ପରଲୋକରେ ଦୃଶ୍ୟମ ନିର୍ଦ୍ଦେଶକ

ମୁମ୍ବାଇ,୧୭।୮: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ କଳା ବର୍ଷ ସାଜିଛି। ଗତ କିଛି ମାସ ହେଲା ବଲିଉଡ୍‌ର କେତେକ ଜଣାଶୁଣା ସେଲିବ୍ରିଟିଙ୍କ ସମେତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ପରଲୋକ ଘଟିଛି। ଇତିମଧ୍ୟରେ ସୋମବାର ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ସୁପରହିଟ ଫିଲ୍ମ ‘ଦୃଶ୍ୟମ’ର ନିର୍ଦ୍ଦେଶକଙ୍କ ପରଲୋକ ଘଟିଛି। ୫୦ ବର୍ଷୀୟ ନିଶିକାନ୍ତ କାମତଙ୍କ ଦେହାନ୍ତ ହୋଇଥିବା ନେଇ ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ସେ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ଏହାପରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ବେଶ୍‌ ଜଣାଶୁଣା ନିର୍ଦ୍ଦେଶକ ନିଶିକାନ୍ତ ଲିଭର ରୋଗରେ ପୀଡ଼ିତ ଥିବା ବେଳେ ଗତ କିଛି ସମୟରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା। ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲର ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନିଧନରେ ଅଜୟ ଦେବଗନଙ୍କ ସମେତ ବଲିଉଡ୍‌ ସେଲିବ୍ରଟିମାନେ ଶୋକ ପ୍ରକାଶ କରିଛନ୍ତି। ସୂଚନା ମୁତାବକ ୨୦୦୫ରେ ମରାଠି ଫିଲ୍ମ ‘ଡୋମ୍ବିଓ୍ବଲି ଫାଷ୍ଟ’ ଜରିଆରେ ନିଶିକାନ୍ତ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ତାଙ୍କର ଏହି ପ୍ରଥମ ଫିଲ୍ମ ମରାଠି ବେଷ୍ଟ ଫିଚର ଫିଲ୍ମର ନ୍ୟାସନାଲ ଆଓ୍ବାର୍ଡ ହାତେଇଥିଲା। ଏହି ଫିଲ୍ମ ସେହି ବର୍ଷର ସବୁଠାରୁ ସୁପରହିଟ୍‌ ଫିଲ୍ମ ରହିଥିଲା। ତେବେ ବଲିଉଡ୍‌ରେ ତାଙ୍କୁ ୨୦୧୫ରେ ଅଜୟ ଓ ତବୁଙ୍କ ଅଭିନୀତ ଫିଲ୍ମ ଦୃଶ୍ୟମରୁ ପରିଚୟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ପ୍ରତିଭା ସିଂହ

ଶିମଲା,୮ ।୧୨: ହିମାଚଳ ପ୍ରଦେଶ ନିର୍ବାଚନକୁ ନେଇ ମିଳିଥିବା ତାଜା ଖବର ଅନୁଯାୟୀ, କଂଗ୍ରେସକୁ ବହୁମତ ମିଳିଯାଇଛି । ତେଣୁ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର...

ନୀତୀଶଙ୍କ ଭୟ: ୬ ଥର ମୁଖ୍ୟମନ୍ତ୍ରୀ ହୋଇ ବି ୧୬ ବର୍ଷଧରି ଲଢ଼ି ନାହାନ୍ତି ନିର୍ବାଚନ

ପାଟନା, ୧୫।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏନେଇ ରାଜ୍ୟରେ ରାଜନୈତିକ ସ୍ଥିତି ବେଶ୍‌ ଚଳଚଞ୍ଚଳ ହେବାରେ ଲାଗିଛି। ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ...

ଭାଜପା ମେଣ୍ଟରେ ପୁଣି ଓମ୍‌ପ୍ରକାଶଙ୍କ ଘର ବାହୁଡା!

ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି। ଏକଦା ୟୁପିରେ ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା...

ଉନ୍ନାଓ ବଳାତ୍କାର ମାମଲା: କୁଲଦୀପଙ୍କ ବିରୋଧରେ ଆସିପାରେ ରାୟ

ଲକ୍ଷ୍ନୌ,୧୬।୧୨: ଉନ୍ନାଓ ବହୁ ଚର୍ଚ୍ଚିତ ବଳାତ୍କାର ମାମଲାର ଶୁଣାଣି ସୋମବାର ହୋଇପାରେ। ତିସ୍‌ ହଜାରୀ କୋର୍ଟ ଭାଜପାରୁ ବିତାଡିତ ବିଧାୟକ କୁଲଦୀପ ସେନଗରଙ୍କ ବିରୋଧରେ ରାୟ...

ସୁଶାନ୍ତ ମାମଲା: ପୋଷ୍ଟମାର୍ଟମ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲା ସିବିଆଇ

ମୁମ୍ବାଇ,୨୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘଟଣାରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି। ଶୁକ୍ରବାର ସୁଶାନ୍ତଙ୍କ ରୋଷେୟାଙ୍କୁ ସିବିଆଇ ୫ଘଣ୍ଟା ଧରି ଜେରା କରିଥିଲା।...

ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People...

କଳ୍ପନାଜଳ୍ପନା ଶେଷ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ ଅଶୋକ ଗେହଲଟ

ନୂଆଦିଲ୍ଲୀ,୨୩।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ସରଗରମ ହେଉଛି। ଅନେକ କଳ୍ପନାଜଳ୍ପନା ପରେ ଶେଷରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ଯାଉଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ...

ପରଦାରେ ଏମିତି ସିନ୍‌ କରିଥିଲେ ମାଧୁରୀ, ଯାହାକୁ ନେଇ ଆଜି ବି ଅନୁତପ୍ତ

ମାଧୁରୀ ଦୀକ୍ଷିତ ଖାଲି ଧକ୍‌ଧକ୍‌ ଗାର୍ଲ ନୁହନ୍ତି, ତାଙ୍କର ପ୍ରତି ଫିଲ୍ମରେ ରହିଛନ୍ତି କୋଟି କୋଟି ପ୍ରଶଂସକ। ମାଧୁରୀଙ୍କ ଅଭିନୀତ ଫିଲ୍ମ ଦେଖିଲେ ଯେ କେହି...

Advertisement
Archives

Model This Week