ଦାବି ପୂରଣ ନ ହେବା ଯାଏ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଡାବୁଗାଁ, ୨୧।୪ (ଡି.ଏନ୍‌.ଏ.): ରାଜ୍ୟ ଓଡ଼ିଶା ଡ୍ରାଇଭର ମହାସଂଘ ଡାକରାରେ ଡାବୁଗାଁ ଶାଖା ତରଫରୁ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ଆରମ୍ଭ ହୋଇଛି। ମଙ୍ଗଳବାର ଏହି ଆନ୍ଦୋଳନ ସମ୍ପର୍କରେ ସଂଘ ପକ୍ଷରୁ ଡାବୁଗାଁ ଥାନାରେ ସୂଚନା ଦିଆଯାଇଥିଲା। ଓଡ଼ିଶା ଡ୍ରାଇଭର ମହାସଂଘ ଚଳିତ ମାସ ୧୮ତାରିଖରେ ୧୦ ଦଫା ଦାବି ନେଇ ଭୁବନେଶ୍ୱରରେ ଶୋଭାଯାତ୍ରା କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ୩ ମାସ ସମୟ ନେଇଛନ୍ତି। ମହାସଂଘ ନିଷ୍ପତ୍ତି ଅନୁସାରେ ଜିଲାର ଡ୍ରାଇଭରମାନେ ଦାବି ପୂରଣ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି। ସମସ୍ତ ପରିବହନ ଗାଡ଼ିକୁ ବନ୍ଦ କରି ଆନ୍ଦୋଳନ ହେବ। ଏଥିରୁ ଦୁଗ୍ଧଜାତ ଦ୍ରବ୍ୟ, ପନିପରିବା, ଔଷଧ ଓ ଫଳମୂଳ ଭଳି ଲୋକଙ୍କ ଜରୁରୀ ଜିନିଷ ନେବା ଆଣିବା କରୁଥିବା ଗାଡ଼ିଗୁଡିକୁ ବାଦ୍‌ ଦିଆଯାଇଛି। ସେହିପରି ପୋଲିସ, ଅଗ୍ନିସେବା ଓ ଆମ୍ବୁଲାନ୍ସ ଗାଡ଼ି ସମେତ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହୋଇଥିବା ଯାନବାହନ ସ୍ବାଭାବିକଭାବେ ଯାତାୟାତ କରିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଆନ୍ଦୋଳନରେ ଓଡ଼ିଶା ଡ୍ରାଇଭର ମହାସଂଘ ଡାବୁଗାଁ ବ୍ଲକ ଶାଖା ସଭାପତି ସନ୍ତୋଷ ଭତ୍ରା, ଉପସଭାପତି ଦିଲୀପ ନାୟକ, ସମ୍ପାଦକ ଅମୀର ଅଲ୍ଲୀ ଖାନ, ଯୁଗ୍ମ ସମ୍ପାଦକ ବିଶ୍ୱଜିତ ବୈଠାରୁ, କୋଷାଧ୍ୟକ୍ଷ ଉମାକାନ୍ତ ପାତ୍ର, ଡମ୍ବରୁ ନାୟକ, ପ୍ରଶାନ୍ତ ଭତ୍ରା, ନରେନ୍ଦ୍ର ପୂଜାରୀ, ରାମଚନ୍ଦ୍ର ହରିଜନ, ଦୟାବାନ ଭତ୍ରା, ମାଙ୍କୁ ଗୌଡ଼, ଧନେଶ୍ୱର ନାୟକ, ଗୋବିନ୍ଦ ଗୌଡ଼, ମାଣିକଚନ୍ଦ ମାଝିଙ୍କ ସମେତ ବ୍ଲକର ୫୦ରୁ ଊର୍ଦ୍ଧ୍ୱ ଡ୍ରାଇଭର ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ୍‌ ନଦୀରେ ବୁଡ଼ି ୩ ଶିଶୁଙ୍କ ଜୀବନ ଗଲା

ନବରଙ୍ଗପୁର,୬ା୮(ବି.ପ୍ର.) : ଗୁରୁବାର ତେଲ ନଦୀରେ ବୁଡ଼ି ତିନି ଶିଶୁଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁପୁତ୍ର ଏବଂ ଦୁଇ ଶିଶୁକନ୍ୟା ରହିଥିବାବେଳେ ସମସ୍ତେ...

