Posted inଫୁରସତ

ଦୁର୍ଗା ଓରଫ ଅର୍ପିତାଙ୍କ ଷ୍ଟାଇଲ୍‌-ଫିଟ୍‌ନେସ୍‌ ମନ୍ତ୍ର: ଜାଣନ୍ତୁ ତାଙ୍କର ସିକ୍ରେଟ୍‌…

ଦୁର୍ଗା ନାମରେ ଘରେ ଘରେ ପରିଚିତା ଅର୍ପିତା କର। ଜଣେ ବଳିଷ୍ଠ ଅଭିନେତ୍ରୀ ହେବା ସହ ଦେଖିବାକୁ ସେ ବେଶ୍‌ ମଡର୍ନ ଓ
ଷ୍ଟାଇଲିଶ୍‌। ତା’ସହ ସେ ବେଶ୍‌ ଫିଟ୍‌ ମଧ୍ୟ। ଆସନ୍ତୁ ଜାଣିବା ତାଙ୍କର କିଛି ଷ୍ଟାଇଲ୍‌ ଓ ଫିଟ୍‌ନେସ୍‌ ମନ୍ତ୍ର…

ବ୍ୟାୟାମ ପାଇଁ ଅଧଘଣ୍ଟା:
ଫିଟ୍‌ ରହିବା ପାଇଁ ମୁଁ ପ୍ରତିଦିନ ପ୍ରାୟ ୩୦ ମିନିଟ୍‌ ବ୍ୟାୟାମ କରେ। ମୋର ଫିଟ୍‌ନେସ୍‌ ଆଇକନ୍‌ ହେଉଛନ୍ତି ହଲିଉଡ ଗାୟିକା ଜେନିଫର୍‌ ଲୋପେଜ୍‌। ମା’ ହେବାପରେ ଫିଟ୍‌ ରହିବା ପାଇଁ ମଧ୍ୟ ବ୍ୟାୟାମ ସହ ଉପଯୁକ୍ତ ଡାଏଟ୍‌ ଗ୍ରହଣ କରୁଥିଲି।
ହେଲେ କେବେ ଡାଏଟିଂ କରିନି। ମୁଁ ଡାଏଟିଂରେ ବିଶ୍ୱାସ ରଖେନି। ପ୍ରତି ଦୁଇ ଘଣ୍ଟାକୁ ଥରେଖାଏ। ଆଉ ତେଲ ମସଲାଠୁ ଦୂରେଇ ରହେ। ମୋର ପ୍ରିୟ ଖାଦ୍ୟ ହେଉଛି ବିରିୟାନୀ।

ଭଲ ଲାଗେ ଓ୍ବେଷ୍ଟର୍ନ ଓ୍ବେର୍‌: ଇଣ୍ଡିଆନ୍‌ ଓ୍ବେର୍‌ରେ ମତେ ଶାଢ଼ି ଭଲ ଲାଗେ। ତେବେ ଇଣ୍ଡିଆନ୍‌ ଅପେକ୍ଷା ଓ୍ବେଷ୍ଟର୍ନ ଓ୍ବେର୍‌କୁ ମୁଁ ବେଶି ପ୍ରିଫର୍‌ କରେ। ଓ୍ବେଷ୍ଟର୍ନ ଓ୍ବେର୍‌ରେ ଜିନ୍ସ ଓ ଟି-ଶର୍ଟ ମୋର ବହୁତ ପସନ୍ଦ।

ଜୁଏଲେରୀ କେତେ ପସନ୍ଦ: ମୁଁ ବେଶି ଗହଣା ପ୍ରିୟ ନୁହେଁ। ବିବାହ ଭଳି ଅକେଜନ୍‌ରେ ସୁନାର ଗହଣା ପିନ୍ଧେ। ଆଉ ମଡର୍ନ ଆଉଟ୍‌ଫିଟ୍‌ରେ ପିନ୍ଧେ ମଡର୍ନ ତଥା କଣ୍ଟେମ୍ପରାରୀ ଜୁଏଲେରୀ।

ପ୍ରିୟ ଫ୍ୟାଶନ୍‌ ଆସେସରୀ: ମୋର ପ୍ରିୟ ଫ୍ୟାଶନ୍‌ ଆସେସରୀ ହେଉଛି ବ୍ରେସଲେଟ୍‌, ସନ୍‌ଗ୍ଲାସ୍‌, ସୁଜ୍‌ ଏବଂ ଓ୍ବାଚ୍‌।
ବର୍ଷାଦିନେ ପିନ୍ଧେ: ବର୍ଷାଦିନେ ଫ୍ୟାଶନେବଲ୍‌ ଲାଗିବା ପାଇଁ ଜିନ୍ସ ସହ ସ୍ଲିପର୍‌ସ୍‌ ଓ ଫ୍ଲାଟ୍ସ୍‌ ପେୟାର୍‌ କରେ।

ପର୍ସରେ ରଖେ: ମୁଁ ପର୍ସରେ ସବୁବେଳେ ସନ୍‌ସ୍କ୍ରିନ୍‌ ମଶ୍ଚରାଇଜର୍‌, ଲିପ୍‌ବାମ୍‌ ଓ ଲିପ୍‌ଷ୍ଟିକ୍‌ ରଖିଥାଏ।

ବ୍ୟୁଟି ସିକ୍ରେଟ୍‌: ପ୍ରଚୁର ପାଣି ପିଏ, ବ୍ୟାୟାମ କରେ, ଦିନକୁ ୭-୮ ଘଣ୍ଟା ଶୁଏ ଏବଂ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରେ।

ଫ୍ୟାଶନ୍‌ ଆଇକନ୍‌: ମୋ ଫ୍ୟାଶନ୍‌ ଆଇକନ୍‌ ହେଉଛନ୍ତି ଜେନିଫର୍‌ ଲୋପେଜ୍‌। ଆଉ ଏଭର୍‌ ଗ୍ରୀନ୍‌ ଗର୍‌ଜିୟସ୍‌ ଅଭିନେତ୍ରୀ ରେଖା ଜୀଙ୍କୁ ମୁଁ ଫଲୋ କରେ।

ଛୁଟିଦିନରେ ଭଲ ପାଏ: ଛୁଟିଦିନରେ ଏକ୍ସରସାଇଜ୍‌ ପାଇଁ ଛୁଟି ନ ଥାଏ। ବରଂ ଭଲରେ ଏକ୍ସରସାଇଜ୍‌ କରିହୁଏ। ତା’ଛଡା ମତେ ବୁଲିବାକୁ ବହୁତ ଭଲ ଲାଗେ। ତେଣୁ ଛୁଟିଦିନ ମାନେ ବୁଲାବୁଲି ହୁଏ। ବୁଲାବୁଲି ସହ ଖାଇବା ବି ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri