Posted inଫୁରସତ

ଦୁର୍ଗା ଓରଫ ଅର୍ପିତାଙ୍କ ଷ୍ଟାଇଲ୍‌-ଫିଟ୍‌ନେସ୍‌ ମନ୍ତ୍ର: ଜାଣନ୍ତୁ ତାଙ୍କର ସିକ୍ରେଟ୍‌…

ଦୁର୍ଗା ନାମରେ ଘରେ ଘରେ ପରିଚିତା ଅର୍ପିତା କର। ଜଣେ ବଳିଷ୍ଠ ଅଭିନେତ୍ରୀ ହେବା ସହ ଦେଖିବାକୁ ସେ ବେଶ୍‌ ମଡର୍ନ ଓ
ଷ୍ଟାଇଲିଶ୍‌। ତା’ସହ ସେ ବେଶ୍‌ ଫିଟ୍‌ ମଧ୍ୟ। ଆସନ୍ତୁ ଜାଣିବା ତାଙ୍କର କିଛି ଷ୍ଟାଇଲ୍‌ ଓ ଫିଟ୍‌ନେସ୍‌ ମନ୍ତ୍ର…

ବ୍ୟାୟାମ ପାଇଁ ଅଧଘଣ୍ଟା:
ଫିଟ୍‌ ରହିବା ପାଇଁ ମୁଁ ପ୍ରତିଦିନ ପ୍ରାୟ ୩୦ ମିନିଟ୍‌ ବ୍ୟାୟାମ କରେ। ମୋର ଫିଟ୍‌ନେସ୍‌ ଆଇକନ୍‌ ହେଉଛନ୍ତି ହଲିଉଡ ଗାୟିକା ଜେନିଫର୍‌ ଲୋପେଜ୍‌। ମା’ ହେବାପରେ ଫିଟ୍‌ ରହିବା ପାଇଁ ମଧ୍ୟ ବ୍ୟାୟାମ ସହ ଉପଯୁକ୍ତ ଡାଏଟ୍‌ ଗ୍ରହଣ କରୁଥିଲି।
ହେଲେ କେବେ ଡାଏଟିଂ କରିନି। ମୁଁ ଡାଏଟିଂରେ ବିଶ୍ୱାସ ରଖେନି। ପ୍ରତି ଦୁଇ ଘଣ୍ଟାକୁ ଥରେଖାଏ। ଆଉ ତେଲ ମସଲାଠୁ ଦୂରେଇ ରହେ। ମୋର ପ୍ରିୟ ଖାଦ୍ୟ ହେଉଛି ବିରିୟାନୀ।

ଭଲ ଲାଗେ ଓ୍ବେଷ୍ଟର୍ନ ଓ୍ବେର୍‌: ଇଣ୍ଡିଆନ୍‌ ଓ୍ବେର୍‌ରେ ମତେ ଶାଢ଼ି ଭଲ ଲାଗେ। ତେବେ ଇଣ୍ଡିଆନ୍‌ ଅପେକ୍ଷା ଓ୍ବେଷ୍ଟର୍ନ ଓ୍ବେର୍‌କୁ ମୁଁ ବେଶି ପ୍ରିଫର୍‌ କରେ। ଓ୍ବେଷ୍ଟର୍ନ ଓ୍ବେର୍‌ରେ ଜିନ୍ସ ଓ ଟି-ଶର୍ଟ ମୋର ବହୁତ ପସନ୍ଦ।

ଜୁଏଲେରୀ କେତେ ପସନ୍ଦ: ମୁଁ ବେଶି ଗହଣା ପ୍ରିୟ ନୁହେଁ। ବିବାହ ଭଳି ଅକେଜନ୍‌ରେ ସୁନାର ଗହଣା ପିନ୍ଧେ। ଆଉ ମଡର୍ନ ଆଉଟ୍‌ଫିଟ୍‌ରେ ପିନ୍ଧେ ମଡର୍ନ ତଥା କଣ୍ଟେମ୍ପରାରୀ ଜୁଏଲେରୀ।

ପ୍ରିୟ ଫ୍ୟାଶନ୍‌ ଆସେସରୀ: ମୋର ପ୍ରିୟ ଫ୍ୟାଶନ୍‌ ଆସେସରୀ ହେଉଛି ବ୍ରେସଲେଟ୍‌, ସନ୍‌ଗ୍ଲାସ୍‌, ସୁଜ୍‌ ଏବଂ ଓ୍ବାଚ୍‌।
ବର୍ଷାଦିନେ ପିନ୍ଧେ: ବର୍ଷାଦିନେ ଫ୍ୟାଶନେବଲ୍‌ ଲାଗିବା ପାଇଁ ଜିନ୍ସ ସହ ସ୍ଲିପର୍‌ସ୍‌ ଓ ଫ୍ଲାଟ୍ସ୍‌ ପେୟାର୍‌ କରେ।

ପର୍ସରେ ରଖେ: ମୁଁ ପର୍ସରେ ସବୁବେଳେ ସନ୍‌ସ୍କ୍ରିନ୍‌ ମଶ୍ଚରାଇଜର୍‌, ଲିପ୍‌ବାମ୍‌ ଓ ଲିପ୍‌ଷ୍ଟିକ୍‌ ରଖିଥାଏ।

ବ୍ୟୁଟି ସିକ୍ରେଟ୍‌: ପ୍ରଚୁର ପାଣି ପିଏ, ବ୍ୟାୟାମ କରେ, ଦିନକୁ ୭-୮ ଘଣ୍ଟା ଶୁଏ ଏବଂ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରେ।

ଫ୍ୟାଶନ୍‌ ଆଇକନ୍‌: ମୋ ଫ୍ୟାଶନ୍‌ ଆଇକନ୍‌ ହେଉଛନ୍ତି ଜେନିଫର୍‌ ଲୋପେଜ୍‌। ଆଉ ଏଭର୍‌ ଗ୍ରୀନ୍‌ ଗର୍‌ଜିୟସ୍‌ ଅଭିନେତ୍ରୀ ରେଖା ଜୀଙ୍କୁ ମୁଁ ଫଲୋ କରେ।

ଛୁଟିଦିନରେ ଭଲ ପାଏ: ଛୁଟିଦିନରେ ଏକ୍ସରସାଇଜ୍‌ ପାଇଁ ଛୁଟି ନ ଥାଏ। ବରଂ ଭଲରେ ଏକ୍ସରସାଇଜ୍‌ କରିହୁଏ। ତା’ଛଡା ମତେ ବୁଲିବାକୁ ବହୁତ ଭଲ ଲାଗେ। ତେଣୁ ଛୁଟିଦିନ ମାନେ ବୁଲାବୁଲି ହୁଏ। ବୁଲାବୁଲି ସହ ଖାଇବା ବି ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri