Posted inଫୁରସତ

ଇ- ଅପ୍‌ଡେଟ୍‌ ନିଶା

ଅନ୍‌ଲାଇନ୍‌ରେ ବିଶେଷକରି ସୋସିଆଲ୍‌ ମିଡିଆରେ ଆକ୍ଟିଭ୍‌ ରହିବାର ନିଶା ଏବେ ଯୁବପିଢ଼ିଙ୍କଠାରେ ସବୁଠୁ ଅଧିକ ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା କେବେକେବେ ଅନେକଙ୍କୁ ବିଭିନ୍ନ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି। ତେଣୁ କେଉଁ ସବୁ ଦିଗ ପ୍ରତି ସତର୍କ ରହିଲେ ସୁରକ୍ଷିତ ଭାବେ ସୋସିଆଲ୍‌ ମିଡିଆ ବ୍ୟବହାର କରିପାରିବେ ଜାଣିରଖନ୍ତୁ ସେ ସମ୍ପର୍କରେ…
ସାଜୁଛି ସ୍ବାସ୍ଥ୍ୟ ସମସ୍ୟାର
ପ୍ରମୁଖ କାରଣ:
ଘଣ୍ଟା ମୋବାଇଲ୍‌ କିମ୍ବା କମ୍ପ୍ୟୁଟର ବ୍ୟବହାର କରିବା ଯୋଗୁ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଶାରୀରିକ ପରିଶ୍ରମ ହ୍ରାସ ପାଉଛି। ଫଳରେ ଅଳସୁଆ ଲାଗିବା, କାର୍ଯ୍ୟ କୁଶଳତା ହ୍ରାସ, ଗ୍ୟାସ୍‌, ବଦହଜମି, ହୃଦ୍‌ ସମସ୍ୟା, ଆଖିତଳ କଳାପଡ଼ିବା, ତ୍ବଚାରେ କୁଞ୍ଚନ, ମଧୁମେହ, ମେଦବହୁଳତା ଆଦି ସମସ୍ୟା ଦେଖାଦେଉଛି।
ମୋବାଇଲ୍‌ କିମ୍ବା କମ୍ପ୍ୟୁଟର ସ୍କ୍ରିନ୍‌କୁ ଦେଖିବା ଦ୍ୱାରା ଦୃଷ୍ଟିଶକ୍ତି ହ୍ରାସ ହେଉଛି। ଅଧିକ ସମୟ ଇୟରଫୋନ୍‌ ବ୍ୟବହାର ଯୋଗୁ ଶ୍ରବଣ ଶକ୍ତି ହ୍ରାସ ହେବା ସହ କାହା କାହାଠାରେ ଅଡିଓ ସେନ୍ସୋରି ନର୍ଭସ ସିଷ୍ଟମ ନଷ୍ଟ ହୋଇଯିବା ଦ୍ୱାରା ଶ୍ରବଣ ଶକ୍ତି ସମ୍ପୂର୍ଣ୍ଣ ନଷ୍ଟ ହେବାର ବି ଆଶଙ୍କା ରହିଛି।
ଛଡ଼ା ଏସବୁର ବହୁଳ ବ୍ୟବହାର ଯୋଗୁ ସ୍ମରଣ ଶକ୍ତି ମଧ୍ୟ ପ୍ରଭାବିତ ହେଉଛି ଓ ବିଭିନ୍ନ ମାନସିକ ସମସ୍ୟା ସହିତ କେତେକ ଅସାଧ୍ୟ ରୋଗ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ଏମିତିକି କେତେକଙ୍କଠାରେ ଇଣ୍ଟରନେଟ୍‌ ଆଡିକ୍ସନ ସିଣ୍ଡ୍ରୋମ ମଧ୍ୟ ଦେଖାଦେଉଛି। ଫଳରେ କିଛି ସମୟ ଏଥିରୁ ନିବୃତ୍ତ ରଖିଲେ ସେମାନଙ୍କଠାରେ ରାଗିବା, ଚିଡ଼ିବାଠାରୁ ଆରମ୍ଭ କରି କ୍ରୋଧରେ ବିଭିନ୍ନ ଭୁଲ କାମ କରୁଥିବାର ଦେଖିବାକୁ ମିଳୁଛି।
ଏହାକୁ ବ୍ୟବହାର କରିବା ଲାଗି ଦୈନିକ ଅଳ୍ପ ସମୟ ଦିଅନ୍ତୁ। ସୁସ୍ଥ ରହିବା ଲାଗି ଖାଦ୍ୟପେୟ, ଠିକ୍‌ ଭାବେ ଶୋଇବା ଏବଂ ଶାରୀରିକ ବ୍ୟାୟାମ କରିବା ପ୍ରତି ଗୁରୁତ୍ୱ ଦିଅନ୍ତୁ।
ସାର୍ବଜନୀନ ହେଉଛି ବ୍ୟକ୍ତିଗତ ତଥ୍ୟ:
