ରାଜକୁମାରଙ୍କ କାରରେ ଅଣ୍ଡାଦେଲା ପକ୍ଷୀ, ଜାଣିବା ପରେ କ’ଣ କଲେ ଜାଣନ୍ତୁ ….

ଦୁବାଇ, ୧୩।୮: ଦୁବାଇର ରାଜକୁମାର ତଥା କାର୍ଯ୍ୟକାରୀ ପରିଷଦର ସଭାପତି ଶେଖ ହାମଦାନ ବିନ୍‌ ମହମ୍ମଦ ବିନ ରଶିଦ ଅଲ ମାକ୍‌ତୁମଙ୍କ ମର୍ସିଡିସ ଏସ୍‌ୟୁଭି କାରରେ ଏକ ପକ୍ଷୀ ବସା ତିଆରି କରି ସେଥିରେ ରହୁଥିଲା। ଏହା ଜାଣିବା ପରେ ରାଜକୁମାର କାରକୁ ଆଉ ବ୍ୟବହାର କରି ଅଲଗା ଭାବେ ଏକ ସ୍ଥାନରେ ରଖିଦେଲେ। ଯାହାଫଳରେ ପକ୍ଷୀଟି ଶାନ୍ତିରେ ରହିପାରିବ। ସେ କାରରେ ଥିବା ଉକ୍ତ ଚଢ଼େଇ ବସାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଏକ ଅଣ୍ଡାରୁ ପକ୍ଷୀ ଛୁଆ ବାହାରୁଛି। ଏହା ପରେ ମା’ ପକ୍ଷୀ ତାର ଛୁଆକୁ ଥଣ୍ଟରେ ଖୁଆଉଥିବା ଦେଖିବାକୁ ମିଳୁଛି। ରାଜକୁମାର ଏହି ଫଟୋଟିକୁ ଇନ୍‌ଷଷ୍ଟାଗ୍ରାମ୍‌ରେ ପୋଷ୍ଟକରିବା ସହ ଲେଖିଛନ୍ତି, ବେଳେ ବେଳେ ଜୀବନରେ ଏକ ଛୋଟ ଜିନିଷ ଆବଶ୍ୟକତାଠାରୁ ଅଧିକ ଆଦରର ହୋଇଥାଏ। ଏହି ଭିଡିଓଟିକୁ ଶେୟାର କରିବାର ୨୪ ଘଣ୍ଟା ମଧ୍ୟରେ ୧ ମିଲିୟନ୍‌ରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଥଣ୍ଡା: ଏଠି ହାତୁଡ଼ିରେ ଫଟାଯାଉଛି ଅଣ୍ଡା; ଗାଡ଼ିରେ ବନ୍ଧାହେଉଛି ଲୁହା ଚେନ୍‌

ନୂଆଦିଲ୍ଲୀ,୨।୧: ସିଆଚେନ୍‌ରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଥାଏ। ଏଠାରେ ତାପମାତ୍ରା ମାଇନସ୍‌ ୪୦ ଡିଗ୍ରୀ ସେଲସିୟସ୍‌ରୁ ମଧ୍ୟ କମ୍‌ ରହିଥାଏ। ଏଠାରେ ପ୍ରାୟ ୩ରୁ ୪...

ଭାରତ-ଚାଇନା ମଧ୍ୟରେ କଥାବାର୍ତ୍ତା ବିଫଳ: ସୀମାରେ ଉତ୍ତେଜନା ଜାରି

ନୂଆଦିଲ୍ଲୀ,୧୭।୬: ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ନିକଟସ୍ଥ ଗଲଓ୍ବାନ ଉପତ୍ୟକା ନିକଟରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ଅଛି। ଦୁଇ ଦେଶ ମଧ୍ୟ ଚାଲିଥିବା...

ହାଇତି ଗ୍ୟାଙ୍ଗ ମଧ୍ୟରେ ହିଂସା: ୨୦ରୁ ଊର୍ଦ୍ଧ୍ୱ ମୃତ

ପୋର୍ଟ-ଆଉ-ପ୍ରିନ୍ସ,୨୮ ।୪: ହାଇତି ନାଗରିକଙ୍କ ସୁରକ୍ଷା ଏଜେନ୍ସି ପକ୍ଷରୁ ବୁଧବାର ମିଳିଥିବା ସୂଚନା ଅନୁସାରେ ନିକଟରେ କିଛିଦିନ ହେବ ହାଇତି ଗ୍ୟାଙ୍ଗଙ୍କ ମଧ୍ୟରେ ଲଢେଇ ଫଳରେ...

ଖାଇବା ପରେ ମହିଳାଙ୍କ ମୁହଁ ହେଉଥିଲା ଶୁଷ୍କ: ପରୀକ୍ଷା ପରେ ବାହାରିଲା ୫୩ ପଥର

ବେଳେବେଳେ ଡାକ୍ତରଙ୍କ ନିକଟକୁ ଏମିତି କିଛି ଅଜବ ରୋଗୀ ଆସିଥାନ୍ତି, ଯାହାଙ୍କ ରୋଗ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇ ଥାଆନ୍ତିି। ଏମିତି କିଛି ଦେଖିବାକୁ ମିଳିଛି...

ଆସୁଛି ଦୀପାବଳି : ଏସବୁ ସ୍ଥାନରେ ଅନୁଭବ କରିବେ ପୂର୍ଣ୍ଣିମା ରାତିର ଜହ୍ନ ଆଲୁଅ

ଭାରତରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠିକି ଯିବା ପାଇଁ ସବୁ ସମୟରେ ମନ ଚାହିଁବ। ବିଶେଷକରି ଦୀପାବଳିରେ ଏଠାକୁ ଯିବାର ମଜା କିଛି ଅଲଗା।...

୭ ବର୍ଷ ବାଳକଙ୍କ ପେଣ୍ଟିଂର ଦାମ୍‌ ୮ ଲକ୍ଷ

ବର୍ଲିନ: ଜର୍ମାନୀର ଜଣେ ୭ ବର୍ଷର ବାଳକ କରିଥିବା ପେଣ୍ଟିଂ ୮ ଲକ୍ଷରେ ବିକ୍ରି ହୋଇଛି। ଏହାକୁ କିଣିବା ପାଇଁ ସମଗ୍ର ବିଶ୍ୱରୁ ଲୋକେ ବର୍ଲିନ୍‌ରେ...

ସ୍ବଚ୍ଛ ଭାରତ ଅଭିଯାନ: ମୋଦିଙ୍କୁ ମିଳିବ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’

ଓ୍ବାଶିଂଟନ,୨୪।୯: ସ୍ବଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’ ପ୍ରଦାନ କରାଯିବ। ବିଲ୍‌-ମିଲେଣ୍ଡା ଫାଉଣ୍ଡେସନ୍‌ ପକ୍ଷରୁ ଏହି...

ରୁଷିଆ ବିରୋଧରେ ୟୁକ୍ରେନକୁ ଅସ୍ତ୍ର ଯୋଗାଇବ ଆମେରିକା

ୱାଶିଂଟନ,୧୫ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ୧୯ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ଯୁଦ୍ଧ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି...

Advertisement
Archives

Model This Week