ପିଲାଙ୍କୁ ଫୁଟ୍‌ବଲ ଖେଳୁଥିବା ଦେଖି ହଠାତ୍‌ ଜଙ୍ଗଲରୁ ଆସିଗଲେ ୨ ଭାଲୁ ଆଉ ତା’ପରେ…

ନବରଙ୍ଗପୁର/ଉମରକୋଟ,୧୨।୯(ବି.ପ୍ର./ସ୍ବ.ପ୍ର): ସର୍କସ୍‌ରେ ହିଂସ୍ର ଜନ୍ତୁମାନେ ପରସ୍ପର ଖେଳୁଥିବାର ସମସ୍ତେ ଦେଖିଥିବେ, ତାହା ପୁଣି ଜଣେ ରିଂ ମାଷ୍ଟରଙ୍କ ନିର୍ଦ୍ଦେଶରେ । ମାତ୍ର ଜଙ୍ଗଲରେ ହିଂସ୍ର ଜନ୍ତୁ...

ହୋଇପାରୁନି ଡ୍ରେନେଜ୍‌, ସାମାନ୍ୟ ବର୍ଷାରେ ସ୍କୁଲରେ ଜମୁଛି ପାଣି

ତେନ୍ତୁଳିଖୁଣ୍ଟି, ୧୦।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମାନ୍ୟ ବର୍ଷାରେ ମଧ୍ୟ ଜଳମଗ୍ନ ହୋଇଯାଉଛି। ଜଳ ନିଷ୍କାସିତ ହୋଇ ନ...

ମଣ୍ଡିରୁ ଉଠୁନି ଧାନ, ରାସ୍ତାକୁ ଓହ୍ଲାଇଲେ ଚାଷୀ

କୋଷାଗୁମୁଡ଼ା, ୨୧।୧୨(ଡି.ଏନ୍‌.ଏ.): ଚଳିତ ବର୍ଷ ଆରମ୍ଭରୁ ଦେଖାଦେଇଛି ଖରିଫ ଧାନମଣ୍ଡିରେ ଅବ୍ୟବସ୍ଥା। ପ୍ରଥମ ଦିନରୁ ଧାନମଣ୍ଡିରେ ଅଚଳାବସ୍ଥା। ଉଠିପାରିନାହିଁ ମଣ୍ଡିରୁ ଚାଷୀଙ୍କ ଧାନ। ବିଭାଗ ମିଲର୍ସଙ୍କୁ...

ଭତ୍ତା, ୫ କିଲୋ ଚାଉଳ ଭରସାରେ କଟୁଛି ଜୀବନ

ନବରଙ୍ଗପୁର, ୨୩।୫(ବି.ପ୍ର.): କଚ୍ଚା ଘର ରହିବ ନାହିଁ। ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ମିଳିବ ପକ୍କା ଘର। ରାଜ୍ୟ ସରକାର ଜନସାଧାରଣଙ୍କୁ ଏଭଳି ଆଶ୍ୱାସନା ଦେଉଥିବାବେଳେ...

ନବଜାତ ଶିଶୁଙ୍କ ଚିକିତ୍ସାରେ ଉମରକୋଟ ଏସ୍‌ଏନ୍‌ସିୟୁ ରାଜ୍ୟରେ ଶ୍ରେଷ୍ଠ

ଉମରକୋଟ,୨୮ା୫: ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ନବଜାତ ଶିଶୁଙ୍କ ସ୍ବତନ୍ତ୍ର ଯତ୍ନ ନିମନ୍ତେ ରହିଥିବା ସ୍ପେଶିଆଲ ନ୍ୟୁ ବର୍ନ କେୟାର ୟୁନିଟ(ଏସ୍‌ଏନ୍‌ସିୟୁ) ରାଜ୍ୟରେ ଶ୍ରେଷ୍ଠ...

ବିହନ ନିଗମ ଅଧ୍ୟକ୍ଷଙ୍କ ଡାବୁଗାଁ ଗସ୍ତ: ବୁଲି ଦେଖିଲେ କାରଖାନା

ଡାବୁଗାଁ,୬।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଡାବୁଗାଁ ବିହନ ନିରଳୀକରଣ କାରଖାନାକୁ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଂ ଈଶ୍ୱର ଚନ୍ଦ୍ର...

ଭୁଶୁଡି ପଡ଼ିଛି ୫-ଟି ସ୍କୁଲ ପାଚେରି, ଅଧିକାରୀଙ୍କ ପାଖରେ ଖବର ନାହିଁ

ଉମରକୋଟ, ୩୦।୬(ସ୍ବ.ପ୍ର.): ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ମନ୍ତ୍ରକୁ ଗରୁତ୍ୱ ଦେଇ ସମସ୍ତ ସରକାରୀ ସ୍କୁଲର ଭିତ୍ତିଭୂମି ସଜାଡି ଗୁଣାତ୍ମକ ଶିକ୍ଷା ଯୋଗାଇବାକୁ ସରକାର ଅହରହ...

Advertisement
Archives

Model This Week