ସଚେତନତା ଅଭାବରୁ ସରକାରୀ ଯୋଜନାର ଲାଭ ପାଉନାହାନ୍ତି ଚାଷୀ

ରାୟଗଡ଼ା,୨୨।୯(ଭାଗ୍ୟଶ୍ରୀ ମିଶ୍ର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ଯୋଜନା ସହାୟତା ଦେଇ ଭେଟି ଦେଇଛନ୍ତି। ଓଡ଼ିଶା ଦିବସରେ ଗୋଟିଏ କିସ୍ତି ଦିଆଯାଇଥିବାବେଳେ ବୁଧବାର ଏହାର ଦ୍ୱିତୀୟ କିସ୍ତି ଡିବିଟି ମାଧ୍ୟମରେ ପ୍ରତ୍ୟେକ ଚାଷୀଙ୍କୁ ୨୦୦୦ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ରବି ଫସଲ ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି। ତେବେ ରାୟଗଡା ଜିଲାରେ ରବି ଫସଲରେ କାଳିଆ ଯୋଜନାରେ ମୋଟ ୮୩,୬୮୮ ଚାଷୀଙ୍କୁ ସହାୟତା ମିଳିଛି। ସେଥିରୁ କ୍ଷୁଦ୍ର ଚାଷୀ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀ ୮୨, ୦୩୨ ରହିଥିବା ବେଳେ ଭୂମିହୀନ ଚାଷୀଙ୍କ ସଂଖ୍ୟା ୧୬୫୬ ରହିଛି।
ରାୟଗଡା ଏକ ଆଦିବାସୀ ବହୁଳ ଅଞ୍ଚଳ l ଜିଲାରେ ଚାଷୀଙ୍କ ସରକାର ଅନେକ ଯୋଜନା କରୁଥିବାବେଳେ ସଚେତନତା ଅଭାବରୁ ଚାଷୀମାନେ ଯୋଜନା ସମ୍ପର୍କରେ ଜାଣିପାରୁନାହନ୍ତି। ଫଳରେ ଭୂମିହୀନ ଚାଷୀମାନେ ସାହୁକାରଠାରୁ ଧାର କରଜ କରି ଚାଷ କରିଥାନ୍ତି। ଜିଲାରେ ମୋଟ ୪,୮୬୫୮୪ ଚାଷୀଥିବାବେଳେ କ୍ଷୁଦ୍ର ଚାଷୀ ୭୧୪୦୧, ନାମମାତ୍ର ଚାଷୀ ୧ଲକ୍ଷ ୩୩ ହଜାର ୬୫୩ ରହିଛନ୍ତି। ସେହିଭଳି ଭୂମିହୀନ ଚାଷୀ ୩ ଲକ୍ଷ ୮୧ ହଜାର ୫୩୦ ରହିଥିବା ଜଣାପଡିଛି। ଜିଲାରେ ଏତେ ଅଧିକ ଚାଷୀ ରହିଥିଲେ ସୁଦ୍ଧା ସେହି ପରିମାଣର ହିତାଧିକାରୀ କାଳିଆ ଯୋଜନା ପାଇଁ ଆବେଦନ କରି ନ ଥିବାରୁ ସରକାରୀ ଯୋଜନାର ଲାଭ ଉଠାଇ ପାରି ନ ଥିବା ଅଭିଯୋଗ ହୋଇଛି।
ଜିଲା କୃଷି ବିଭାଗ ଯୋଜନାଗୁଡିକୁ ଠିକ୍‌ ଭାବରେ ଚାଷୀଙ୍କ ପାଖରେ ପହଞ୍ଚାଇଲେ ଆଗାମୀ ଦିନରେ ଚାଷୀ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ କହିଛନ୍ତି। ରାୟଗଡା ବ୍ଲକ ମୀରାବାଲି ଗ୍ରାମର ଜଣେ ଚାଷୀ ବାସୁଦେବ ତିଲାକା କହିଛନ୍ତି, ବେଳେ ବେଳେ ବ୍ୟାଙ୍କରୁ ଋଣ ନେଇ ଚାଷ କାର୍ଯ୍ୟ କରେ, ଅନ୍ୟ କେତେବେଳେ ସାହୁକାରଠାରୁ ହାତ ଉଧାରି ଆଣିଥାଏ। କାଳିଆ ଯୋଜନା ବିଷୟରେ ମୁଁ ଜାଣି ନାହିଁ ବୋଲି ସେ କହିଛନ୍ତି। ଏ ନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନଙ୍କୁ ପଚାରିବାରୁ ଚାଷୀଙ୍କୁ ସଚେତନତା କରା ଯାଉଛି । କେତେଜଣ ଚାଷୀ ଜାଣିପାରୁ ନାହାନ୍ତି ସେମାନେ ନିକଟସ୍ଥ କୃଷି କାର୍ଯ୍ୟାଳୟକୁ ଆସି ଯୋଗାଯୋଗ କରିଲେ ପ୍ରତ୍ୟେକ ଖବର ଜାଣିପାରିବେ ବୋଲି ସେ କହିଛନ୍ତି। ଚାଷୀ କାଳିଆ ଯୋଜନା ପାଇଁ ଆବେଦନ କଲେ ବିଭାଗୀୟ ଅଧିକାରୀ ପ୍ରଥମେ ଗ୍ରାମାଞ୍ଚଳରେ ଭେରିଫିକେଶନ କରିଥାନ୍ତି । ଏହା ପରେ ଜିଲାସ୍ତରରେ ଯାଞ୍ଚ ପରେ ଜିଲାପାଳଙ୍କ ଅନୁମୋଦନ ପରେ ରାଜ୍ୟସ୍ତରକୁ ଯାଇଥାଏ ବୋଲି ସେ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?