Posted inଜାତୀୟ

ଏପ୍ରିଲ୍‌ ୨୯ରେ ଉତ୍ତର ଭାରତରେ ଧୂଳିଝଡ଼ ପୂର୍ବାନୁମାନ…

ନୂଆଦିଲ୍ଲୀ, ୨୮।୪ : ଭାରତର ଜାତୀୟ ରାଜଧାନୀ ଦିଲ୍ଲୀର ତାପମାତ୍ରା ଚଳିତ ସପ୍ତାହରେ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ପାଣିପାଗ ବିଭାଗ ପକ୍ଷରୁ ଏକ ଚେତାବନୀ ଜାରି ହୋଇଛି ଯେ ଚଳିତ ମାସର ଶେଷ ପର୍ଯ୍ୟନ୍ତ ଝାଞ୍ଜି ପବନ ଜାରି ରହିବ। ସେହିପରି ମେ’ ମାସ ଆରମ୍ଭରୁ ତାତି କମିବାର ସମ୍ଭାବନା ରହିଛି। ବୁଧବାର ସିରି ଫୋର୍ଟ କମ୍ପ୍ଲେକ୍ସରେ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି। ଦିଲ୍ଲୀ ପାଇଁ ଏକ ’ୟୋଲୋ ଆଲର୍ଟ’ ମଧ୍ୟ ଜାରି କରାଯାଇଛି।

ଆଇଏମଡି ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି ଯେ ଏପ୍ରିଲ ୨୯ ରେ ଉତ୍ତର ଭାରତରେ ଧୂଳି ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଦ୍ୱାରା ମେ ୧ ରୁ ତାପମାତ୍ରା ହ୍ରାସ ପାଇବାର ପୂର୍ବାନୁମାନ କରାଯାଇଛି। ଆଇଏମଡି ଅନୁଯାୟୀ ପଞ୍ଜାବ, ହରିୟାଣା-ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ, ବିହାର, ଝାଡଖଣ୍ଡ, ଆଭ୍ୟନ୍ତରୀଣ ଗ୍ୟାଙ୍ଗେଟିକ ପଶ୍ଚିମବଙ୍ଗ, ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଗୁଜୁରାଟର ଉତ୍ତର ଭାଗରେ ଝାଞ୍ଜି ପବନ ଅସହ୍ୟ ହେବାର ସମ୍ଭାବନା ରହିଛି।

ସେହିପରି ସ୍କାଏମେଟ ପାଣିପାଗ କହିଛି ଯେ ଝାଞ୍ଜି କେବଳ ଦିଲ୍ଲୀରେ ସୀମିତ ରହିବ ନାହିଁ, ଏହା ଉତ୍ତର ଭାରତର ବାସିନ୍ଦାଙ୍କୁ ମଧ୍ୟ ପ୍ରଭାବିତ କରିବ। ସ୍କାଏମେଟ ପାଣିପାଗ ଟୁଇଟରରେ ଲେଖିଛି, ଚଳିତ ମାସ ଶେଷ ପର୍ଯ୍ୟନ୍ତ ହିଟୱଭ ଅବସ୍ଥା ଜାରି ରହିବ। ଉତ୍ତର ଭାରତର ବାସିନ୍ଦାଙ୍କୁ ଏହା ପ୍ରଭାବିତ କରିବ। ତଥାପି ମେ’ ମାସ ଆରମ୍ଭରୁ ସ୍ଥିତିରେ କେତେକ ପରିବର୍ତ୍ତନ ହୋଇପାରେ।

ଗରମ ଝାଞ୍ଜି ପବନ ଅବସ୍ଥା ମାସର ଶେଷ ପର୍ଯ୍ୟନ୍ତ ରହିବ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ତାପମାତ୍ରା ୪୩ ଡିଗ୍ରୀ ସେଲସିୟସରୁ ଅଧିକ ରହିବ ବୋଲି ଆଶା କରାଯାଉଛି। ରାଜସ୍ଥାନରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ସେଲସିୟସ ମଧ୍ୟ ଛୁଇଁବାର ସମ୍ଭାବନା ରହିଛି। ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ତାତି ଏପ୍ରିଲ ୨୮ ରୁ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ।

ସେହିପରି ଚଣ୍ଡିଗଡ଼ର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନମୋହନ ସିଂ କହିଛନ୍ତି ଯେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ଉତ୍ତପ୍ତ ରହିବ। ପଞ୍ଜାବ ଏବଂ ହରିୟାଣାର କିଛି ସ୍ଥାନରେ ଝାଞ୍ଜି ଚେତାବନୀ ଦିଆଯିବା ସହ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଉତ୍ତର-ପଶ୍ଚିମ ଭାରତ ଚଳିତ ବର୍ଷ ୧୨୨ ବର୍ଷ ମଧ୍ୟରେ ସବୁଠାରୁ ତାତି ମାର୍ଚ୍ଚ ରେକର୍ଡ କରିଥିଲା। ଯେଉଁଠାରେ ହାରାହାରି ସର୍ବାଧିକ ତାପମାତ୍ରା ୨୦୦୪ ରେ ୩୦.୬୭ ଡିଗ୍ରୀ ସେଲସିୟସ ରେକର୍ଡକୁ ଅତିକ୍ରମ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗଁାରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗଁାରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri