Posted inଫୁରସତ

ଡିଜିଟାଲର ମାଧ୍ୟମ ଇ-ରିଡିଂ

ଇ-ରିଡିଂ ବ୍ୟବସ୍ଥା ଏବେ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ପ୍ରତିଟି ପଢ଼ାପ୍ରେମୀଙ୍କ ପାଇଁ ହାତପାଆନ୍ତାରେ ଆଣିଦେଇଛି ସମସ୍ତ ବହି ପଢ଼ିବାର ସୁଯୋଗ; ଯାହାଦ୍ୱାରା ନା ଅଛି ଏଣେ ତେଣେ ବୁଲି ବହି କିଣିବାର ଟେନ୍‌ଶନ୍‌ ନା ଅଧିକ ଟଙ୍କା ଯୋଗୁ ନ କିଣିପାରିବାକୁ ନେଇ ମନକଷ୍ଟ। ଏମିତି କି ଏହା ଯୋଗୁ ଘରେ ଆଉ ଜମିରହୁନି ବହୁ ସଂଖ୍ୟାରେ ବହି, ବରଂ ଅଳ୍ପ ଖର୍ଚ୍ଚରେ କେବଳ ଗୋଟିଏ ଗ୍ୟାଜେଟ୍‌ ଭିତରେ ହିଁ ମିଳିଯାଉଛି ଅସଂଖ୍ୟ
ବହିର କଲେକ୍ସନ। ତେବେ ଏହି ଇ-ରିଡିଂ ଯେତିକି ସୁବିଧା ଜନକ ଏହାକୁ ବ୍ୟବହାର କରିବା ବେଳେ
ସାମାନ୍ୟ ଅସାବଧାନତା ବି ସାଜିପାରେ ବିଭିନ୍ନ ସମସ୍ୟାର କାରଣ…

ଡିଜିଟାଲ ମାଧ୍ୟମ ଏହି କରୋନା ମହାମାରୀ ସମୟରେ ବିଜ୍ଞାନର ଅଗ୍ରଗତିର ଏକ ବରଦାନ। ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସମୟରେ ସ୍କୁଲ, କଲେଜ ଆଦି ସମସ୍ତ ଶିକ୍ଷା ବ୍ୟବସ୍ଥା ଏବଂ ଅଫିସ୍‌ ଡିଜିଟାଲ ମାଧ୍ୟମ ସହାୟତାରେ ଚାଳିଥିଲା। ଏବେ ବି ଅନେକ ପାଠ୍ୟକ୍ରମ ଡିଜିଟାଲ ମାଧ୍ୟମରେ ଚାଲିଛି; ଯାହାଫଳରେ ପଢ଼ିବା ଲାଗି ପୁସ୍ତକ ପରିବର୍ତ୍ତେ ଇ- ରିଡିଂ ଉପରେ ନିର୍ଭର କରିବାକୁ ପଡୁଛି। ହେଲେ ଏଥିରେ ପଢ଼ିବା ବେଳେ ଅନେକ ଡିଷ୍ଟ୍ରାକ୍ସନ ରହିଥାଏ। ତେଣୁ ଏହାକୁ ବ୍ୟବହାର କରିବା ବେଳେ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ…
କଥାକହିବା ଅନ୍ୟମାନଙ୍କଠାରୁ ଶୁଣି ଶିଖୁ, ଯାହା କି ଏକ ସ୍ବୟଂକ୍ରିୟ ପ୍ରକ୍ରିୟା। କିନ୍ତୁ ପଢ଼ିବା ପାଇଁ ଆମକୁ ପ୍ରୟାସ କରିବାକୁ ପଡ଼ିଥାଏ। ତେଣୁ ପ୍ରଥମେ ବର୍ଣ୍ଣମାଳା ଶିଖିବାକୁ ପଡ଼େ ଏବଂ ଶବ୍ଦର ବୋଦ୍ଧ ଜ୍ଞାନ ଆସିଲେ ଆମେ ପଢ଼ିବା ଶିଖୁ। ବୈଜ୍ଞାନିକମାନେ ଏକ ଗବେଷଣାରୁ ଜାଣିଲେ ଯେ, ବହିକୁ ଧୀରେ ଧୀରେ ପଢ଼ିବାକୁ ହେଉଥିବାରୁ ମନେ ରହିବା ସହଜ ହୋଇଥାଏ। ହେଲେ ଇ- ବୁକ୍‌ରେ ପାଠକ ସମସ୍ତ ଜ୍ଞାନକୁ ଗ୍ରହଣ ନ କରି ଶୀଘ୍ର ପଢ଼ନ୍ତି। ଫଳସ୍ବରୂପ ଏହା ପାଠକକୁ ବୁଝିବାରେ ସହାୟତା କରି ନ ଥାଏ। ପାଠକ ବେଳେବେଳେ ଫ୍ଲୋ ହରାନ୍ତି ଏବଂ ପାଠର ଲିଙ୍କ୍‌ ମନେପକାଇବା ସେମାନଙ୍କ ପାଇଁ କଷ୍ଟକର ହୋଇଯାଏ।
ରିଡିଂ ଦ୍ୱାରା ବହି ତୁଳନାରେ ରାପିଡ୍‌ ଆଇ ମୁଭ୍‌ମେଣ୍ଟ ସମୟ ଖୁବ୍‌ କମିଯାଇଥାଏ; ଯାହାଦ୍ୱାରା ସ୍ମୃତି ସଂରକ୍ଷଣ କ୍ଷମତା ହ୍ରାସ ପାଇଥାଏ।
ପଢ଼ିବାରେ ସବୁଠାରୁ ବଡ଼ ସମସ୍ୟା ହେଉଛି ମନର ବିଭ୍ରାନ୍ତି। ଉଦାହରଣ ସ୍ବରୂପ ପଢ଼ିବା ବେଳେ କୌଣସି ଇମେଲ୍‌ କିମ୍ବା ଅନ୍ୟାନ୍ୟ ସୋସିଆଲ୍‌ ସାଇଟ୍‌ର ନୋଟିଫିକେଶନ୍‌ ଆସିବା ଦ୍ୱାରା ବାରମ୍ବାର ପପ୍‌-ଅପ୍‌ ହୋଇଥାଏ; ଯାହା ଫଳରେ ଆପଣଙ୍କ ପଢ଼ିବାରେ ଧ୍ୟାନ ଦେବା କଷ୍ଟ ହୋଇଥାଏ। ତେଣୁ ପଢ଼ିବା ସମୟରେ ନୋଟିଫିକେଶନ୍‌ ଅଫ୍‌ ରଖନ୍ତୁ।
ଆପଣ ୫୦୦ରୁ ଅଧିକ ଶବ୍ଦର ଏକ ପାରାଗ୍ରାଫ୍‌ ପଢୁଛନ୍ତି, ତେବେ ଏହାକୁ ପ୍ରିଣ୍ଟ ବାହାର କରି ପଢ଼ିବା ଭଲ। ଯଦି ପ୍ରିଣ୍ଟ ନ କରିପାରୁଛନ୍ତି ତେବେ ଧୀରେ ଧୀରେ ପଢ଼ନ୍ତୁ ଏବଂ ବୁଝିବାପରେ ଆଗକୁ ପଢ଼ିବା ଲାଗି ସ୍କ୍ରୋଲ୍‌ କରନ୍ତୁ।
ଶବ୍ଦଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରନ୍ତୁ; ଯାହାଦ୍ୱାରା ଆପଣଙ୍କୁ ବୁଝିବା ସହ ମନେ ରଖିବାରେ ସହଜ ହେବ।
ଇ-ବୁକ୍‌ରେ ଆପଣଙ୍କୁ ଦରକାରୀ ପାରାଗ୍ରାଫ୍‌ ହାଇଲାଇଟ୍‌ କରିବାର ବ୍ୟବସ୍ଥା ଥାଏ, ତାହା ବ୍ୟବହାର କରନ୍ତୁ ଏବଂ ଡିଜିଟାଲ୍‌ ପଢ଼ିବା ବେଳେ ଏକ ନୋଟ୍ସ ପ୍ରସ୍ତୁତ କରନ୍ତୁ।
ପ୍ରିଣ୍ଟ୍‌ ଏବଂ ଡିଜିଟାଲ୍‌ ପ୍ରତ୍ୟେକର ନିଜସ୍ବ ସୁବିଧା ଅଛି। ଉଭୟକୁ ଠିକ୍‌ ଭାବରେ ଉପଯୋଗ କରିପାରିଲେ ଏହାର ଭରପୂର ଫାଇଦା ପାଇପାରିବେ।

