Posted inଭଦ୍ରକ

ବର୍ଷାଦିନେ ଚାଷଜମି ଫାଟି ଆଁ

ଭଦ୍ରକ ଅଫିସ,୧୮।୭-ମୌସୁମୀ କାରଣରୁ କିଛିଦିନ ବର୍ଷା ହେବା ସହ ଚାଷଜମିରେ ପାଣି ଦେଖିବାକୁ ମିଳିଥିଲା। ହେଲେ ଗତ କିଛିଦିନ ହେଲା ବର୍ଷା ନାହିଁ। ଫଳରେ ଚାଷଜମିରେ ଗଚ୍ଛିତ ହୋଇଥିବା ବର୍ଷାଜଳ ଖରାରେ ଶୁଖିଯାଇଛି। ଏପରିକି ଅନେକ କୃଷିକ୍ଷେତ୍ର ଏବେ ଘାସ ଲତାରେ ପୂରିଯାଇଥିବା ବେଳେ ଚାରଣ ଭୂଇଁ ପାଲଟିଛି। ଚାଷୀମାନେ ଚାଷ ଲାଗି ପ୍ରାରମ୍ଭିକ ବେଉଷଣ କାମ ଆରମ୍ଭ କରିପାରୁନାହାନ୍ତି। ଜଳାଭାବ କାରଣରୁ ଜମିରେ ଏଯାଏ ତଳିପକା କାର୍ଯ୍ୟ ହୋଇପାରୁ ନାହିଁ। ବର୍ଷାଋତୁରେ ଚାଷଜମି ଫାଟି ଆଁ କରିଛି। ନିଅଣ୍ଟ ବର୍ଷାକୁ ନେଇ ଚାଷୀକୂଳ ହତାଶ ହୋଇପଡ଼ିଛନ୍ତି। ସାଧାରଣତଃ ଜୁନରେ ମୌସୁମୀର ଆଗମନ ପରେ ଖରିଫ ଧାନ ଚାଷ କାର୍ଯ୍ୟ ଆରମ୍ଭରେ ସହାୟକ ହୋଇଥାଏ। କିନ୍ତୁ ଚଳିତଥର ଅଧା ପରିମାଣର ବର୍ଷା ହୋଇଛି।
କୃଷି ବିଭାଗ ସୂଚନା ଅନୁଯାୟୀ, ୧୯୮ ମିଲିମିଟର ବର୍ଷା ହେବା କଥା। ମାତ୍ର ୧୦୨ ମିଲିମିଟର ବର୍ଷା ହୋଇଛି। ଏଥିଯୋଗୁ ବୁଣାଠାରୁ ଆରମ୍ଭ କରି ତଳିପକା ଓ ରୁଆ ବେଉଷଣ ବିଳମ୍ବିତ ହୋଇଛି। ଜୁଲାଇରେ ମଧ୍ୟ ବର୍ଷାର ଦେଖା ନାହିଁ। ଏଣୁ ଜିଲାରେ ଚାଷ କାମ ଧିମେଇ ଯାଇଛି। ଚଳିତ ବର୍ଷ ୧ଲକ୍ଷ ୬୧ ହଜାର ୫୦୦ ହେକ୍ଟର ଜମିରେ ଧାନ ଏବଂ ୧୨,୫୬୩ ହେକ୍ଟର ଜମିରେ ଅଣଧାନ ଚାଷର ଲକ୍ଷ୍ୟ ରଖାଯାଇଥିଲା। ଜୁନ୍‌ ଶେଷ ସୁଦ୍ଧା ୩୬୯୫ ହେକ୍ଟର ଜମିରେ ବୁଣା ଧାନ ଚାଷ ସମ୍ଭବ ହୋଇଛି। ୫୬୨୧ ହେକ୍ଟର ଜମିରେ ତଳି ପଡ଼ିଛି। ଯାହାକି ୫୬ ହଜାର ହେକ୍ଟର ଜମିରେ ରୁଆ ଲାଗି ଉଦ୍ଦିଷ୍ଟ। ଏଣୁ ପାଖାପାଖି ୧ଲକ୍ଷ ହେକ୍ଟର ଜମି ଲାଗି ତଳି ପଡ଼ିବା ବି ସମ୍ଭବ ହୋଇନାହିଁ।
କେନାଲରେ ମଧ୍ୟ ପାଣି ନାହିଁ। ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି, ତିହିଡ଼ି ବ୍ଲକରେ କିଛିଟା ଚାଷ ଚାଲିଥିବା ବେଳେ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ତଳା ବିଲରେ ମାଟି ଫାଟି ଅଁା କରିଛି। ଲୋକେ ପମ୍ପ ସେଟ୍‌ରେ, କାନ୍ଧରେ ବୋହି ତଳି କିଆରିକୁ ପାଣି ମଡ଼ାଉଛନ୍ତି। ଅଧିକ ପ୍ରଭାବିତ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ଜଳସମ୍ପଦ ବିଭାଗ ପକ୍ଷରୁ ଅପ୍ରାକୃତିକ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ଏଯାଏ ଆରମ୍ଭ ହୋଇନାହିଁ। ବିଶେଷକରି ଆଖୁଆପଦା, ଶାଳଣିଆ, ଧାମନଗର ଜଳସମ୍ପଦ ବିଭାଗ ଅଧୀନ କେନାଲଗୁଡ଼ିକରେ ପାଣି ନ ଆସିବାରୁ ବ୍ଲକ ଅଞ୍ଚଳରେ ଚାଷକାର୍ଯ୍ୟ ଆଗେଇ ପାରୁନି। ତଳି ଧାନ ଏବେ ଗଜା ହୋଇ ଛୋଟ ଛୋଟ ଗଛ ହୋଇଥିଲେ ସୁଦ୍ଧା ପାଣି ଅଭାବରୁ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଯେଉଁଠି କୃଷି କ୍ଷେତ୍ର ନିକଟକୁ ଲାଗି ଗାଡ଼ିଆ, ପୋଖରୀ ସୁବିଧା ଅଛି ସେଠାରେ ଚାଷୀମାନେ ମୋଟର ଲଗାଇ ତଳି କିଆରିକୁ ପାଣି ମଡ଼ାଉଛନ୍ତି। ହେଲେ ଉଠା ପାଣିରେ ସମ୍ପୂର୍ଣ୍ଣ ଧାନତଳିକୁ ବଞ୍ଚାଇବା ଅସମ୍ଭବ ହୋଇପଡୁଛି। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ଜଗନ୍ନାଥ ନନ୍ଦଙ୍କୁ ପଚାରିବାରୁ କହିଛନ୍ତି, ବର୍ଷା ହେଲେ ସ୍ବାଭାବିକ ହୋଇଯିବ। ଏବେ ଉଠା ଜଳସେଚନ ଓ କେନାଲଗୁଡ଼ିକରେ ପାଣି ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri