Posted inଖେଳ

‘ପ୍ରତି ରାଜ୍ୟ ଗୋଟିଏ କ୍ରୀଡ଼ାକୁ ଅଗ୍ରାଧିକାର ଦେବେ’

ନୂଆଦିଲ୍ଲୀ, ୯ା୭(ପି.ଟି.)- ଭାରତର ପ୍ରତ୍ୟେକ ରାଜ୍ୟ ଗୋଟିଏ ଲେଖାଏ କ୍ରୀଡ଼ାକୁ ଅଗ୍ରାଧିକାର ଦେବେ। ଉକ୍ତ କ୍ରୀଡ଼ାର ଉନ୍ନତି ପାଇଁ ସମ୍ପୃକ୍ତ ରାଜ୍ୟ ଫୋକସ କରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ଏହି ପରାମର୍ଶ ଦିଆ ଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବୁଧବାର ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସରେ ଅଧିକ ପଦକ ହାସଲ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। କର୍ପୋରେଟ୍‌ ସେକ୍ଟରକୁ ମଧ୍ୟ ସମାନ ପରାମର୍ଶ ଦିଆ ଯାଇଛି ବୋଲି ‘ରୋଲ ଅଫ୍‌ କର୍ପୋରେଟ୍‌ ଇଣ୍ଡିଆ ଫର ଫିଟ୍‌ ଇଣ୍ଡିଆ’ ଶୀର୍ଷକରେ ଆସୋଚାମ ପକ୍ଷରୁ ଆୟୋଜିତ ଓ୍ବେବିନାରରେ ଭାଗନେଇ ରିଜିଜୁ ପ୍ରକାଶ କରିଛନ୍ତି। ” ଆମେ ରାଜ୍ୟ ଗୁଡ଼ିକୁ ଗୋଟିଏ ଲେଖାଏ କ୍ରୀଡ଼ାକୁ ବାଛିବା ପାଇଁ ଚିଠି ଲେଖିଛୁ। ଉଦାହରଣ ସ୍ବରୂପ ମଣିପୁର ବକ୍ସିଂ ଏବଂ ସିପକ୍‌ଟାକ୍ରକୁ ବାଛିବ। ଏହି ରାଜ୍ୟ ଫୁଟବଲ ଏବଂ ଆର୍ଚେରି ମଧ୍ୟ ଖେଳାଇ ପାରିବ। ମାତ୍ର ବାଛିଥିବା କ୍ରୀଡ଼ା ଉପରେ ଫୋକସ କରିବାକୁ ପଡ଼ିବ। ଆମେ ପ୍ରତି କର୍ପାରେଟ ସଂସ୍ଥାକୁ ମଧ୍ୟ ଗୋଟିଏ ଲେଖାଏ କ୍ରୀଡ଼ାକୁ ପୋଷ୍ୟଭାବେ ଗ୍ରହଣ କରି ତା’ ଉପରେ ଫୋକସ କରିବାକୁ ପରାମର୍ଶ ଦେଇଛୁ। ତେବେ କାହାକୁ ଅନ୍ୟ କ୍ରୀଡ଼ାକୁ ସମର୍ଥନ କରିବାରୁ ବାରଣ କରିପାରିବ ନାହିଁ“ ବୋଲି ରିଜିଜୁ କହିଛନ୍ତି।
ଭାରତ ପରି ଏକ ବଡ଼ ଦେଶରେ ଏକାଧିକ କ୍ରୀଡ଼ାର ଉନ୍ନତି ସମ୍ଭବ। ତେବେ ଏଥିପାଇଁ ପ୍ରତି ରାଜ୍ୟ ଗୋଟିଏ ଲେଖାଏ କ୍ରୀଡ଼ା ଉପରେ ଧ୍ୟାନ ଦେବାକୁ ପଡ଼ିବ। ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଭାରତ ଟପ୍‌-୧୦ ଫିନିଶ୍‌ ଲକ୍ଷ୍ୟ ରଖିଛି। ମାତ୍ର ଏବେଠାରୁ ଟାର୍ଗେଟ ନ ରଖିଲେ ଭାରତ ସେହି ସ୍ଥାନରେ ପହଞ୍ଚତ୍ ପାରିବ ନାହିଁ। ଅନ୍ୟ ଦେଶ ଗୁଡ଼ିକର ପ୍ରଦର୍ଶନକୁ ଦେଖିଲେ ଭାରତ ଯଦି ୧୦ରୁ ୧୨ ସ୍ବର୍ଣ୍ଣ ପଦକ ଜିତି ପାରିବ ତେବେ ପଦକ ତାଲିକାର ଟପ୍‌-୧୦ରେ ରହି ପାରିବ। କାରଣ ଆମେରିକା ଓ ଚାଇନା ପରି ୪-୫ଟି ଦେଶ ୪୦ରୁ ୫୦ ସ୍ବର୍ଣ୍ଣ ପଦକ ପାଉଛନ୍ତି। ଆର୍ଚେରି, ରେସ୍‌ଲିଂ, ବକ୍ସିଂ, ହକି, ଶୁଟିଂ ଆଦି ୧୪ଟି କ୍ରୀଡ଼ାକୁ ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରାଯାଇଛି। ଅଲିମ୍ପିକ୍ସରେ ପଦକ ଲକ୍ଷ୍ୟରେ ଏହା ଉପରେ ଫୋକସ କରାଯିବ। ତେବେ ଅନ୍ୟ କ୍ରୀଡ଼ା ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ରିଜିଜୁ କହିଛନ୍ତି।
ଅଲିମ୍ପିକ୍ସରେ ଭାରତ ସଫଳ ହେବାକୁ ହେଲେ ସ୍ପୋଟର୍‌ସ ଫେଡେରେଶନ ଗୁଡ଼ିକ, ସରକାର ଏବଂ କର୍ପୋରେଟ ସେକ୍ଟରକୁ ମିଳିତଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଇନ୍‌ସ୍ପାୟାର ଇନ୍‌ଷ୍ଟିଚ୍ୟୁଟ ଦେଶର ଶୀର୍ଷସ୍ଥାନୀୟ ରେସ୍‌ଲର ଏବଂ ଜାଭେଲିନ୍‌ ଥ୍ରୋୟରଙ୍କ ପାଇଁ ସୁବିଧା ସୁଯୋଗ ଉପଲବ୍ଧ କରାଇଛି। ସେଠାରେ ସେମାନେ ଟ୍ରେନିଂ ନେଇ ପାରୁଛନ୍ତି। ସେହିପରି କର୍ପୋରେଟଗୁଡ଼ିକ ସୁବିଧା ସୁଯୋଗ ଏବଂ ଭିତ୍ତିଭୂମି ଉପଲବ୍ଧ କରାଇଲେ ଟପ୍‌ ଆଥଲେଟ୍‌ମାନଙ୍କୁ ଟ୍ରେନିଂ ପ୍ରଦାନ କରାଯାଇ ପାରିବ। ଯୋଜନାବଦ୍ଧଭାବେ କାର୍ଯ୍ୟ କଲେ ନିଶ୍ଚିତ ସଫଳତା ମିଳିବ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

ଅଧିନାୟକ ହେବା ପରେ, ମୁମ୍ବାଇର ୱର୍ଲିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନେଲେ ଶ୍ରେୟସ ଆୟର; ଭଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୧୩।୬: ଶ୍ରେୟସ ଆୟରଙ୍କୁ ସମ୍ପ୍ରତି ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ, ସେ ମୁମ୍ବାଇର ହାଇକଷ୍ଟ ୱାର୍ଲି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା…

ମାତ୍ର ୧୦ ବର୍ଷ ବୟସରେ କମାଲ କଲେଣି ବୈଭବ ସୂର୍ଯ୍ୟବଂଶୀଙ୍କ ସାନ ଭାଇ

ପାଟନା,୧୩।୬: ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବ୍ୟାଟିଂରେ ଚହଳ ସୃଷ୍ଟି କରି ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ଏବଂ ଏବେ ତାଙ୍କ ସାନ ଭାଇ ସମାନ ପ୍ରଭାବ ପକାଇବାକୁ…

ଷ୍ଟାର୍‌ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପିତାଙ୍କୁ କାହିଁକି ସାବଧାନ କଲେ ଏହି ପୂର୍ବତନ କ୍ରିକେଟର? ଜାଣନ୍ତୁ କ’ଣ ରହିଛି ବଡ଼ କାରଣ

ନୂଆଦିଲ୍ଲୀ, ୧୨।୬: ଭାରତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଜିକାଲି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଅଣ୍ଡର-୧୯ କ୍ରିକେଟ ଏବଂ ଆଇପିଏଲ (IPL) ରେ ଚମତ୍କାର…

କମ୍‌ ବୟସରେ ଟଳିପଡ଼ିଲେ ଭାରତର ପ୍ରସିଦ୍ଧ ଶୁଟର: ଜିତିଥିଲେ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ,୧୨।୬:ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍‌ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା…

ବିଳମ୍ବ ହୋଇପାରେ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ? ଭାରତର ଆୟରଲ୍ୟାଣ୍ଡ ଗସ୍ତକୁ ନେଇ ଲାଗି ରହିଛି ଅନିଶ୍ଚିତତା…

ନୂଆଦିଲ୍ଲୀ,୧୨।୬: ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଏହି ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଯେଉଁମାନେ ଉତ୍ସାହର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri