Posted inଖେଳ

ଘରୋଇ ସିଜନ ପାଇଁ ବିସିସିଆଇର ବ୍ଲୁ ପ୍ରିଣ୍ଟ: ଡିସେମ୍ବର ୨୦ରୁ ମୁସ୍ତାକ ଅଲି , ଜାନୁୟାରୀ ୧୧ରୁ ରଣଜୀ ଟ୍ରଫି

ମୁମ୍ବାଇ,୩୦।୧୧(ପି.ଟି.): କୋଭିଡ୍‌-୧୯ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଘରୋଇ କ୍ରିକେଟ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ମହାମାରୀର ପ୍ରକୋପ ଜାରି ରହିବା ସତ୍ତ୍ୱେ ବିସିସିଆଇ ଘରୋଇ ସେସନ ଆରମ୍ଭ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଡିସେମ୍ବର ଓ ମାର୍ଚ୍ଚ ମଧ୍ୟରେ ସାରା ଦେଶରେ ୬ଟି ଜୈବ ସୁରକ୍ଷିତ ହବ୍‌ ବା ସ୍ଥାନ ତଥା ବାୟୋ ବବଲ ସୃଷ୍ଟି କରାଯିବା ଉପରେ ବିସିସିଆଇ ଯୋଜନା କରୁଛି। ତେବେ ଏଥିପାଇଁ ବୋର୍ଡ ରାଜ୍ୟ ଆସୋସିଏଶନଗୁଡିକର ମତାମତ ଲୋଡି ଚିଠି ଲେଖିଛି।
ଆସୋସିଏଶନଗୁଡିକୁ ୪ଟି ବିକଳ୍ପ ଦିଆଯାଇଛି। ପ୍ରଥମ ବିକଳ୍ପ ହେଉଛି କେବଳ ରଣଜୀ ଟ୍ରଫି ଆୟୋଜନ। ଦ୍ୱିତୀୟ ବିକଳ୍ପ ହେଉଛି କେବଳ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ଆୟୋଜନ। ତୃତୀୟ ବିକଳ୍ପ ହେଉଛି ମିଳିତ ଭାବେ ରଣଜୀ ଟ୍ରଫି ଓ ମୁସ୍ତାକ ଅଲି ଟୁର୍ନାମେଣ୍ଟ ଆୟୋଜନ। ଚତୁର୍ଥ ବିକଳ୍ପ ହେଉଛି ଦୁଇ ସୀମିତ ଓଭର ଟୁର୍ନାମେଣ୍ଟ (ମୁସ୍ତାକ ଅଲି ଓ ବିଜୟ ହଜାରେ ଟ୍ରଫି) ପାଇଁ ଓ୍ବିଣ୍ଡୋ ପ୍ରସ୍ତୁତ କରିବା।
ଏହି ଚିଠିରେ ବିସିସିଆଇ ଟୁର୍ନାମେଣ୍ଟଗୁଡିକର ସମ୍ଭାବ୍ୟ ସମୟ ଉପରେ ଉପରେ ଉଲ୍ଲେଖ କରିଛି। ରଜଣୀ ଟ୍ରଫି ପାଇଁ ୬୭ ଦିନ (୧୧ ଜାନୁୟାରୀରୁ ୧୮ ମାର୍ଚ୍ଚ) ପ୍ରସ୍ତାବ ଦିଆଯାଇଛି। ମୁସ୍ତାକ ଅଲି ଟୁର୍ନାମେଣ୍ଟ ପାଇଁ ୨୨ ଦିନ (ଡିସେମ୍ବର ୨୦ରୁ ଜାନୁୟାରୀ ୧୦) ଆବଶ୍ୟକ ହେବ ବୋଲି କୁହାଯାଇଛି। ସେହିପରି ଯଦି ବିଜୟ ହଜାରେ ଟ୍ରଫି ଖେଳାଯାଏ ତେବେ ଏହା ଜାନୁୟାରୀ ୧୧ରୁ ଫେବୃୟାରୀ ୭ (୨୮ ଦିନ) ମଧ୍ୟରେ ଆୟୋଜନ ହେବ। ମହାମାରୀ ସମୟରେ ନୂଆ ଘରୋଇ ସେସନ ଆୟୋଜନ ନିଶ୍ଚିତ ଭାବେ ଏକ ବଡ଼ ସ୍ବାସ୍ଥ୍ୟଗତ ଚ୍ୟାଲେଞ୍ଜ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ଘରୋଇ ଟୁର୍ନାମେଣ୍ଟରେ ଭାଗ ନେବାକୁ ଥିବା ୩୮ଟି ଦଳ ପାଇଁ ବିସିସିଆଇ ଦେଶରେ ୬ଟି ଜୈବ ସୁରକ୍ଷିତ ହବ୍‌ ସ୍ଥାପନ କରିବ। ୩୮ଟି ଦଳକୁ ୫ଟି ଏଲିଟ୍‌ ଗ୍ରୁପ୍‌ରେ ଓ ଗୋଟିଏ ପ୍ଲେଟ୍‌ ଗ୍ରୁପ୍‌ରେ ବିଭକ୍ତ କରାଯିବ। ଗୋଟିଏ ଏଲିଟ୍‌ ଗ୍ରୁପ୍‌ରେ ୬ଟି ଦଳ ଓ ପ୍ଲେଟ୍‌ ଗ୍ରୁପ୍‌ରେ ୮ଟି ଦଳ ସାମିଲ ରହିବେ ବୋଲି ଉଲ୍ଲେଖ କରାଯାଇଛି। ପ୍ରତ୍ୟେକ ଜୈବ ସୁରକ୍ଷିତ ହବ୍‌ରେ ଅତିକମ୍‌ରେ ୩ଟି ଭେନ୍ୟୁ ସାମିଲ ରହିବ ଓ ମ୍ୟାଚ୍‌ଗୁଡିକ ଡିଜିଟାଲ ମିଡିଆରେ ପ୍ରସାରିତ ହେବ। ଉଲ୍ଲେଖଥାଉ କି, ବୋର୍ଡ ଜୈବ ସୁରକ୍ଷିତ ପରିବେଶରେ କିଛିଦିନ ତଳେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସଫଳତାର ସହ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌) ଆୟୋଜନ କରିଥିଲା। ସାଧାରଣତଃ ଅଗଷ୍ଟରେ ଆରମ୍ଭ ହେଉଥିବା ଘରୋଇ ସିଜନ ଆଗକୁ ଦିନେ ଆରମ୍ଭ ହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Commonwealth Games: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଝଣ୍ଡୁ କୁମାର

ନୂଆଦିଲ୍ଲୀ,୨୫।୭: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ, ପାରା ଭାରୋତ୍ତୋଳକ ଝଣ୍ଡୁ କୁମାର କାଂସ୍ୟ ପଦକ ଜିତି ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri