Advertisement
Posted inଫୁରସତ

ମାଳ ବଦଳରେ ନୋଟ୍‌ର ଶେଯ ପିନ୍ଧିଲେ ପାକିସ୍ତାନୀ ବର! ଛିଡ଼ା ହେବା ମାତ୍ରେ…

ନିଜର ବିବାହକୁ ସ୍ମରଣୀୟ କରିବାକୁ କିଏ ବା ନ ଚାହେଁ। ଏଥିଲାଗି ଲୋକେ ଏବେ ବିଭିନ୍ନ କୌଶଳ ଆପଣାଉଛନ୍ତି। କାରଣ ଏହା ଜୀବନରେ ଥରଟିଏ ହୁଏ। ଏହି କ୍ରମରେ ଜଣେ ପାକିସ୍ତାନୀ ବର ତାଙ୍କ ବିବାହ ଦିନ ଏଭଳି କିଛି କରିଛନ୍ତି, ଯାହାର ଚର୍ଚ୍ଚା କେବଳ ତାଙ୍କ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ହେଉଛି। କାରଣଟି ହେଉଛି ସେ ବିବାହରେ ନୋଟ୍‌ର ଏତେ ବଡ଼ ମାଳ ପିନ୍ଧିଥିଲେ ଯେ ପୁରା ଷ୍ଟେଜ୍‌ ଘୋଡାଇ ହୋଇଯାଇଥିଲା।

ସୋସିଆଲ ମିଡିଆରେ ଏହି ପାକିସ୍ତାନୀ ବରଙ୍କ ଫଟୋ ବେଶ ଭାଇରାଲ ହେଉଛି। ଫଟୋରେ ସେ ଷ୍ଟେଜ୍‌ ଉପରେ ଛିଡ଼ା ହୋଇଥିବା ଦେଖାଯାଉଛି। ସେ ବଧୂଙ୍କ ଅପେକ୍ଷା କରିଛନ୍ତି। ହେଲେ ଲୋକଙ୍କ ଧ୍ୟାନ ତାଙ୍କ ଉପରେ କମ୍‌ ଏବଂ ତାଙ୍କ ମାଳ ଉପରେ ଅଧିକ ଦେଖାଯାଉଛି। ଏହାକୁ ଧରିବା ଲାଗି ତାଙ୍କ ସହ ଆହୁରି ଅନେକ ଲୋକ ଛିଡ଼ା ହେବାକୁ ପଡ଼ୁଛି।

ନୋଟ ମାଳ ଭିତରେ କେବଳ ତାଙ୍କର ମୁହଁ ହିଁ ଦେଖାଯାଉଛି। ଏହାଛଡ଼ା ପୁରା ଶରୀର ଘୋଡାଇ ହୋଇଯାଉଛି। ଏହାକୁ ତିଆରି କରିବା ଲାଗି ହଜାର ହଜାର ନୋଟ୍‌ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି। ହେଲେ ଏହାର ସଠିକ୍‌ ପରିମାଣ ଜଣାପଡ଼ି ନାହିଁ। ଫଟୋ ଭାଇରାଲ ହେବା ପରେ ଲୋକେ ମଜାଳିଆ କମେଣ୍ଟ ଦେଉଛନ୍ତି। ସେ ନୋଟ୍‌ର ମାଳ ନୁହେଁ ବରଂ ନୋଟ୍‌ର ଶେଯକୁ ପିନ୍ଧି ଦେଇଥିବା କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଡି କିଲୋ ୮୦୦ ଟଙ୍କା

ଭୋପାଳ,୭।୯: ଅଧିକାଂଶ ଲୋକ ନିଜ ଘରେ ସବୁଜ ଭେଣ୍ଡି ଖାଆନ୍ତି। କିନ୍ତୁ ଲାଲ ରଙ୍ଗର ଭେଣ୍ଡି ଦେଖିବା ଏବଂ ଶୁଣିବା ପାଇଁ ଅଦ୍ଭୁତ ଶବ୍ଦ ହୋଇପାରେ,...

୫୭ ବର୍ଷୀୟ ଏହି ଅଭିନେତା ୩୧ ବର୍ଷ ସାନ ଗର୍ଲଫ୍ରେଣ୍ଡଙ୍କୁ କଲେ ୫ମ ବିବାହ, ଲୁଚାଇଥିଲେ …

ହଲିଉଡ୍‌ ଫିଲ୍ମ ‘ଘୋଷ୍ଟ ରାଇଡର’ର ଅଭିନେତା ନିକୋଲସ କେଜ ୫ମ ବିବାହ କରିଛନ୍ତି। ୫୭ ବର୍ଷୀୟ ନିକୋଲସ ୨୬ ବର୍ଷୀୟା ଜାପାନୀ ଗର୍ଲଫ୍ରେଣ୍ଡ ରିକୋ ଶିବାଟାଙ୍କୁ...

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ତଓ୍ବାଙ୍ଗ

ଅରୁଣାଚଳ ପ୍ରଦେଶସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ତଓ୍ବାଙ୍ଗ। ପର୍ଯ୍ୟଟକ ଏଠାରେ ଆକର୍ଷଣୀୟ ପାହାଡି ଗାଁ ସାଙ୍ଗକୁ ମନ କିଣି ନେଲା ଭଳି ଝରଣା ତଥା...

ସ୍ତ୍ରୀ ଅନ୍ୟ ଜଣଙ୍କୁ ବାହା ହେଉଥିବା ସୋସିଆଲ ମିଡିଆରେ ଦେଖିଲେ ସ୍ବାମୀ, ଆଉ ତା’ ପରେ…

ଚାଇନାର ଜଣେ ମହିଳା ୧୯ ଜଣଙ୍କୁ ବାହା ହୋଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ଖାଲି ଏତିକି ନୁହେଁ, ବିବାହ ନାଁରେ ଲୋକଙ୍କୁ ୨ କୋଟିରୁ ଅଧିକ...

ଏମିତି ଦେଶ, ଯେଉଁଠି ଜୀବଜନ୍ତୁଙ୍କୁ ଦିଆଯାଇଛି ଆଇନଗତ ଅଧିକାର

ଅନେକ ଦେଶରେ ସଂଗଠନ ମାନବିକ ଅଧିକାର ପାଇଁ ସଂଗ୍ରାମ କରୁଥିବାବେଳେ ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ବନ୍ୟଜନ୍ତୁମାନଙ୍କୁ ମଧ୍ୟ ଆଇନଗତ ଅଧିକାର ଦିଆଯାଇଛି।...

୩୩ ବର୍ଷ ହେବ ଇଂଲିଶ ଯୋଗୁ ଦଶମ ବୋର୍ଡ ପରୀକ୍ଷାରେ ହେଉଥିଲେ ଫେଲ, ଏବେ କଲେ ପାସ୍‌, ଜାଣନ୍ତୁ କେମିତି..

ନୂଆଦିଲ୍ଲୀ, ୩୧।୭: ୩୩ ବର୍ଷ ହେବ ଯାହା ହୋଇପାରୁ ନ ଥିଲା ତାହା କରି ଦେଖାଇଛି କରୋନା। କଥାଟା ହେଲା, ହାଇଦ୍ରାବାଦର ମହମ୍ମଦ ନୁରୁଦ୍ଦିନ(୫୧) ଗତ...

ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ଓ୍ବାଶିଂ ମେଶିନ ତିଆରି କରି ଚର୍ଚ୍ଚାରେ ବ୍ୟକ୍ତି

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ କୌଶଳ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ...

ଅଶ୍ଳୀଳ ମେସେଜ୍‌ ପଠାଉଥିଲେ ବସ୍‌: ମହିଳା କର୍ମଚାରୀ କଲେ ଏପରି….

ବେଜିଂ,୧୫।୪: ଚାଇନାର ଏକ ସରକାରୀ ଅଫିସର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା କର୍ମଚାରୀ ଅଫିସରେ ଚେୟାରରେ ବସିଥିବା ବସ୍‌ଙ୍କୁ...

Advertisement
Archives

Model This Week