Posted inଖେଳ

ଟପ୍ସ କୋର୍‌ ଗ୍ରୁପ୍‌ରେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ, ୩୦ା୧୧ (ପି.ଟି.)- ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର କୋର୍‌ ଗ୍ରୁପ୍‌ରେ ଓଡ଼ିଶାର ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦଙ୍କ ସମେତ ଅଲିମ୍ପିକରେ ଭାଗ ନେବାକୁ ଥିବା ରେସ୍‌ ଓ୍ବାକର କେ.ଟି ଇର୍ଫାନ ଓ ଜାଭେଲିନ୍‌ ଥ୍ରୋୟର ଶିବପାଲ୍‌ ସିଂ ସ୍ଥାନ ପାଇଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ରବିବାର ଏହା ପ୍ରକାଶ କରାଯାଇଛି। ପ୍ରଦର୍ଶନ ସମୀକ୍ଷା ପରେ ଟପ୍‌ ପ୍ରିଣ୍ଟର ହିମା ଦାସ ଏବଂ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଜାଭେଲିନ୍‌ ଥ୍ରୋୟର ନିରଜ ଚୋପ୍ରା ଟପ୍ସରେ ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି। ନଭେମ୍ବର ୨୬ରେ ମିଶନ ଅଲିମ୍ପିକ୍ସ ସେଲ୍‌ର ଏକ ବୈଠକ ପରେ ୭ଜଣ ଟ୍ରାକ୍‌ ଓ ଫିଲ୍ଡ ଆଥଲେଟ୍‌ ଆଥଲେଟଙ୍କୁ ଟପ୍ସ ଡେଭଲପମେଣ୍ଟାଲ ଗ୍ରୁପ୍‌ରେ ସ୍ଥାନ ମିଳିଛି। ଆସନ୍ତାବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ ସମ୍ଭାବନା ରଖିଥିବା ଏବଂ ପ୍ରଦର୍ଶନରେ ଅଗ୍ରଗତିକୁ ଭିତ୍ତିକରି ଟପ୍ସ କୋର୍‌ ଗ୍ରୁପ୍‌ରେ ଆଥଲେଟମାନଙ୍କୁ ସାମିଲ କରାଯାଇଛି। ଶିବପାଲ ସିଂ, ଇର୍ଫାନ ଓ ଦୂତୀଙ୍କୁ ଛାଡ଼ି ଅନ୍ୟ ଯେଉଁମାନଙ୍କୁ ଟପ୍ସ କୋର୍‌ ଗ୍ରୁପ୍‌ରେ ସାମିଲ କରାଯାଇଛି ସେମାନେ ହେଲେ ଅନୁ ରାନୀ (ମହିଳା ଜାଭେଲିନ୍‌ ଥ୍ରୋ), ଆରୋକିଆ ରାଜୀବ (ପୁରୁଷ ୪୦୦ ମିଟର ଓ ୪x୪୦୦ମିଟର ରିଲେ), ଆଲେକ୍ସ ଆନ୍ଥୋନୀ (ପୁରୁଷ ୪୦୦ମିଟର ଓ ୪x୪୦୦ ମିଟର ପୁରୁଷ ରିଲେ), ଏମ୍‌.ଆର. ପୁଭାମା (ମହିଳା ୪୦୦ମିଟର ଓ ୪x୪୦୦ମିଟର ରିଲେ)। ଭାରତ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ମିକ୍ସଡ ୪x୪୦୦ ମିଟର ରିଲେରେ ଏକ ଅଲିମ୍ପିକ କୋଟା ହାସଲ କରିଛି। ପ୍ରଦର୍ଶନ ସମୀକ୍ଷା ପରେ ଚୋପ୍ରା ଓ ହିମାଙ୍କ ସମେତ ଶଟ୍‌ ପୁଟର ତାଜିନ୍ଦର ପାଲ୍‌ ସିଂ ତୁର୍‌ ଟପ୍ସ କୋର୍‌ ଗ୍ରୁପ୍‌ରେ ତାଙ୍କ ସ୍ଥାନ ବଜାୟ ରଖିପାରିଛନ୍ତି। ଟ୍ରିପଲ ଜମ୍ପର ଅର୍ପିନ୍ଦର ସିଂ ସ୍କିମ୍‌ରୁ ବାଦ୍‌ ପଡ଼ିଛନ୍ତି। ଟପ୍ସ ଡେଭଲପମେଣ୍ଟାଲ ଗ୍ରୁପ୍‌ରେ ଯେଉଁ ୭ଜଣ ସ୍ଥାନ ପାଇଛନ୍ତି ସେମାନଙ୍କ ମଧ୍ୟରେ ହାଇଜମ୍ପ ଜାତୀୟ ରେକର୍ଡଧାରୀ ତେଜଶ୍ୱିିନ ଶଙ୍କର ଅନ୍ୟତମ। ଅନ୍ୟମାନେ ହେଲେ ହର୍ଶ କୁମାର (ପୁରୁଷ ୪୦୦ମିଟର ଓ ୪x୪୦୦ ମିଟର ରିଲେ), ବୀରାମଣି ରେବତୀ (ମହିଳା ୪୦୦ମିଟର ଓ ୪x୪୦୦ ମିଟର ରିଲେ), ଆର. ବିଥ୍ୟା (ମହିଳା ୪୦୦ ମିଟର ଓ ୪x୪୦୦ ମିଟର ରିଲେ), ଶୈଳୀ ସିଂ (ମହିଳା ଲଙ୍ଗ୍‌ ଜମ୍ପ୍‌), ସାନ୍ଦ୍ରା ବାବୁ (ମହିଳା ଟ୍ରିପଲ ଜମ୍ପ) ଓ ହର୍ଶିତା ଶେରାଓ୍ବତ (ମହିଳା ହାମର ଥ୍ରୋ)। ଚଳିତବର୍ଷ ପ୍ରଥମଭାଗରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚୋପ୍ରା ଓ ଶିବପାଲ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ଗତବର୍ଷ ଜାପାନରେ ଅନୁଷ୍ଠିତ ଏସିଆନ ରେସ୍‌ ଓ୍ବାକିଂ ଚାମ୍ପିୟନଶିପ୍‌ରେ ୨୦ କି.ମି. ରେସ ଓ୍ବାକର ଇର୍ଫାନ ଯୋଗ୍ୟତା ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri