Posted inଫୁରସତ

ଇୟର୍‌ ପିୟରସିଂ

ଇୟର୍‌ ପିୟରସିଂର ଫ୍ୟାଶନ କେବେ ବି ଆଉଟ୍‌ ଡେଟେଡ୍‌ ହୁଏ ନାହିଁ। ଏବେ ତ ପୁଣି ମଲ୍ଟିପୁଲ୍‌ ଇୟର୍‌ ପିୟରସିଂର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି; ଯେଉଁଥିରେ ଯୁବପିଢିମାନେ କାନର ଏକାଧିକ ସ୍ଥାନରେ ପିୟରସିଂ କରି ଡିଫରେଣ୍ଟ ଲୁକ୍‌ ପାଇ ପାରୁଛନ୍ତି। ତେବେ ଏହି ଟାଇପ୍‌ର ଇୟର୍‌ ପିୟରସିଂରେ କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ରହିଛି ଜାଣନ୍ତୁ ସେ ସମ୍ପର୍କରେ…
ପିୟରସିଂର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ଟିକେ ଡିଫରେଣ୍ଟ ଲୁକ୍‌ ପାଇବା ପାଇଁ ଆଜିକାଲିର ମଡର୍ଣ୍ଣ ଯୁବତୀମାନେ ଶରୀରର ବିଭିନ୍ନ ଅଙ୍ଗ ଯେମିତିକି କାନ, ନାକ, ଓଠ, ଆଇବ୍ରୋ ତଥା ନାଭି ଆଦିରେ ପିୟରସିଂ କରାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଏସବୁ ଭିତରୁ ଇୟର୍‌ ପିୟରସିଂର କଥା ହିଁ କିଛି ନିଆରା। କେହି କେହି ତ ଏବେ କାନରେ ମଲ୍ଟିପୁଲ୍‌ ଇୟର୍‌ ପିୟରସିଂ ବି କରାଉଥିବା ନଜିର ଆସୁଛି; ଯାହା ଦେଖିବାକୁ ଖୁବ୍‌ ଟ୍ରେଣ୍ଡି ଲାଗୁଛି। ତେବେ ଏହି ମଲ୍ଟିପଲ୍‌ ଇୟର୍‌ ପିୟରସିଂ କ’ଣ ଆଉ ଏହାର ଲାଟେଷ୍ଟ ଡିଜାଇନ୍‌ ସବୁ କ’ଣ ରହିଛି ଜାଣନ୍ତୁ ସେ ସମ୍ପର୍କରେ…
ଇୟର୍‌ ପିୟରସିଂ କେତେ ପ୍ରକାରର: ମୁଖ୍ୟତଃ କାନର ଏକାଧିକ ସ୍ଥାନରେ କାନ ଫୋଡିବାକୁ ମଲ୍ଟିପୁଲ୍‌ ଇୟର୍‌ ପିୟରସିଂ କୁହାଯାଇଥାଏ। ଫ୍ୟାଶନ ଦୁନିଆରେ ପ୍ରାୟ ୧୬ ପ୍ରକାରର ଇୟର୍‌ ପିୟରସିଂ ହେଉଥିବାର ସୂଚନା ରହିଛି। ଯଥା: ଷ୍ଟାଣ୍ଡାର୍ଡ ଲୋବ୍‌ ଇୟର୍‌ ପିୟରସିଂ, ଡେଥ୍‌ ପିୟରସିଂ, ହେଲିକ୍ସ ପିୟରସିଂ, ଫରଓ୍ବାର୍ଡ ହେଲିକ୍ସ ପିୟରସିଂ, ଟ୍ରାଙ୍ଗୁସ୍‌ ପିୟରସିଂ, ଆଣ୍ଟି- ଟ୍ରାଙ୍ଗୁସ୍‌ ପିୟରସିଂ, କୋଞ୍ଚ ପିୟରସିଂ, ଇନର୍‌ କୋଞ୍ଚ ପିୟରସିଂ, ଆଉଡର୍‌ କୋଞ୍ଚ ପିୟରସିଂ, ଇଣ୍ଡଷ୍ଟ୍ରିଆଲ୍‌ ପିୟରସିଂ, ହାଇ-ଲୋବ୍‌ ପିୟରସିଂ, ରକ୍‌ ପିୟରସିଂ, ମିଡ୍‌ ହେଲିକ୍ସ ପିୟରସିଂ, ସଙ୍ଗ୍‌ ପିୟରସିଂ, ଅରବିଟାଲ୍‌ ପିୟରସିଂ, ମଲ୍ଟିପୁଲ୍‌-ଲୋବ୍‌ ପିୟରସିଂ ଇତ୍ୟାଦି।
ତେବେ ଏସବୁ ଭିତରୁ ମୁଖ୍ୟତଃ ମଲ୍ଟିପୁଲ୍‌-ଲୋବ୍‌, ଇଣ୍ଡଷ୍ଟ୍ରିଆଲ୍‌, କୋଞ୍ଚ, ହେଲିକ୍ସ, ଡେଥ୍‌ ତଥା ଫରଓ୍ବାର୍ଡ-ହେଲିକ୍ସ ଇୟର୍‌ ପିୟରସିଂର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି।
* ମଲ୍ଟିପୁଲ୍‌-ଲୋବ୍‌ ଇୟର୍‌ ପିୟରସିଂ: ଏହି ଷ୍ଟାଇଲ୍‌ର ଇୟର୍‌ ପିୟରସିଂ ଯୁବତୀଙ୍କୁ ଆଉଟ୍‌ଷ୍ଟାଣ୍ଡିଂ ଲୁକ୍‌ ଦେଇଥାଏ। ଏଥିରେ ମୁଖ୍ୟତଃ ୩/୪ଟି ଲୋବ୍‌କୁ କାନରେ ପାଖାପାଖି ଫୋଡାଯାଇଥାଏ। ମୁଖ୍ୟତଃ ରାଉଣ୍ଡ ଶେପ୍‌ର ହୋଇଥିବା ଏହି ଲୋବ୍‌ରେ ଯୁବତୀ ଚାହିଁଲେ ଛୋଟ ଛୋଟ ଝୁମ୍‌କା ଓହଳାଇ ମଧ୍ୟ କାନକୁ ଆଉ କିଛି ଭିନ୍ନ ଲୁକ୍‌ ଦେଇପାରିବେ।
*ଇଣ୍ଡଷ୍ଟ୍ରିଆଲ୍‌ ଇୟର୍‌ ପିୟରସିଂ: ଏହି ପିୟରସିଂକୁ କରିବା ଟିକେ କଷ୍ଟଦାୟକ ହୋଇଥାଏ। କାନର ଉପରି ଭାଗରେ ଲମ୍ବା କରି ଫୋଡା ଯାଉଥିବା ଏହି ପିୟରସିଂର ଆରୋ ଶେପ୍‌ ଡିଜାଇନ୍‌କୁ ଯୁବତୀମାନେ ଅଧିକ ପସନ୍ଦ କରିଥାନ୍ତି।
*କୋଞ୍ଚ ଇୟର୍‌ ପିୟରସିଂ: ମୁଖ୍ୟତଃ ଷ୍ଟଡ୍‌ ଷ୍ଟାଇଲ୍‌ରେ ଆସୁଥିବା ଇୟର୍‌ ରିଂକୁ କାନର ଠିକ୍‌ ମଝି ସ୍ଥାନରେ ଲଗାଇ ଏହି ପିୟରସିଂ କରାଯାଇଥାଏ।
* ହେଲିକ୍ସ ଇୟର୍‌ ପିୟରସିଂ: ଏହାକୁ ମୁଖ୍ୟତଃ କାନର ଉପରି ଭାଗରେ କରାଯାଇଥାଏ। ଏଥିରେ ଯୁବତୀ ଚାହିଁଲେ ଷ୍ଟୋନର ଷ୍ଟଡ୍‌ ଲଗାଇ ଡିଫରେଣ୍ଟ୍‌ ଲୁକ୍‌ ପାଇପାରିବେ।
* ଡେଥ୍‌ ଇୟର୍‌ ପିୟରସିଂ: କାନର ମଝି ଭାଗରେ ରିଙ୍ଗ୍‌ ଶେପ୍‌ର କାନଫୁଲ ଲଗାଇବାକୁ ଡେଥ୍‌ ଇୟର୍‌ ପିୟରସିଂ କୁହାଯାଇଥାଏ। କେହି କେହି ଏହି ସ୍ଥାନରେ ଷ୍ଟୋନ ହୁପ୍‌ ଲଗାଇ ବି ଟ୍ରେଣ୍ଡି ଲୁକ୍‌ ପାଇଥାନ୍ତି।
* ଫରଓ୍ବାର୍ଡ ହେଲିକ୍ସ ଇୟର୍‌ ପିୟରସିଂ: ଏହାକୁ କାନର ପୁରା ଉପରି ଭାଗରେ କରାଯାଇଥାଏ। ଏହି ସ୍ଥାନରେ ବି ଷ୍ଟୋନ ଷ୍ଟଡ୍‌ ଲଗାଇଲେ ବେଶ୍‌ ସୁନ୍ଦର ଦେଖାଯାଇଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?