ଅପ୍‌ଡେଟ୍‌ ରହିବା ଲାଗି ସବୁବେଳେ ନିଜର ଦୈନନ୍ଦିନ କାର୍ଯ୍ୟ ଯେପରି କ’ଣ କିଣିଲେ, କ’ଣ ପିନ୍ଧିଲେ, କେଉଁ ଆଡ଼େ ବୁଲିବାକୁ ଗଲେ ତାହାର ଫଟୋ, ଭିଡିଓ ଅପ୍‌ଲୋଡ୍‌ କରିବା ନିଶାରେ ଅନେକେ ସେମାନଙ୍କ ପର୍ସନାଲ ଡାଟା ସାର୍ବଜନୀନ ହେଉଥିବା କଥା ଭୁଲିଯାଉଛନ୍ତି। ଫଳରେ ପରବର୍ତ୍ତୀ ସମୟରେ ଅନେକେ ଏଥିପାଇଁ ବ୍ଲାକ୍‌ମେଲିଂ, ଚୋରି, ଡକାୟତି ଭଳି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାର ନଜିର ରହିଛି। ତେଣୁ ନିଜର ବ୍ୟକ୍ତିଗତ ତଥ୍ୟ ଯେପରି ସର୍ବସମ୍ମୁଖକୁ ନ ଯାଉ କିମ୍ବା କୌଣସି ଅସାମାଜିକ ବ୍ୟକ୍ତି ଏହାର ଅପବ୍ୟବହାର ନ କରନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
କାଳ ହେଉଛି ସେଲ୍‌ଫି ଓ ରିଲ୍ସ ନିଶା:
କାହାର କେତେ ଭଲ ସେଲ୍‌ଫି ଓ ରିଲ୍ସ କରୁଛି, ତା’କୁ ନେଇ ଏବେ ସୋସିଆଲ୍‌ ମିଡିଆରେ କମ୍ପିଟିଶନ୍‌ ଜୋର୍‌। ଆଉ ନିଜ ସେଲ୍‌ଫି ଓ ରିଲ୍ସ ସବୁଠୁ ଡିଫରେଣ୍ଟ କରିବା ଆଳରେ କିଏ ଚଳନ୍ତା ଟ୍ରେନ୍‌ ଆଗରେ ତ କିଏ ସମୁଦ୍ର, ପାହାଡ଼ି ଝରଣା ଆଦି ବିପଦପୂର୍ଣ୍ଣ ସ୍ଥାନରେ ଠିଆ ହୋଇ ଫଟୋ ଓ ଭିଡ଼ିଓ ନେଉଛନ୍ତି। ହେଲେ ଏଥିପାଇଁ ଅନେକଙ୍କ ପ୍ରାଣହାନି ହେବାର ଘଟଣା ବଢୁଥିବାର ଦେଖିବାକୁ ମିଳୁଛି। ତେଣୁ ଏସବୁ ଦିଗ ପ୍ରତି ବିଶେଷ ଭାବେ ସତର୍କ ରହିବା ଆବଶ୍ୟକ।
ବଢୁଛି ଅପରାଧ: ସୋସିଆଲ୍‌ ମିଡିଆରେ ଫେକ୍‌ ଆକାଉଣ୍ଟ ଖୋଲି କିଛି ଅସାମାଜିକ ବ୍ୟକ୍ତି ବିଭିନ୍ନ ଅପରାଧ ଘଟାଉଥିବାର ନଜିର ରହିଛି। ତେଣୁ ଏହାକୁ ବ୍ୟବହାର କରୁଥିଲେ ଅଜଣାଙ୍କ ଉପରେ ବିଶ୍ୱାସ କରି ନିଜର ସମସ୍ତ ତଥ୍ୟ ଦିଅନ୍ତୁ ନାହିଁ । କେହି ଅଳ୍ପ ଦିନ ମଧ୍ୟରେ ଖୁବ୍‌ ବିଶ୍ୱସ୍ତ ହୋଇ ଟଙ୍କା ମାଗିଲେ ନିଜର ବ୍ୟାଙ୍କ୍‌ ଆକାଉଣ୍ଟ ଡିଟେଲ୍ସ ଦେଇଦେବା ଭଳି ଭୁଲ ଆଦୌ କରନ୍ତୁ ନାହିଁ। ସର୍ବୋପରି ବର୍ତ୍ତମାନ ଯୁବବର୍ଗଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆରୁ ବନ୍ଧୁତା, ଚାଟିଂ, ପ୍ରେମ ପୁଣି ଡେଟିଂ ଏବଂ ପରେ ପ୍ରତାରଣା, ଫଟୋ, ଭିଡିଓ ଆଦିକୁ ନେଇ ବ୍ଲାକ୍‌ମେଲିଂ ଏବଂ ଶେଷରେ ଝଗଡ଼ା ଓ ଆତ୍ମହତ୍ୟା କିମ୍ବା ହତ୍ୟା ପର୍ଯ୍ୟନ୍ତ ଘଟଣା ବି ଦେଖିବାକୁ ମିଳୁଛି। ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?