କ’ଣ କୁହନ୍ତି ଏମାନେ…

ମୋ ପ୍ରିୟ ପଢ଼ା ସାଥୀ ପାଲଟିଛି
ପ୍ରଦୀପ କୁମାର ଶ୍ରୀଚନ୍ଦନ(ଛାତ୍ର, ଟାଙ୍ଗୀ, ଖୋର୍ଦ୍ଧା): ଇ-ରିଡିଂ ମୋ ପାଇଁ ଏକ ବରଦାନ ସଦୃଶ। କାରଣ ଅଧିକ ଦାମ୍‌ ପାଇଁ କିଣି ନ ହେଉଥିବା ଅବା ସହଜରେ ମିଳୁ ନ ଥିବା ବହି ଗୁଡ଼ିକ ଏବେ ଅନ୍‌ଲାଇନ୍‌ରେ ପଢ଼ିପାରୁଛି। ସ୍ବଳ୍ପ ମୂଲ୍ୟରେ ଅନେକ ବହି ଲାପ୍‌ଟପ୍‌ରେ ଡାଉନ୍‌ଲୋଡ଼୍‌ କରି ରଖିପାରୁଛି। ଚାକିରି ପାଇଁ ମଧ୍ୟ ନିଜକୁ ଏବେଠାରୁ ପ୍ରସ୍ତୁତି କରୁଥିବାରୁ ଏହା ମୋତେ ବହୁତ ସାହାଯ୍ୟ କରୁଛି। ଖୁବ୍‌ କମ୍‌ ସମୟରେ ଅଧିକ ଜ୍ଞାନ ଏହା ମାଧ୍ୟମରେ ଆହରଣ କରିପାରୁଥିବାରୁ , ଏହା ଏବେ ମୋ ପ୍ରିୟ ସାଥୀ ପାଲଟିଯାଇଛି।

ତଥ୍ୟ ସଂଗ୍ରହ ସହଜ ହେଉଛି
ମଧୁସ୍ମିତା ତ୍ରିପାଠୀ(ବ୍ୟାଙ୍କ କର୍ମଚାରୀ, ନୟାଗଡ଼)-
ଏବେ ବ୍ୟାଙ୍କରେ କାର୍ଯ୍ୟରତ। ତେଣୁ ଆବଶ୍ୟକ ସମୟରେ ଦରକାର ପଡ଼ୁଥିବା ସମସ୍ତ ତଥ୍ୟକୁ ଅନ୍‌ଲାଇନ୍‌ ମାଧ୍ୟମରେ ହିଁ ସର୍ଚ୍ଚ କରେ। ବ୍ୟାଙ୍କରେ ଥିବା ସମୟରେ ହେଉ ଅବା ଘରେ ପ୍ରତ୍ୟେକଟି ତଥ୍ୟ ପାଇବାରେ ଅନ୍‌ଲାଇନ୍‌ ମାଧ୍ୟମର ସାହାଯ୍ୟ ନିଏ। ନୂଆ ନୂଆ ସ୍କିମ୍‌ ବିଷୟରେ ସବୁ କିଛି ସେଇ ଇ-ରିଡିଂ ଦ୍ୱାରା ହିଁ ଜାଣି ପାରୁଛି। ବ୍ୟାଙ୍କକୁ ଆସୁଥିବା ଲୋକମାନଙ୍କର ମଧ୍ୟ ଅନେକ ସମୟରେ ନୂଆ ନୂଆ ଅସୁବିଧା ବାହାରୁଛି, ତାକୁ ବି ସମାଧାନ କରିବା ପାଇଁ ଏହି ମାଧ୍ୟମକୁ ଆପଣାଉଛି।

ଜ୍ଞାନର ପରିସର ବୃଦ୍ଧି ହେଉଛି
ପ୍ରଦୀପ କୁମାର ଦାସ(ଓଆଇଏସ୍‌ଏଫ୍‌,ସମ୍ବଲପୁର)-
ଆଜିକାଲି ସବୁ ଅନ୍‌ଲାଇନ୍‌ ମାଧ୍ୟମରେ ଉପଲବ୍ଧ ହୋଇ ପାରୁଥିବାରୁ, ଏହାର ଫାଇଦା ଉଠାଇ ସବୁକୁ ସହଜରେ ପାଇପାରୁଛି। ପୂର୍ବରୁ ଖବରକାଗଜ କିଣିବା ପାଇଁ ବଜାର ଯିବାକୁ ପଡ଼ୁଥିଲା। ହେଲେ, ଏବେ ଅଫିସ୍‌ରେ ରହି ଫ୍ରି ଟାଇମ୍‌ରେ ନିଜ ଫୋନ୍‌ରୁ ଆରାମରେ ପଢ଼ିପାରୁଛି। ନୂଆ ତଥା ଭିନ୍ନ ପ୍ରକାରର କବିତା, ଗପ, ସାଧାରଣ ଜ୍ଞାନ, ମାଗାଜିନ୍‌, କରେଣ୍ଟ ଇସୁ ଆଦି ଉପରେ ଜାଣିବାକୁ ମନରେ ଆଗ୍ରହ ଥିବାରୁ ସେଗୁଡ଼ିକୁ ମଧ୍ୟ ଇ-ରିଡିଂ କରି ଜାଣିପାରୁଛି। ବାସ୍ତବରେ, ଏହାଦ୍ୱାରା ଜ୍ଞାନର ପରିସର ବୃଦ୍ଧି ହେଉଛି।
– ଡ. ସ୍ନିଗ୍ଧା ପଣ୍ଡା
କଲ୍ୟାଣୀ, ପଶ୍ଚିମବଙ୍ଗ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?