ଝାରପଡ଼ା ଜେଲ୍‌ରେ ନିଶା କାରବାର

ଭୁବନେଶ୍ୱର,୨୧।୩ (ସୂର୍ଯ୍ୟକାନ୍ତ ବେହେରା)ରାଜ୍ୟର ଅନ୍ୟତମ ପ୍ରମୁଖ ଜେଲ୍‌ ତଥା ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ, ମାଦକଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। କଏଦୀମାନେ ନିଶା ଖାଇ ଅୟସ୍‌ ଜୀବନ ବିତାଉଥିବାବେଳେ ନିର୍ଦ୍ଦିଷ୍ଟ ତଥା ଏକାଧିକ ଗ୍ୟାଙ୍ଗ୍‌ର ସଦସ୍ୟମାନେ ରାଜ୍‌ କରୁଛନ୍ତି। ଏମାନଙ୍କୁ ଜେଲ କର୍ମଚାରୀମାନେ ସହଯୋଗ କରୁଥିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ହେଉଛି। ଜେଲରେ ଦୁଇ ବିଚାରାଧୀନ କଏଦୀ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ ଘଟଣାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ହୋଇଥିବା ଯାଞ୍ଚରୁ ନିଶା କାରବାର ପ୍ରମାଣ ମିଳିଛି। ତେବେ ଏ ସମ୍ପର୍କରେ ସୂଚନା ଦେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ଡିସିପିଙ୍କ ନେତୃତ୍ୱରେ ୬ଜଣ ଏଡିସିପି, ୧୩ଜଣ ଇନ୍ସପେକ୍ଟର, ୨୦ଜଣ ସବ୍‌ଇନ୍ସପେକ୍ଟରଙ୍କ ସହିତ ୪ ପ୍ଲାଟୁନ ଫୋର୍ସ ବୁଧବାର ସକାଳ ସାଢେ ୫ଟାରେ ଯା଼ଞ୍ଚ କରିଥିଲା। ପୋଲିସ ଟିମ୍‌ ଜେଲ୍‌ର ୫ଟି ସ୍ବତନ୍ତ୍ର ବ୍ଲକ, ୩୫ଟି ପୁରୁଷ ବିଚାରାଧୀନ ୱାର୍ଡ, ୨୧ଟି ସ୍ବତନ୍ତ୍ର ମହିଳା ୱାର୍ଡ, ରୋଷେଇ ଘର ଆଦି ସ୍ଥାନରେ ଯାଞ୍ଚ କରିଥିଲେ ମଧ୍ୟ ବିଶେଷ କିଛି ଆପତ୍ତିଜନକ ସାମଗ୍ରୀ ମିଳି ନ ଥିଲା। କିନ୍ତୁ କମନ ଏରିଆରୁ କିଛି ଗଞ୍ଜେଇ, ସିଗାରେଟ, ବିଡି, ଖଇନ ଓ ଲାଇଟର୍‌, ଚିଲମ ଆଦି ମିଳିଛି। ଏପରି ସାମଗ୍ରୀ କିପରି ଜେଲ ଭିତରକୁ ନ ଆସିବ, ସେଥିପାଇଁ ଜେଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇଛି। ଜେଲର ସୁରକ୍ଷା ଓ ଆଗାମୀ ଦିନରେ ନିର୍ବାଚନ ଆସୁଥିବାରୁ ଏପରି ଯାଞ୍ଚ ଜାରି ରହିବ ବୋଲି ସେ କହିଛନ୍ତି।
ଜେଲ୍‌ ପରିସରରୁ ଗଞ୍ଜେଇ ସହ ବିଭିନ୍ନ ମାଦକଦ୍ରବ୍ୟ ମିଳିବା ପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ କିଏ ବ୍ୟବହାର କରୁଥିଲେ, ଜେଲ୍‌ ପରିସରକୁ ଏସବୁ ଗଲା କିପରି ସେନେଇ ଡିସିପି କୌଣସି ମତ ରଖିନାହାନ୍ତି। ଏସବୁ ଘଟଣା ଜେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ ଢିଲା ସୁରକ୍ଷା ବ୍ୟବସ୍ଥାକୁ ସାମ୍ନାକୁ ଆଣିଛି। ସିସିଟିଭି ସର୍ଭେଲାନ୍ସ, ସୁରକ୍ଷାକର୍ମୀ ମୁତୟନ ଥିବା ସତ୍ତ୍ୱେ ଜେଲ ଭିତରକୁ କାହା ଛତ୍ରଛାୟାରେ ମାଦକ ଦ୍ରବ୍ୟ ଯାଉଛି, ତାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। କେହି କେହି ଜେଲ କର୍ତ୍ତୃପକ୍ଷ ଓ ଅପରାଧୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଥିବା ଅଭିଯୋଗ କରିଛନ୍ତି ତ ପୁଣି କେହି ଅନ୍ତେବାସୀଙ୍କ ସଂପର୍କୀୟଙ୍କଠାରୁ ହାତଗୁଞ୍ଜା ନେଉଥିବା କଥା ଉଠାଇଛନ୍ତି। ଏନେଇ ଜଣେ ଜେଲଫେରନ୍ତା ବିଚାରାଧୀନ କଏଦୀ ନାମ ଗୋପନ ରଖି କହିଛନ୍ତି, ଟେନିସ ବଲ୍‌କୁ କାଟି ତାହା ଭିତରେ ଗଞ୍ଜେଇ ଭର୍ତ୍ତି କରି ପାଚେରି ବାହାର ପଟୁ ଭିତରକୁ ଫୋପଡ଼ା ଯାଉଛି। ଏନେଇ ଜେଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତେବେ ଏନେଇ ଜେଲ କର୍ତ୍ତୃପକ୍ଷଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅପରପକ୍ଷେ ଏହି ଘଟଣାକୁ ନେଇ ବରିଷ୍ଠ ଅଧୀକ୍ଷକ ଧୀରେନ୍ଦ୍ର ବାରିକ ଜେଲରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
ଗତ ୧୭ ତାରିଖ ଅପରାହ୍ନରେ ସାମାନ୍ୟ କଥାକୁ ନେଇ ଜେଲରେ ବିଚାରାଧୀନ କଏଦୀ ଚକ୍ରଧର ବାରିକ, ଜଗନ୍ନାଥ ମହାନ୍ତି ଓ ପାପୁନ ମାଝି ରବିବାର ଅପରାହ୍ନରେ ଜେଲ କ୍ୟାଣ୍ଟିନରୁ ଆସୁଥିବାବେଳେ ଶମ୍ଭୁନାଥ ବାରିକଙ୍କ ସହିତ ଧକ୍କା ହୋଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ଚକରା ଗ୍ୟାଙ୍ଗର ସମସ୍ତେ ମିଳିତ ଭାବରେ ଶମ୍ଭୁନାଥଙ୍କୁ ଆକ୍ରମଣ କରିଥିବାରୁ ସେ ଗୁରୁତର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?