ସ୍ତ୍ରୀଙ୍କୁ ଭିଡିଓ କଲ୍‌ କରି ଡ୍ରାଇଭରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୨୮।୭(ସତ୍ୟଜିତ୍‌ ରାଉତ):ପାରିବାରିକ କଳହ ପାଇଁ ରାଜଧାନୀରେ ଆଉ ଜଣଙ୍କ ଜୀବନ ଯାଇଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଭିଡିଓ କଲ୍‌ କରି ଗାମୁଛାରେ ଫ୍ୟାନ୍‌ ଦ୍ୱାରା ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଘୁଣ୍ଠୁଣୀ ଅଞ୍ଚଳର ଅଭିମନ୍ୟୁ ସାମନ୍ତରାୟ (୩୩)। ନୟାପଲ୍ଲୀ ଥାନା ଅନ୍ତର୍ଗତ ଏକ ମାର୍ବଲ ଦୋକାନର ରେଷ୍ଟ୍‌ ରୁମ୍‌ରୁ ଗୁରୁବାର ସକାଳୁ ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ପୋଲିସ ଅଭିମନ୍ୟୁଙ୍କ ମୃତଦେହ ଜବତ କରିଛି। ବୁଧବାର ବିଳମ୍ବିତ ରାତିରେ ଅଭିମନ୍ୟୁ ଆତ୍ମହତ୍ୟା କରିଥିବା କୁହାଯାଉଛି। କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୬୪/୨୦୨୩) ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଅଭିମନ୍ୟୁ ୪ବର୍ଷ ତଳେ ନିଜ ଗାଁରେ ବିବାହ କରିଥିଲେ। ସେହି ସମୟରେ ପରିବାରରେ ଝଗଡ଼ା ହୋଇଥିଲା ଓ ତାଙ୍କ ସାନଭାଇ ବିଷ ଖାଇ ଆତ୍ମହତ୍ୟା କରିଥିଲେ। ଏହାପରେ ପରିବାରରେ ଝଗଡ଼ା ଲାଗିରହିବାରୁ ଉକ୍ତ ଦମ୍ପତି ଘର ଛାଡ଼ି ବାହାରେ ରହିଥିଲେ। ହେଲେ ଏହାପରେ ଅଭିମନ୍ୟୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏଥିପାଇଁ ତାଙ୍କ ସ୍ତ୍ରୀ ବାପଘରେ ଯାଇ ରହିଥିଲେ। ଗତ ବର୍ଷ ପଞ୍ଚାୟତ ନିର୍ବାଚନ ସମୟରେ ଏପରିକି ଅଭିମନ୍ୟୁଙ୍କ ବିରୋଧରେ ସ୍ତ୍ରୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ସ୍ଥାନୀୟ ପୋଲିସ ଅଭିମନ୍ୟୁଙ୍କୁ ଗିରଫ କରି ଜେଲ ପଠାଇଥିଲା। ୩ ମାସ ପରେ ସେ ଜାମିନ୍‌ରେ ଆସିଥିଲେ। ପରେ ତାଙ୍କ ସ୍ତ୍ରୀ ଖୋର୍ଦ୍ଧା କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏହାକୁ ନେଇ ଅଭିମନ୍ୟୁ ମାନସିକ ଚାପରେ ରହୁଥିଲେ। ଅଭିମନ୍ୟୁ କିଛି ମାସ ହେଲା ଭୁବନେଶ୍ୱର ଇସ୍କନ ମନ୍ଦିର ନିକଟସ୍ଥ ଏକ ମାର୍ବଲ ଦୋକାନରେ ନିୟୋଜିତ ଥିବା ଜଣେ ମାଲିକଙ୍କ ମାଲବୁହା ଅଟୋ ଚଲାଉଥିଲେ। ସେ ଉକ୍ତ ଦୋକାନର ରେଷ୍ଟ ରୁମ୍‌ରେ ରହୁଥିଲେ। ବୁଧବାର ବିଳମ୍ବିତ ରାତିରେ ସେ ସ୍ତ୍ରୀଙ୍କୁ ଭିଡିଓ କଲ୍‌ କରି ଆତ୍ମହତ୍ୟା କରୁଥିବା କହିଥିଲେ। ସକାଳେ ସ୍ଥାନୀୟ ରୁମ୍‌ରେ ରହୁଥିବା ଅନ୍ୟ କର୍ମଚାରୀମାନେ ଘର ଫାଙ୍କରେ ତାଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ବନ୍ଦ ରୁମ୍‌ର କାନ୍ଥ ଭାଙ୍ଗି କବାଟ ଭିତର ପାଖ ତାଲା ଭାଙ୍ଗି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଅଭିମନ୍ୟୁଙ୍କ ଭଉଣୀ ଓ ସମ୍ପର୍କୀୟମାନେ ପହଞ୍ଚିଥିଲେ। ଭଉଣୀଙ୍କ କାନ୍ଦରେ ସ୍ଥାନୀୟ ଅଞ୍ଚଳ ଫାଟିପଡ଼ିଥିଲା। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସହରାଞ୍ଚଳରେ ସ୍ବଚ୍ଛ ବାୟୁ ପାଇଁ ‘ଲିକ୍ୱିଡ୍‌ ଟ୍ରି’

ଧାନବାଦ,୮ା୭(ପିଟି): କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ ଏବଂ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଇନିଂ ଆଣ୍ଡ ଫୁଏଲ ରିସର୍ଚ୍ଚ (ସିଏସ୍‌ଆଇଆର-ସିଆଇଏମ୍‌ଏଫ୍‌ଆର)ର ଗବେଷକମାନେ ଭାରତର ପ୍ରଥମ ମୋବାଇଲ…

ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ

ଭୁବନେଶ୍ୱର,୮।୭(ସୁନିତ୍‌ ମିଶ୍ର): ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ଗ୍ରୀଷ୍ମ ଲହରର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ। ବିକାଶ ଓ ପରିବେଶ ପରସ୍ପରର…

ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ମୋଦି: କହିଦେଲେ ଏମିତି, ଚାରିଆଡେ ଚର୍ଚ୍ଚା

ଜାକର୍ତ୍ତା,୮ା୭: ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଜୁଙ୍କ…

ଆଜି ଏହି ୨ ଜିଲାରେ ଝଡ଼ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୮ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତରଓଡ଼ିଶା -ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଅବପାତ ଦୁର୍ବଳ…

ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ଆବେଦନ ଆରମ୍ଭ: ଶେଷ ତାରିଖ ରହିଛି…

ଭୁବନେଶ୍ୱର,୮ା୭(ସୁଚିସ୍ମିତା ସାହୁ): ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ୨୦୨୬-୨୭ ପାଇଁ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡିରେ ପଞ୍ଜୀକୃତ ଗବେଷକମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri