Posted inଜାତୀୟ

କର୍ତ୍ତବ୍ୟ ହିଁ ଦେଶକୁ ଆଗେଇ ନେବ: ମୋଦି

ନୂଆଦିଲ୍ଲୀ,୨୬।୧୧: ଆଜି ହେଉଛି ସମ୍ବିଧାନ ଦିବସ। ୧୯୪୯ରେ ଦେଶର ସମ୍ବିଧାନ ପ୍ରସ୍ତୁତି କରାଯାଇଥିଲା। ଏବେ ଏହାକୁ ୭୪ ବର୍ଷ ହୋଇସାରିଛି। ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସୁପ୍ରିମକୋର୍ଟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧୀନତା ଆନ୍ଦୋଳନ ଏବଂ ସମ୍ବିଧାନ ଗଠନ ସହ ଜଡିତ ସମସ୍ତ ଲୋକଙ୍କୁ ମୋର ସମ୍ମାନ ଜଣାଉଛି। ଆପଣ ସମସ୍ତଙ୍କୁ ସମ୍ବିଧାନ ଦିବସର ଶୁଭେଚ୍ଛା। ଚଳିତ ବର୍ଷ ସମ୍ବିଧାନ ଦିବସ ସ୍ବତନ୍ତ୍ର , କାରଣ ଆମେ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ କରୁଛୁ। ଆଜି ମଧ୍ୟ ମୁମ୍ବାଇ ଆକ୍ରମଣକୁ ୧୪ ବର୍ଷ ପୂରିଛି। ଯେତେବେଳେ ଦେଶ ସମ୍ବିଧାନ ପାଳନ କରୁଥିଲା, ସେତେବେଳେ ଲୋକଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଶହୀଦ ହୋଇଥିବା ସମସ୍ତ ଲୋକଙ୍କୁ ମୋଦି ମନେ ପକାଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ଏକ ସପ୍ତାହ ପରେ ଭାରତ ମଧ୍ୟ ଜି -୨୦ର ଅଧ୍ୟକ୍ଷତା କରିବାକୁ ଯାଉଛି।
ଆଜି ବିଶ୍ୱ ଭାରତର ଉଦୀୟମାନ ଶକ୍ତିକୁ ଆଶା କରୁଛି। ଏହି ଦେଶ ଏହାର ସମସ୍ତ ବିବିଧତାକୁ ଏକତ୍ର କରି ସଫଳତାର ସହ ଆଗକୁ ବଢୁଛି। ଏହା ପଛରେ ଏକ ବଡ଼ କାରଣ ହେଉଛି ଆମର ସମ୍ବିଧାନ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ବୃଦ୍ଧି

ନୂଆଦିଲ୍ଲୀ,୩ା୬: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ  ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ପ୍ରମାଣପତ୍ରର ବୈଧତା ୭ ବର୍ଷରୁ ଆଜୀବନ ପର୍ଯ୍ୟନ୍ତ...

ପ୍ରଧାନମନ୍ତ୍ରୀ ମୋଦିଙ୍କ କେଦାରନାଥ ଗସ୍ତ, ଦୀପାବଳି ଅବସରରେ ୮ କ୍ୱିଣ୍ଟାଲ ଫୁଲରେ ସଜା ହେଲା ମନ୍ଦିର

ଡେରାଡୁନ,୪ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ନଭେମ୍ବର ଅର୍ଥାତ୍ ଶୁକ୍ରବାର କେଦାରନାଥ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେଦାରନାଥରେ...

ଭିଡରେ ଅଣନିଃଶ୍ୱାସି ହୋଇ ଟ୍ରେନ୍‌ରେ ଯୁବତୀଙ୍କ ମୃତ୍ୟୁ

ଲକ୍ଷ୍ନୌ,୨।୬: ଉତ୍ତର ପ୍ରଦେଶରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଶୁକ୍ରବାର ରାତିରେ ଗୋଟିଏ ପରିବାର ଯାତ୍ରା କରୁଥିବା ସମୟରେ ଏମାନଙ୍କ ମଧ୍ୟରେ ଥିବା ସୀତା(୧୮) ନାମକ ଜଣେ...

ପୁଣି ଅକ୍ସିଜେନ ଅଭାବ ନେଲା ୧୩ ଜୀବନ

ପାଣାଜି,୧୪।୫: ଦେଶରେ କରୋନା ଭାଇରସ୍‌ ଦ୍ୱିତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ଅଧିକ ସମସ୍ୟା ସୃଷ୍ଟି କରୁଛି ଅକ୍ସିଜେନ ଅଭାବ। ଅକ୍ସିଜେନ ଅଭାବ ଯୋଗୁ ଦେଶରେ...

୩ ବର୍ଷରେ ନିର୍ବାଚନରେ ଖର୍ଚ୍ଚ ହୋଇଛି ୯ ହଜାର କୋଟି; ୬୦ ପ୍ରତିଶତ କେବଳ ଇଭିଏମ୍‌ରେ

ନୂଆଦିଲ୍ଲୀ,୭।୭: ଗତ ୩ ବର୍ଷ ମଧ୍ୟରେ ୯ ହଜାର କୋଟି ଟଙ୍କା ଲୋକ ସଭା ନିର୍ବାଚନରେ ଖର୍ଚ୍ଚ ହୋଇଛି। ସେଥିମଧ୍ୟରୁ ୬୦ ପ୍ରତିଶତ କେବଳ ଇଭିଏମ୍‌ରେ...

ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍‌

ଲକ୍ଷ୍ନୌ,୧୮।୮: ଉତ୍ତରପ୍ରଦେଶରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଗାଜିଆବାଦର ବିଧାୟକ ଅତୁଲ ଗର୍ଗ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସୋମବାର ତାଙ୍କୁ...

ସନ୍ନି ଲିଓନି କଲେଜ ଟପ୍ପର

କୋଲକତା,୨୮।୮: କୋଲକାତାର ଏକ କଲେଜରେ ଅନ୍‌ଲାଇନ ଆଡମିଶନ ପ୍ରକ୍ରିୟାବେଳେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଆଶୁତୋଷ କଲେଜର ବିଏରେ ଆଡମିଶନ ପାଇଁ ୱେବସାଇଟରେ ପ୍ରକାଶିତ...

ବର୍ତ୍ତମାନ ପରିସ୍ଥିତିରେ ରାହୁଲ ହିଁ କେବଳ କଂଗ୍ରେସର ଦାୟିତ୍ୱ ନେଇପାରିବେ: ଗେହଲଟ

ନୂଆଦିଲ୍ଲୀ,୧।୭: କଂଗ୍ରେସ ଶାସିତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀମାନେ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଏକ ବୈଠକରେ ବସିଥିଲେ। ତେବେ ଏହି ସମୟରେ ରାଜସ୍ଥାନ...

Advertisement
Archives

Model This Week