ସ୍ବପ୍ନକୁ ବି କରିହେବ ହ୍ୟାକ୍‌

ଓ୍ବାଶିଂଟନ,୪।୧: ସ୍ବପ୍ନ ମଣିଷର ନିୟନ୍ତ୍ରଣ ବାହାରେ ରହିଥାଏ। ତେବେ ଏହାକୁ ନିୟନ୍ତ୍ରଣ କରିବା ଏବେ ସମ୍ଭବ ହେବ। ମଣିଷ ନିଜ ପସନ୍ଦ ଅନୁସାରେ ଏବେ ସ୍ବପ୍ନ ଦେଖି ପାରିବ। ଏନେଇ ଏକ ଡିଭାଇସ୍‌ ପ୍ରସ୍ତୁତ କରାଯାଉଛି। ଏହାର ବ୍ୟବହାର ଦ୍ୱାରା ମଣିଷର ସ୍ବପ୍ନକୁ ହ୍ୟାକ୍‌ କରାଯାଇପାରିବ। ଆମେରିକାର ମାସାଚ୍ୟୁସେଟସ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଗବେଷକ ଏନେଇ ଏକ ନିୟନ୍ତ୍ରକ ଡିଭାଇସ୍‌ ପ୍ରସ୍ତୁତ କରୁଛନ୍ତି। ଇନଷ୍ଟୁଚ୍ୟଟର ଡ୍ରିମ୍‌ ଲାବ୍‌ରେ ଏନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଏନେଇ ଗବେଷକ ଏଡମ୍‌ ହୋରୋଓ୍ବିଟିଜ୍‌ କହିଛନ୍ତି ଯେ, ମଣିଷ ଜୀବନର ବହୁ ସମୟ ଶୋଇଥିବା ସମୟରେ କେବଳ ସ୍ବପ୍ନ ଦେଖାରେ ବିତିଥାଏ। ଭଲ ସ୍ବପ୍ନ ଦେଖିଲେ ମନରେ ଆନନ୍ଦିତ ହୋଇଥାଏ। ତେବେ ଖରାପ ସ୍ବପ୍ନ ଦେଖିଲେ ମନ ଭାରାକ୍ରାନ୍ତ ହୋଇପଡ଼େ। କିନ୍ତୁ ତିଆରି ହେଉଥିବା ଡୋରିମୋ ଡିଭାଇସ୍‌ ଦ୍ୱାରା ଅବଚେତନ ଅବସ୍ଥାରେ ମଣିଷର ମସ୍ତିଷ୍କକୁ ନିୟନ୍ତ୍ରଣ କରାଯାଇ ମନରେ ଆନନ୍ଦ ସୃଷ୍ଟି କରୁଥିବା ସ୍ବପ୍ନ ଦେଖାଯାଇ ପାରିବ। ଏହା ଦ୍ୱାରା ମଣିଷ ମସ୍ତିଷ୍କର କ୍ଷମତା ମଧ୍ୟ ବୃଦ୍ଧି ପାଇ ପାରିବ ବୋଲି ସେ କହିଛନ୍ତି। ଏଥିପାଇଁ ହାତ ଆଙ୍ଗୁଠିରେ ଡୋରିମୋ ଡିଭାଇସ୍‌କୁ ପିନ୍ଧିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମଣିଷ ଚେତନ ଏବଂ ଅବଚେତନ ଅବସ୍ଥାରେ ପ୍ରାୟତଃ ସ୍ବପ୍ନ ଦେଖିଥାଏ। ଏହି ଅବସ୍ଥାକୁ ଚିକିତ୍ସା ବିଜ୍ଞାନରେ ହାଇପ୍ନୋଗୋଗିଆ କୁହାଯାଇଥାଏ। ଏବେ ୫୦ରୁ ଅଧିକ ଲୋକଙ୍କ ଉପରେ ଗବେଷଣା କରାଯାଇଥିବା ସେ କହିଛନ୍ତି। ମୋଣ୍ଟ୍‌ରିୟଲ ବିଶ୍ୱବିଦ୍ୟାଳୟର ମନୋସ୍ତତ୍ତ୍ୱ ପ୍ରଫେସର ଟୋର ନେଲସନ୍‌ କହିଛନ୍ତି ଯେ, ଏହା ଏକ ଉପଯୋଗୀ ଡିଭାଇସ୍‌। ଏହାଦ୍ୱାରା ମଣିଷ ସ୍ବପ୍ନରେ ଉଡ଼ି ପାରିବ, ନାଚି ପାରିବ, ନିଜ ପସନ୍ଦର ଗୀତ ଗାଇ ପାରିବ, ମନ ପସନ୍ଦର ସ୍ଥାନରେ ବୁଲି ମଧ୍ୟ ପାରିବ। ଏହାଦ୍ୱାରା ସ୍ବପ୍ନରେ ମନ ପସନ୍ଦର ସାଥୀଙ୍କ ସହିତ ଶାରିରୀକ ସମ୍ପର୍କ ମଧ୍ୟ ରଖିହେବ। ଫଳରେ ସ୍ବପ୍ନ ଏକ ଫିଲ୍ମ ଭଳି ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri