ଇ-ଲେକ୍‌ଚର: ଘରେ ବସି ଟ୍ୟୁଟୋରିଆଲ ସୁବିଧା

ଭୁବନେଶ୍ୱର, ୧୪।୧(ଅସମାପିକା ସାହୁ)ଉଚ୍ଚଶିକ୍ଷା ସଂସ୍କାରରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ପ୍ରତି ଛାତ୍ରୀଛାତ୍ରଙ୍କ ଅବଦାନ ବୃଦ୍ଧି ସହ ଶିକ୍ଷାଗ୍ରହଣ କ୍ଷେତ୍ରକୁ ସହଜ ତଥା ସରଳ କରିବାକୁ ଇ-ଲେକ୍ଚର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ୱାରା କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଘରେ ବସି ଟ୍ୟୁଟୋରିଆଲ ସୁବିଧା ପାଇବା ସହ ସେମିଷ୍ଟର ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହୋଇପାରିବେ। ଏହି ଅନ୍‌ଲାଇନ୍‌ ଶିକ୍ଷାଦାନ ବା ଇ-ଲେକ୍ଚର ବ୍ୟବସ୍ଥାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କରାଯାଇଛି। ଏଥିନିମନ୍ତେ ବିଶ୍ୱବିଦ୍ୟାଳୟ ଏକ ଭର୍ଚୁଆଲ ଟ୍ୟୁଟୋରିଆଲ ଷ୍ଟୁଡିଓ ପ୍ରସ୍ତୁତ କରିଛି। ଏହି ବ୍ୟବସ୍ଥାର ସୁଯୋଗ ନେବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଏ ନେଇ ବିଭାଗର ସ୍ବତନ୍ତ୍ର ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଏବଂ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଉଭୟ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି ଉଦ୍ଦେଶ୍ୟରେ ରୁଷା ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା
‘ଇ-ଲେକ୍ଚର’ କାର୍ଯ୍ୟକ୍ରମକୁ ନିଜ ଶିକ୍ଷାନୁଷ୍ଠାନରେ ପ୍ରଚାର ପ୍ରସାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
‘ଇ-ଲେକ୍ଚର’ ବ୍ୟବସ୍ଥାରେ କଲେଜ ଓ ବିଶ୍ୱବିଦ୍ୟାଳୟର ୧୧ଟି ବିଭାଗ ସ୍ଥାନ ପାଇଛି। https://vtputkal.odisha.gov.in ୱେବ୍‌ସାଇଟ୍‌ରେ ସବୁ ତଥ୍ୟ ଉପଲବ୍ଧ କରାଯାଇଛି। ଏହି ଲିଙ୍କ୍‌ରେ କ୍ଲିକ୍‌ କଲେ ୪ଟି ସେମିଷ୍ଟରର କୋର୍ସ ପଢ଼ି ହେବ। ଫିଜିକ୍ସ, କେମିଷ୍ଟ୍ରି, ଜୁଲୋଜି, ବଟାନି, ପଲିଟିକାଲ ସାଇନ୍ସ, ଓଡ଼ିଆ, ଇତିହାସ, ଇଂଲିଶ, ସାଇକୋଲୋଜି, ବାଣିଜ୍ୟ ଓ ଇକୋନୋମିକ୍ସ ଆଦି ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ୍‌ କରାଯାଇଛି। ଏହି ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଶିକ୍ଷା ଗ୍ରହଣର ସୁବିଧା ନେବାକୁ ଯେପରି ଅଧିକରୁ ଅଧିକ ଛାତ୍ରୀଛାତ୍ର ଯୋଡିହେବେ ସେଥିପାଇଁ ଆବଶ୍ୟକ ସଚେତନତା ସୃଷ୍ଟି କରିବାକୁ ଉଚ୍ଚଶିକ୍ଷା ବିଭାଗ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି।
ଏ ସମ୍ପର୍କରେ ୬୬୨ବର୍ଗ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି, ଆମକୁ ଡିଜିଟାଲ କ୍ଷେତ୍ରରେ ଯିବାକୁ ହେବ। ତେଣୁ ଇ-ଲେକ୍ଚର ବ୍ୟବସ୍ଥା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ପୂର୍ବରୁ ହୋଇଥିଲା। କିନ୍ତୁ ବର୍ତ୍ତମାନ ବିଭିନ୍ନ ବିଷୟବସ୍ତୁକୁ ଅପ୍‌ଲୋଡ୍‌ କରାଯାଇଛି, ଯାହାକି ଉଭୟ ଛାତ୍ରୀଛାତ୍ର ଏବଂ ଅଧ୍ୟାପକମାନେ ଉପୃକତ ହେବେ। ଆମ ପାଖରେ ମ୍ୟାଟେରିଆଲ୍ସ କମ୍‌ ଥାଏ। ତେଣୁ ପାଠପଢ଼ୁଆ ପିଲାମାନେ ସହଜରେ ଏହାର ସୁଯୋଗ ନେଇପାରିବେ ଏବଂ ଶୀଘ୍ର ମଧ୍ୟ ଗ୍ରହଣ କରିପାରିବେ। କାରଣ ଆଜିକାଲି ପିଲାମାନେ ଡିଜିଟାଲ ଓରିଏଣ୍ଟେଡ୍‌ ହୋଇଯାଇଛନ୍ତି। ସେହିପରି ଅଧ୍ୟାପକମାନେ ମଧ୍ୟ ବିଶେଷଜ୍ଞଙ୍କ ଭିଡିଓ ଦେଖି ତାକୁ କ୍ଲାସ୍‌ରୁମ୍‌ରେ ବିନିଯୋଗ କରିପାରିବେ।
ସୂଚନାଯୋଗ୍ୟ, ଏହି ଇ-ଲେକ୍ଚର ବ୍ୟବସ୍ଥା ପାଇଁ ନ୍ୟାଶନାଲ ଇନ୍‌ଫର୍ମମେଟିକ୍ସ ସେଣ୍ଟର(ଏନ୍‌ଆଇସି) ଏକ ଉତ୍ସର୍ଗୀକୃତ ପୋର୍ଟାଲ ପ୍ରସ୍ତୁତ କରିଥିଲା। ଏହାକୁ ୨୦୨୧ ଜୁଲାଇ ୮ରେ ଉଚ୍ଚଶିକ୍ଷା ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହାର ବିକାଶ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?