୬୪ ଯୋଗିନୀ ମନ୍ଦିର ଏବଂ ଧଉଳି ଆଦିକୁ ମିଶାଇ ୨୮ଟି କୀର୍ତ୍ତିରାଜି ରହିଥିବାବେଳେ ଏକାମ୍ର କ୍ଷେତ୍ର ଅଧିନରେ ୧୮କୀର୍ତ୍ତିରାଜି ରହିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri