ପାକିସ୍ତାନରେ ଖବରଦାତା ନିର୍ଯାତିତ…

ଇସଲାମାବାଦ,୨୩।୫ : ପାକିସ୍ତାନରେ ଖବରଦାତାଙ୍କ ଅବସ୍ଥା ଭଲ ନାହିଁ। ସେମାନେ ନିର୍ଯାତିତ ହେଉଛନ୍ତି! ସେମାନଙ୍କୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ହଇରାଣ କରାଯାଉଛି। ଦେଶରେ ଖବରଦାତାଙ୍କ ପ୍ରତି ବିପଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ ସେମାନଙ୍କୁ ଧମକ ଦିଆଯିବା, ଆକ୍ରମଣ କରିବା ଏବଂ ଗୁଳି ଚଳାଇବା ଖବର ଅଧିକ ଘଟୁଛି। ଲାହୋରର ପ୍ରେସ କ୍ଲବର ଅଧ୍ୟକ୍ଷ ଆଜମ ଚୌଧରୀ କହିଛନ୍ତି ଲାହୋରରେ ୨୦୦ରୁ ଅଧିକ ପାକିସ୍ତାନୀ ଖବରଦାତା ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ନିର୍ଯାତନା ତଥା ଗିରଫଦାରୀର ସମ୍ମୁଖୀନ ହେଉଛନ୍ତି। କେବଳ ଏତିକି ନୁହେଁ, ଗିରଫ ହୋଇଥିବା ଖବରଦାତାମାନଙ୍କ ମଧ୍ୟରୁ କେତେକଙ୍କୁ କଠୋର ନିର୍ଯାତନା ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି।

ଖବରଦତାମାନଙ୍କ ନାମ ସାମରିକ ପ୍ରତିଷ୍ଠାନ, ପୋଲିସ ଭ୍ୟାନ ଏବଂ ସରକାରୀ ଅଟ୍ଟାଳିକା ଉପରେ ଆକ୍ରମଣରେ ସମ୍ପୃକ୍ତ ଥିବା ’ଆତଙ୍କବାଦୀ ଏବଂ ସନ୍ଦିଗ୍ଧ’ ତାଲିକାରେ ସ୍ଥାନିତ ହୋଇଛି।

ଆଇନ ପ୍ରଣୟନକାରୀ ସଂସ୍ଥା ସମଗ୍ର ଦେଶରେ ପ୍ରାୟ ୮ ହଜାର ଲୋକଙ୍କୁ ଗିରଫ କରିଛନ୍ତି। ସେମାନେ ମୁଖ୍ୟତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର କର୍ମୀ। ମେ ୯ ରେ ଇମ୍ରାନ ଖାନ ଗିରଫ ହେବା ପରେ ଆରମ୍ଭ ହୋଇଥିବା ହିଂସାରେ ଏହି ବ୍ୟକ୍ତିମାନେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଗିରଫ ହୋଇଥିବା ଅଧାରୁ ଅଧିକ ପଞ୍ଜାବ ପ୍ରଦେଶର।

ପଞ୍ଜାବର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ମୋହସିନ ନାକଭି କହିଛନ୍ତି ପଞ୍ଜାବରେ ମେ ୯ରେ ଘଟିଥିବା ଘଟଣାରେ ପଞ୍ଜୀକୃତ ହୋଇଥିବା ୧୩୮ଟି ମାମଲାରେ ୫୦୦ ରୁ ଅଧିକ ମହିଳାଙ୍କୁ ଗିରଫ କରାଯାଇଛି। ମହିଳାମାନଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଆଇନ (ଏଟିଏ) ଅନୁଯାୟୀ ବିଚାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ…

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?