Posted inଜାତୀୟ

କିଲୋ ପ୍ରତି ୨ ଟଙ୍କା ମୂଲ୍ୟରେ କିଣାଯିବ ଗୋବର

ରାୟପୁର, ୧୬।୭- ଚାଷୀଙ୍କଠାରୁ ୨ ଟଙ୍କାରେ ଗୋବର କିଲୋ କିଣିବାକୁ ଛତିଶଗଡ଼ ଭୂପେଷ ବାଘେଲା ସରକାର ନିଷ୍ପତ୍ତି ନେଇଛନ୍ତି। ‘ଗୋଦାନ ନ୍ୟାୟ ଯୋଜନା’ରେ ଚାଷୀଙ୍କଠାରୁ ସିଧାସଳଖ କିଲୋ ପ୍ରତି ୨ ଟଙ୍କା ମୂଲ୍ୟରେ ଗୋବର କିଣାଯିବାକୁ ଛତିଶଗଡ଼ କ୍ୟାବିନେଟ୍‌ ଅନୁମୋଦନ କରିଛି। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭୂପେଷ ବାଘେଲାଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ରାଜ୍ୟରେ ହରେଲି ମହୋତ୍ସବରୁ ଆରମ୍ଭ ହେବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ ହଜାର ୩୦୦ ଗୋଥାନକୁ ସ୍ବିକୃତୀ ମିଳିସାରିଛି। ଯେଉଁଥିରେ ଗ୍ରାମୀଣ କ୍ଷେତ୍ରରେ ୨,୪୦୮ ଓ ସହରାଞ୍ଚଳରେ ୩୭୭ ଗୋଥାନ ନିର୍ମାଣ କରାଯାଇଛି। ଗୋଥାନ ସମିତି ମାଧ୍ୟମରେ ରାଜ୍ୟରେ ସ୍ଥାପିତ ହୋଇଥିବା ଗୋଥାନରୁ ଗାଇ ଓ ମଇଁଷି ଗୋବର ସଂଗ୍ରହ କରାଯିବ। ଏଥିରୁ କମ୍ପୋଷ୍ଟ ଓ ଅନ୍ୟାନ ଉତ୍ପାଦ ଉତ୍ପାଦନ କରାଯିବ। ଏହି କମ୍ପୋଷ୍ଟକୁ
ସମବାୟ ସମିତି ମାଧ୍ୟମରେ କୃଷକମାନଙ୍କୁ କିଲୋ ପ୍ରତି ୮ ଟଙ୍କା ମୂଲ୍ୟରେ ବିକ୍ରି କରାଯିବ। ଗୋବର କିଲୋ ୨ ଟଙ୍କା କ୍ରୟ କରାଯିବା ନିଷ୍ପତ୍ତି ଦ୍ୱାରା ନୂତନ ରୋଜଗାର ସୃଷ୍ଟି ହେବ, ଗୋପାଳନ ଓ ଗୋସୁରକ୍ଷା ପାଇଁ ପ୍ରୋତ୍ସାହନ ଏବଂ ଖୋଲରେ ଚରାଇବା ଉପରେ ପ୍ରତିବନ୍ଧକ ଆସିପାରିବ ବୋଲି ଏହି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାଜପା ଏମ୍‌ପି ଗମ୍ଭିର

ନୂଆଦିଲ୍ଲୀ,୨୧ ।୧: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଚାନ୍ଦା ଏକାଠି କରାଯାଉଛି । ଭାରତୀୟ ଜନତା...

ବିଧାନସଭାକୁ ଆସୁନାହାଁନ୍ତି ତେଜସ୍ବୀ

ପାଟନା,୨।୭: ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ ମଙ୍ଗଳବାର ଦ୍ୱିତୀୟ ଦିନରେ ବି ବିଧାନସଭାରେ...

ଭୋପାଳ-ଇନ୍ଦୋରରେ କମିଶନରେଟ୍‌ ବ୍ୟବସ୍ଥା ଲାଗୁ ହେବ…

ଭୋପାଳ,୨୧।୧୧: ମଧ୍ୟପ୍ରଦେଶର ଦୁଇଟି ବଡ ମହାନଗର ଇନ୍ଦୋର ଏବଂ ଭୋପାଳରେ ପୋଲିସ କମିଶନର ବ୍ୟବସ୍ଥା ଲାଗୁ ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଏହି...

କାମ ଦେଲା ମୋଦି-ଶାହଙ୍କ ମାଷ୍ଟ୍ରର ଷ୍ଟ୍ରୋକ୍‌

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଅଚାନକ ରାଜନୈତିକ ସମୀକରଣ ବଦଳି ଯାଇଛି। ପୁଣିଥରେ ଦେବେନ୍ଦ୍ର ଫଡ଼ନବିସ ମୁଖ୍ୟମନ୍ତ୍ରୀ ଡୋର ଧରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

ଶ୍ରୀନଗରରେ ହିଂସା ଆଶଙ୍କାରେ ୨ଦିନ କର୍ଫ୍ୟୁ ଜାରି: ରାସ୍ତା ବଜାର ସିଲ୍‌

ଶ୍ରୀନଗର, ୪।୮: ଜମ୍ମୁ-କଶ୍ମୀରରେ ଠିକ୍‌ ବର୍ଷେ ତଳେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ୨୦୧୯ ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀର ନିଜର ସ୍ବତନ୍ତ୍ର ରାଜ୍ୟର...

ବିହାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ନଭେମ୍ବର ୭ରେ ୧୫ ଜିଲାର ୭୮ ବିଧାନସଭା ଆସନରେ ଭୋଟିଂ

ପାଟନା,୪।୧୧: ନଭେମ୍ବର ୭ରେ ବିହାର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଅନୁଷ୍ଠିତ ହେବ। ୧୫ ଜିଲାର ୭୮ଟି ଆସନରେ ଏଥିପାଇଁ ଭୋଟିଂ କରାଯିବ।...

ଶେଷବର୍ଷ ପରୀକ୍ଷା ବାତିଲ ଦାବି

ମୁମ୍ବାଇ,୧୯।୭: ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଶେଷବର୍ଷର ପରୀକ୍ଷା ସେପ୍ଟେମ୍ବରରେ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଥିବାବେଳେ ଏହାକୁ ଶିବସେନା ଯୁବମୋର୍ଚ୍ଚା ପକ୍ଷରୁ...

ଟ୍ରମ୍ପଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ଭାରତ

ନୂଆଦିଲ୍ଲୀ,୨୪।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଓ ଝିଅ ଜ୍ୱାଇଁଙ୍କ ସହ ଭାରତ ଆସୁଛନ୍ତି। ତାଙ୍କୁ ସ୍ବାଗତ...

Advertisement
Archives

Model This Week