ସକାଳୁ ଖାଲିପେଟରେ ପିଅନ୍ତୁ ତୁଳସୀ କାଢ଼ା; ଜାଣନ୍ତୁ କିଭଳି ପ୍ରସ୍ତୁତ କଲେ ମିଳିବ ଅଧିକ ଲାଭ

କରୋନା ସଂକ୍ରମଣ କମ୍‌ ହୋଇଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହି ମାରାତ୍ମକ ରୋଗ ଉପରେ ରୋକ୍‌ ଲଗାଯାଇପାରୁନାହିଁ। ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥିବା ଡାକ୍ତର ଏବଂ ବିଶେଷଜ୍ଞମାନେ ମତ ରଖୁଛନ୍ତି। ଏପରିସ୍ଥଳେ ନିଜକୁ ସୁରକ୍ଷିତ ରଖିବା ପାଇଁ ଖାଦ୍ୟପେୟ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଉଛି। ତେବେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଆୟୁର୍ବେଦୀୟ ଉପଚାର ଆପଣାଇପାରିବେ। ଯେଉଁଥିରୁ ଗୋଟିଏ ହେଲା ତୁଳସୀ କାଢ଼ା।
ତୁଳସୀରେ ଥିବା ଔଷଧୀୟ ତତ୍ତ୍ୱ ଶରୀରରେ ସଂକ୍ରମଣ ହେବାରୁ ରକ୍ଷା କରିଥାଏ। ଏଥିସହ ଅନ୍ୟ ଭାଇରସ୍‌ ଏବଂ ବ୍ୟାକ୍ଟେରିଆ ସଂକ୍ରମଣଠାରୁ ମଧ୍ୟ ରକ୍ଷା କରିଥାଏ।

କେତେବେଳେ ପିଇବେ: ପ୍ରତ୍ୟେହ ସକାଳୁ ଖାଲି ପେଟରେ ଗୋଟିଏ କପ୍‌ ତୁଳସୀ କାଢ଼ା ପିଇବା ଉପକାରୀ। ଏହାଛଡ଼ା ତୁଳସୀ ଚା’ର ସେବନ କରିପାରିବେ। ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ସହ ଶରୀରର ଶକ୍ତି ବଢ଼ାଇଥାଏ। କେବଳ ଏତିକି ନୁହେଁ ଦିନତମାମ ଫ୍ରେସ୍‌ ଲାଗିଥାଏ।

କିପରି ପ୍ରସ୍ତୁତ କରିବେ: ପ୍ରଥମେ ଏକ ପ୍ୟାନ୍‌ରେ ପାଣି ନେଇ ଗରମ କରନ୍ତୁ। ଏହାପରେ ଏଥିରେ ତୁଳସୀ ପତ୍ର, ଗୁଜରାତି, ଗୋଲମରିଚ ପାଉଡର ଏବଂ ଅଦା ପକାନ୍ତୁ। ଏହାକୁ ଅତିକମ୍‌ରେ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ପରେ ଏହାକୁ ଛାଣି ଥଣ୍ଡା ହେବାକୁ ରଖି ଦିଅନ୍ତୁ। ସ୍ବାଦ ପାଇଁ ଆପଣ ଏଥିରେ ମହୁ କିମ୍ବା ଗୁଡ ମିଶାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri