‘ଅଦ୍ୱିକା ଆପ୍‌’ ମାଧ୍ୟମରେ ଜୀବନକୌଶଳ ଶିକ୍ଷା

ଭୁବନେଶ୍ୱର, ୨୧।୪(ବ୍ୟୁରୋ):ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟ ସରକାରଙ୍କ ‘ଅଦ୍ୱିକା’ କାର୍ଯ୍ୟକ୍ରମକୁ ଅଧିକ ସୁଗମ ଓ ସାର୍ବଜନୀନ କରିବା ଲାଗି ପ୍ରସ୍ତୁତ ହୋଇଛି ‘ଅଦ୍ୱିକା ଆପ୍‌’। ବୁଧବାର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉନ୍ମୋଚନ କରିଛନ୍ତି। ୨୦୨୦ ଅକ୍ଟୋବରରେ ଆରମ୍ଭ ହୋଇଥିବା ଅଦ୍ୱିକା କାର୍ଯ୍ୟକ୍ରମ ଅଦ୍ୟାବଧି ରାଜ୍ୟର ପ୍ରତ୍ୟେକ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପହଞ୍ଚତ୍ପାରିଛି। ୧୨ ଲକ୍ଷ କିଶୋରୀକିଶୋରଙ୍କ ଦକ୍ଷତା, ଶିକ୍ଷା, ଜୀବନକୌଶଳ ଆଦିରେ ଉନ୍ନତି ଅଣାଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିଛି। ସେମାନେ ଏହି ବୈଷୟିକ ଜ୍ଞାନ କୌଶଳ ସମେତ ଆପ୍‌ ମାଧ୍ୟମରେ ଜୀବନ କୌଶଳ ସମ୍ପର୍କରେ ଶିକ୍ଷା ଲାଭ କରିବା ସହିତ ବ୍ୟକ୍ତିତ୍ୱକୁ ପ୍ରସ୍ଫୁଟିତ କରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଅଧିକ ସଶକ୍ତ ଓ ସୁଦୃଢ଼ କରାଯିବ। କିଶୋରୀକିଶୋରଙ୍କ ନେତୃତ୍ବ ବିକାଶ ପାଇଁ ବିବିଧ କାର୍ଯ୍ୟକ୍ରମ କରାଯିବ। ବିଭାଗ ଓ ଆମ ସମସ୍ତଙ୍କ ସହଯୋଗରେ ରାଜ୍ୟକୁ ୨୦୩୦ ସୁଦ୍ଧା ବାଲ୍ୟବିବାହ ମୁକ୍ତ କରିବାରେ ସଫଳ ହୋଇପାରିବା ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ବିଭାଗୀୟ କମିଶନର ତଥା ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କହିଛନ୍ତି, କିଶୋରୀକିଶୋରମାନେ ହେଉଛନ୍ତି ସମାଜର ସର୍ବୋତ୍କୃଷ୍ଟ ସମ୍ବଳ। ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ବିଭାଗ ବଦ୍ଧ ପରିକର। ଅଦ୍ୱିକା କାର୍ଯ୍ୟକ୍ରମ ଜରିଆରେ ୨୦୨୧-୨୨ ବର୍ଷରେ ୧୭୩୭ଟି ବାଲ୍ୟବିବାହକୁ ରୋକାଯିବା ସହ ପାଖାପାଖି ୧୨ ହଜାର ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରାଯାଇଛି। ଅଦ୍ୟାବଧି ବାଲ୍ୟବିବାହରୁ ଉଦ୍ଧାର କରାଯାଇଥିବା ୧୭ରୁ ୧୯ ବର୍ଷର ୧୩,୬୧୪ଜଣ କିଶୋରୀକିଶୋରଙ୍କୁ ଦୀନଦାୟଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଓ କୌଶଳ ବିକାଶ ମିଶନରେ ସାମିଲ କରାଯାଇ ସେମାନଙ୍କ ଦକ୍ଷତା ଓ କୌଶଳ ବିକଶିତ କରାଯାଇ ସ୍ବାବଲମ୍ବୀ କରାଯାଇପାରିଥିବା ସୂଚନା ଦିଆଯାଇଛି।କ ଏହି ଆପ୍‌କୁ ୟୁନିସେଫ୍‌, ୟୁୱାହ ଓ ମାଇକ୍ରୋସଫ୍ଟ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। କାର୍ଯ୍ୟକ୍ରମରେ ୟୁନିସେଫ୍‌ ଭାରତର ୟୁୱାହ ମୁଖ୍ୟ ଧୂୱାରାଖା ଶ୍ରୀରାମ, ମାଇକ୍ରୋସଫ୍ଟ ଫିଲାନ୍‌ଥ୍ରୋପିସ୍‌ର ନିର୍ଦ୍ଦେଶକ ମଞ୍ଜୁ ଦାସମାନା ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ସ୍ବାଗତ ଭାଷଣ ଦେଇଥିଲେ। ସମସ୍ତ ଜିଲାର ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ ଓ କିଶୋରୀକିଶୋର ଯୋଗଦେଇ ଅନୁଭୂତି ଉପସ୍ଥାପନ କରିଥିଲେ। ଏହି ଆପ୍‌ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରୁ ବ୍ଲାକ୍‌ ଫଙ୍ଗସ୍‌ ନେଲାଣି ୨୦ ଜୀବନ

ଭୁବନେଶ୍ୱର,୫।୭: ରାଜ୍ୟରେ ୨୦ ଜଣ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ପ୍ରାଣ ହରାଇଛନ୍ତି। ୧୩୦ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ...

ବାଲେଶ୍ୱର ଏସ୍‌ପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧ା୬(ବ୍ୟୁରୋ): ବାଲେଶ୍ୱର ଜିଲା ଔପଦା ବ୍ଲକ ସୋରିଷପାଳ ଗ୍ରାମର ଅନ୍ନପୂନ୍ନା ପାଢୀଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମୃତ୍ୟୁ ହୋଇଥିଲା। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରକୁ ପରିବାର ଲୋକେ...

୭ଦିନରେ ସ୍ପଷ୍ଟୀକରଣ ଦେବେ ସରକାର

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଘରୋଇ ସ୍କୁଲ ଫି’ ଛାଡ଼ ସମ୍ପର୍କିତ ମାମଲାରେ ହାଇକୋର୍ଟ ସୋମବାର ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। କେତେକ ଘରୋଇ ସ୍କୁଲ ପକ୍ଷରୁ ଆଗତ...

ଗ୍ୟାସ୍‌ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧. ୩୧ ଲକ୍ଷ ଟଙ୍କା

ସୋର, ୧ା୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ବ୍ଲକ ଅଧୀନ ମୁଳିସିଂ ରାସ୍ତା ଲେଭଲକ୍ରସିଂ ନିକଟରେ ଗୁରୁବାର ରାତିରେ ୩ଜଣ ଗ୍ୟାସ୍‌ କର୍ମଚାରୀ ଗୋଦାମରେ ଗାଡ଼ି ରଖି...

୨୩ରେ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ...

୧୧ ମାସ ପରେ ଖୋଲିଲା ଆଇଆଇଏମ୍‌

ସମ୍ବଲପୁର,୧୧ା୨(ବ୍ୟୁରୋ): ମହାମାରୀ କରୋନା କଟକଣା ପରେ ସମ୍ବଲପୁର ଆଇଆଇଏମ୍‌ ବୁଧବାରଠାରୁ ଖୋଲାଯାଇଛି। ଚଳିତ ଶିକ୍ଷାବର୍ଷ ଓ ପୂର୍ବ ବର୍ଷର କେତେକ ଛାତ୍ରୀଛାତ୍ର କ୍ୟାମ୍ପସ୍‌ରେ ପହଞ୍ଚତ୍ଛନ୍ତି। ପ୍ରତିଷ୍ଠାନ...

ପେଟ୍ରୋଲ ପମ୍ପ୍‌ରୁ ୨୦ ଲକ୍ଷ ଲୁଟ୍‌

କେନ୍ଦୁଝର,୨୧ା୩(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ପଦ୍ମପୁର ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ସୋମବାର ୨୦ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ତେଲ...

ଯେଉଁଠି ପିସିଆର୍‌, ସେଇଠି ନିଶା ବେପାର

ଭୁବନେଶ୍ୱର,୨୨ା୧୧: ଯେଉଁଠି ପିସିଆର୍‌, ସେଇଠି ବି ଚାଲିଛି ବେଆଇନ ବେପାର। ଯେଉଁଥିପାଇଁ ରାଜଧାନୀରେ ଦିନକୁ ଦିନ ଅସାମାଜିକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅପରାଧୀମାନେ ସରକାରୀ ଜମି...

Advertisement
Archives

Model This Week