Posted inଫୁରସତ

ସେବାରେ ମନ

ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ଗାଁର ୧୭ ବର୍ଷର ଯୁବକ ହେଲେ ସୁଦାମ ସାହୁ। ପିତା ଶଶିକାନ୍ତ ସାହୁ ଜଣେ କୃଷକ ଓ ମା’ ସବିତା ସାହୁ ଗୃହିଣୀ। ସୁଦାମ ଏବେ ଭୁବନେଶ୍ୱରସ୍ଥିତ ରାଜଧାନୀ କଲେଜରେ ଯୁକ୍ତ୨ (କଳା) ଦ୍ୱିତୀୟ ବର୍ଷର ଛାତ୍ର। ଭୁବନେଶ୍ୱର ଆସିବା ପୂର୍ବରୁ ସେ ଯେବେ ଗାଁରେ ରହି ପଢୁଥିଲେ, ସେବେ ନିଜ ପକେଟ୍‌ ମନିକୁ ସଞ୍ଚୟ କରି ଅନେକ ସମୟରେ ଅସହାୟ ଲୋକଙ୍କୁ ଖାଇବାକୁ ଦେବା, ଗରିବ ପିଲାଙ୍କୁ ବହିଖାତା ଆଦି ବାଣ୍ଟୁଥିଲେ। ଏଥିସହିତ ଗାଁର ସାଙ୍ଗସାଥୀଙ୍କୁ ଧରି ରାସ୍ତାଘାଟ ଓ ପୋଖରୀକୁ ସଫା କରିବା, ବୃକ୍ଷରୋପଣ ଆଦି ବି କରୁଥିଲେ। କେବଳ ସେତିକି ନୁହେଁ, ମହାଶିବରାତ୍ରି ଅବସରରେ ଆଖଣ୍ଡଳମଣି ପୀଠକୁ ସଫା କରିବା, କରୋନା ମହାମାରୀ ସମୟରେ ବିଭିନ୍ନ ଗ୍ରାମକୁ ଯାଇ ଖାଦ୍ୟ ବଣ୍ଟନ କରିବା କାର୍ଯ୍ୟ ମଧ୍ୟ ସେ କରିଥିଲେ। ସେଥିପାଇଁ ଗାଁରେ ତାଙ୍କୁ ସମସ୍ତେ ଖୁବ୍‌ ଭଲ ପାଉଥିଲେ। ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱର ଆସିଲା ପରେ ବି ସେ ସମାଜସେବା କାର୍ଯ୍ୟକୁ ସେମିତି ଜାରି ରଖିଲେ। ଭୁବନେଶ୍ୱରରେ ଥିବା ସମ୍ରିଦ୍ଧି ସେବାଟ୍ରଷ୍ଟର ଜଣେ ସଦସ୍ୟ ହୋଇ ସେ ଏବେ ପ୍ରତି ରବିବାର ଦିନ ଏମ୍ସ ମେଡିକାଲକୁ ଯାଇ ସେଠାରେ ଅପେକ୍ଷାରତ ଥିବା ରୋଗୀମାନଙ୍କର ସମ୍ପର୍କୀୟଙ୍କୁ ବିନା ମୂଲ୍ୟରେ ଖାଦ୍ୟ ବଣ୍ଟନ କରିଥାନ୍ତି। ତା’ସହିତ ଗଗନ ବିହାରୀ ପାଇଟଲ ନାମକ ଜଣେ ବ୍ୟକ୍ତି; ଯିଏକି ଆଜକୁ ୩୫ ବର୍ଷ ହେବ ଅସହାୟ ଅଚିହ୍ନା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିଆସୁଛନ୍ତି। ତାଙ୍କ ସହ ମିଶି ଏଇ କିଛିଦିନ ହେବ ସୁଦାମ ମଧ୍ୟ ପ୍ରାୟ ୭/୮ଟି ଶବଦାହ କରିସାରିଲେଣି। ଏଥିସହିତ ଗତବର୍ଷ ପୁରୀ ରଥଯାତ୍ରା ସମୟରେ ମହାବାହୁ ଗ୍ରୁପ, ଓଡିଶା ଟ୍ରଷ୍ଟର ସଦସ୍ୟମାନଙ୍କ ସହ ମିଶି ଭକ୍ତଙ୍କୁ ମାଗଣାରେ ଜଳବଣ୍ଟନ କରିବା କାର୍ଯ୍ୟକ୍ରମରେ ବି ସେ ସାମିଲ ହୋଇଥିଲେ। ତା’ସହିତ ଭକ୍ତଙ୍କ ଉପରେ ଜଳ ସିଞ୍ଚନ କରିବା, ଭିଡ ନିୟନ୍ତ୍ରଣ କରିବା ଏବଂ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ସେବା ସମ୍ପର୍କିତ ଗାଡ଼ିକୁ ସଠିକ ମାର୍ଗରେ ନବାଆଣିବା କରିବା କାର୍ଯ୍ୟ ବି ସେ ସେଠାରେ କରିଥିଲେ। ଏବେ ବି ବିଭିନ୍ନ ପର୍ବପର୍ବାଣୀ ସମୟରେ ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳକୁ ଯାଇ ଗରିବ ଲୋକଙ୍କୁ ଖାଦ୍ୟ ଦେବା ସହ ପିଲାଙ୍କୁ ବହିପତ୍ର ଓ ପୋଷାକ ଆଦି ବାଣ୍ଟିଥାନ୍ତି। ଏପରିକି ନିଜ ଜନ୍ମଦିନରେ ମଧ୍ୟ ବିଭିନ୍ନ ଅନାଥାଶ୍ରମକୁ ଯାଇ ସେଠାକାର ଅନ୍ତେବାସୀଙ୍କ ସହ ସମୟ ବିତାଇବା, ସେମାନଙ୍କ ଭଲମନ୍ଦ କଥା ବୁଝିବାରେ ସେ ଖୁବ୍‌ ଆନନ୍ଦ ପାଇଥାନ୍ତି।
      କେବଳ ଭୁବନେଶ୍ୱରରେ କାହିଁକି ଏବେ ବି ଛୁଟିରେ ଯେବେ ସେ ଗାଁକୁ ଯାଆନ୍ତି, ଗାଁ ପିଲା ତଥା ସହପାଠୀଙ୍କୁ ଧରି ଗାଁ ସଫେଇ, ବୃକ୍ଷରୋପଣ, କୁମ୍ଭୀର ସଚେତନତା, ନିରକ୍ଷରଙ୍କୁ ସ୍ବାକ୍ଷର କରିବା କାର୍ଯ୍ୟରେ ସେ ଲାଗିପଡନ୍ତି। ଏପରିକି ନିଜ ଗାଁ ଏବଂ  ଆଖପାଖ ଗ୍ରାମର ନିଶାଗ୍ରସ୍ତ ଲୋକଙ୍କୁ ନିଶାମୁକ୍ତ ହେବାକୁ ମଧ୍ୟ ସେ ବୁଝାଇଥାନ୍ତି। ଯେହେତୁ ତାଙ୍କୁ ୧୮ ବର୍ଷ ବୟସ ହୋଇନି ସେଥିପାଇଁ ସିଏ ଏବେ ରକ୍ତଦାନ ପରି ମହାନ୍‌ କାର୍ଯ୍ୟରୁ ବଞ୍ଚତ୍ତ ଅଛନ୍ତି। ନିଜେ ସିନା ରକ୍ତଦାନ କରିପାରନ୍ତି ନାହିଁ, ହେଲେ ଯାହାର ଦରକାର ହୁଏ ସେ ତାଙ୍କର ବଡଭାଇମାନଙ୍କୁ ଅନୁରୋଧ କରି ରୋଗୀଙ୍କୁ ରକ୍ତ ଯୋଗାଇ ଦେଇଥାନ୍ତି। ଆସନ୍ତା ଅଗଷ୍ଟ ମାସରେ ତାଙ୍କୁ ୧୮ ବର୍ଷ ହୋଇଯିବା ପରେ ସିଏ ତାଙ୍କ ଜୀବନ କାଳ ଭିତରେ ଯେତେଥର ରକ୍ତଦାନ କରିହେବ ତାହା ସେ ନିଶ୍ଚୟ କରିବେ ବୋଲି ମନସ୍ଥ କରିଛନ୍ତି। ତେବେ ଏହି କିଛିଦିନ ହେବ, ସୁଦାମ ଆଉ ଏକ ମହନୀୟ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି। କର୍କଟ ରୋଗ ଯୋଗୁ କେମୋ ନେଇ କେଶ ହରାଇଥିବା ବ୍ୟକ୍ତିଙ୍କୁ ସେ କେଶଦାନ କରିବାକୁ ନିଷ୍ପତି ନେଇଛନ୍ତି। ୟା’ଭିତରେ ସିଏ ଥରେ କେଶଦାନ ବି କରିସାରିଲେଣି।
ସୁଦାମଙ୍କର ଏହି ସମାଜ ସେବା ଗୁଣ ପାଇଁ ତାଙ୍କୁ ଶୁଭଚିନ୍ତକ ଚାରି ଟେବୁଲ ଟ୍ରଷ୍ଟ, ବହ୍ମପୁର ତରଫରୁ କର୍ମବୀର ସମ୍ମାନ,  ସମ୍ଭବ ଚାରିଟେବୁଲ ଟ୍ରଷ୍ଟ, ଛତିଆ ତରଫରୁ ରକ୍ତମିତ୍ର ସମ୍ମାନ, କେନ୍ଦ୍ରାପଡାର ଶ୍ରୀଜଗନ୍ନାଥ ଚାରିବୁଲ ଟ୍ରଷ୍ଟ ପକ୍ଷରୁ ଯୁବପ୍ରେରଣା ସମ୍ମାନ, କେନ୍ଦୁଝର ମଧ୍ୟବିତ୍ତ ପରିବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେବା ସମ୍ମାନ ପ୍ରଦାନ କରାଯାଇଛି ା ଏ ନେଇ ସୁଦାମ କୁହନ୍ତି, ”ଛୋଟବେଳୁ ମୋତେ ମୋ ବାପାମା’ ଗୋଟିଏ କଥା ଶିଖାଇଛନ୍ତି ମାନବ ସେବା ହିଁ ମାଧବ ସେବା। ତେଣୁ ସେବା ମନୋବୃତ୍ତିକୁ ମୁଁ ଜୀବନର ବ୍ରତ କରିନେଇଛି। ଏହି କାର୍ଯ୍ୟରେ ଗରିବ, ଅସହାୟଙ୍କର ଆଶୀର୍ବାଦ ମିଳୁଥିବାରୁ ମୋତେ ଖୁବ୍‌ ଶାନ୍ତି ଲାଗୁଛି। ତେଣୁ ସବୁବେଳେ ବାବା ଆଖଣ୍ଡଳମଣୀଙ୍କୁ ପ୍ରାର୍ଥନା କରୁଛି ଆଗକୁ ବି ଏହିଭଳି ସମାଜ ସେବା କାର୍ଯ୍ୟ କରିବାକୁ ସିଏ ମୋତେ ସହାୟ ହୁଅନ୍ତୁ।“
– ଦୀପ୍ତି ରଂଜନ ନାୟକ

Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri