କାଳ ସାଜିଲା କାଳବୈଶାଖି, ସ୍କୁଲରେ ଆଶ୍ରୟ ନେଲେ କ୍ଷତିଗ୍ରସ୍ତ

ଦେବଗଡ଼ ,୨୩।୩(ଶଶାଙ୍କ ଶେଖର ଝାଙ୍କର): କାଳ ସାଜିଲା କାଳବୈଶାଖି । କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି । କ୍ଷତିଗ୍ରସ୍ତ ଲୋକଙ୍କୁ ଗାଁ ସ୍କୁଲରେ ଆଶ୍ରୟ ଦେଲା ପ୍ରଶାସନ । ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ଆଜି ସଂଧ୍ୟାରେ କୁଆପଥର ବର୍ଷା ହୋଇଛି । ଫଳରେ ଘରର ଆଜବେଷ୍ଟ ଭାଙ୍ଗି ଯାଇଥିବାବେଳେ ଲୋକ ବାସହରା ହୋଇ ପଡିଛନ୍ତି । ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୁଣ୍ଡିଆପାଲି ସମେତ, ଚଛୁପାଲି, ପାଇକନଗର ଗ୍ରାମରେ ଲୋକଙ୍କ ଘରର ଆଜବେଷ୍ଟ ଛାତ ସବୁ ଭାଙ୍ଗି ଯାଇଛି । ରିଆମାଳ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ଗାଁ ସ୍କୁଲରେ ରାତି ପାଇଁ ଆଶ୍ରୟ ଦିଆଯାଇଛି । ଅନ୍ୟ ପକ୍ଷରେ ସରପଞ୍ଚ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ମଧ୍ୟ ସେଠାରେ ପହଁଚି କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି ଆଜି ସଂଧ୍ୟାରେ ବହୁତ ବଡ ଆକୃତିର କୁଆପଥର ସହିତ ଝଡ ତୋଫାନ ଦେଖା ଦେଇଥିଲା । ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା ପାଣି ଘର ଭିତରେ ପଶି ଆସବାସ ପତ୍ର ଏବଂ ଧାନ ଚାଉଳ ଆଦି କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟାହିଆ ଖୋଲାଯିବା ନେଇ ବାଡ଼ଗ୍ରାହୀଙ୍କ ପ୍ରତିକ୍ରିୟା: ୪୫ ମିନିଟ୍‌ ଧରି ମହାପ୍ରଭୁ ନ ହଲିବାରୁ…

ପୁରୀ,୧୮ା୭: ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ଖୋଲାଯିବା ନେଇ ବାଡ଼ଗ୍ରାହୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା। ଏହାକୁ ଦଇତାପତିମାନେ…

ବର୍ଷାଦିନେ ମୋବାଇଲରୁ ଶୀଘ୍ର ସରିଯାଏ ଚାର୍ଜ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ଏହି ଋତୁ ଗରମରୁ ମୁକ୍ତି ପ୍ରଦାନ କରୁଥିବା ବେଳେ, ଅନେକ ଇଲେକ୍ଟ୍ରୋନିକ୍ସ ଶୀଘ୍ର ଖରାପ ହୋଇଯାଏ। ପ୍ରାୟତଃ ଦେଖାଯାଏ ଯେ, ବର୍ଷାଋତୁରେ…

ସୋନମ ୱାଙ୍ଗଚୁକଙ୍କୁ ହଟାଇବା ପରେ ଜନ୍ତର-ମନ୍ତରରେ ଅନଶନରେ ବସିଲେ ଅଭିଜିତ ଦୀପକେ; ମଞ୍ଚ ଉପରେ ଭୋ ଭୋ ହୋଇ କାନ୍ଦିଲେ…

ନୂଆଦିଲ୍ଲୀ,୧୮।୭: ଦିଲ୍ଲୀ ପୋଲିସ ସୋନମ ୱାଙ୍ଗଚୁକଙ୍କୁ ଜନ୍ତର-ମନ୍ତରରୁ ହଟାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ କାକ୍ରୋଚ…

ଅବସର ନେବେ କି ରୋହିତ ଶର୍ମା: BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଲର୍ଡସ ଦିନିକିଆ ପରେ ଅନ୍ତର୍ଜୀତୀୟ କ୍ରିକେଟରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ବିସିସିଆଇ…

ଆଗାମୀ ୨୪ ଘଣ୍ଟାରେ ତାଣ୍ଡବ ରଚିବ ଝଡ଼ବର୍ଷା; ଓଡ଼ିଶା ସମେତ ୧୫ ରାଜ୍ୟକୁ IMDର ହାଇ-ଆଲର୍ଟ

ନୂଆଦିଲ୍ଲୀ,୧୮।୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେଉଛି ଏବଂ ଏହା ସହିତ ଏକ ପଶ୍ଚିମା ଝଡ଼ (Western Disturbance)…

ବିଶ୍ୱକପ ଜିତିଲେ ମିଳିବ ଦୁଇଗୁଣା ପୁରସ୍କାର: ପ୍ରଥମ ଥର ପାଇଁ ବିଜେତାଙ୍କୁ ମେଡାଲ ସହ ମିଳିବ…

ନ୍ୟୁୟର୍କ,୧୮ା୭ ଫିଫା ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଚଳିତ ସଂସ୍କରଣର ବିଶ୍ୱ ଚାମ୍ପିୟନ ଦଳର ସମସ୍ତ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ସ୍ମାରକୀ ମୁଦି ପ୍ରଦାନ…

ସଲମାନଙ୍କ ପରେ ଏବେ ଟାର୍ଗେଟ୍‌ରେ ଆମିର ଖାନ, ମିଳିଲା ଧମକ; ତୃତୀୟ ବିବାହକୁ ନେଇ…

ମୁମ୍ବାଇ,୧୮।୭: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପରେ ଏବେ ଅଭିନେତା ଆମିର ଖାନ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ୍‌କୁ ଆସିଛନ୍ତି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ…

ବଦଳିଲା ମାଉସୀ ମା’ ଘର ଠିକଣା: ଦର୍ଶନ ପାଇଁ ଜମୁଛି ଭିଡ଼

ଦାରିଙ୍ଗବାଡି,୧୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ଚଳିତ ବର୍ଷ ନିଆରା ଓ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ଚଳିତଥର ଶ୍ରୀ ଜଗନ୍ନାଥଙ୍କ ମାଉସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri