Posted inଜାତୀୟ

ଡିଆରଡିଓର ମାନବ ବିହୀନ ବୋଟ, ସାମୁଦ୍ରିକ ସୀମା ଉପରେ ରଖିବ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ,୬।୧୦ : ଦେଶର ବାୟୁ ମାର୍ଗ ସୀମା ଉପରେ ନଜର ରଖିବା ପାଇଁ ମାନବ ବିହୀନ ଡ୍ରୋନ ନିୟୋଜିତ କରାଯାଇଛି। ସେହିପରି ସାମୁଦ୍ରିକ ସୀମା ଉପରେ ତୀକ୍ଷ୍‌ଣ ନଜର ରଖିବା ପାଇଁ ଏକ ମାନବ ବିହୀନ ବୋଟ ବିକଶିତ କରିବାକୁ ପ୍ରସ୍ତୁତି ଚାଲିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏହି ପ୍ରୟାସରେ ନିୟୋଜିତ ଅଛି। ବୁଧବାର ଏହିପରି ତିନୋଟି ବୋଟ ସଫଳତାର ସହ ପରୀକ୍ଷା କରାଯାଇଛି।

ଡିଆରଡିଓର ଯୁଗ୍ମ ନିର୍ଦ୍ଦେଶକ ପିଏମ ନାଇକଙ୍କ ଅନୁଯାୟୀ ଏହି ବୋଟକୁ କୌଣସି ମଣିଷ ବିନା ନିୟନ୍ତ୍ରଣ କରାଯାଇପାରିବ। ଏହି ବୋଟକୁ ଭିଡିଓ ଫିଡ ମାଧ୍ୟମରେ ନିୟନ୍ତ୍ରିତ ହେବ। ଏହା ଜଳ ସୀମାରେ ଶତ୍ରୁର ଗତିବିଧି ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

ପାଟ୍ରୋଲିଂ ପାଇଁ ଏହି ବୋଟ ଉପଯୋଗୀ ସାବ୍ୟସ୍ତ ହେବ। ଏହା ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ। ନାଇକ କହିଛନ୍ତି ଯେ ଭମା ଆସରଖେଡ଼ ଡ୍ୟାମ ନିକଟରେ ଆମେ ଏହାର ପ୍ରାରମ୍ଭିକ ପରୀକ୍ଷା କରୁଛୁ। ଏହାର ଏପର୍ଯ୍ୟନ୍ତ କୌଣସି ନାମକରଣ ହୋଇ ନାହିଁ। ଏହାକୁ ଦୂରରୁ ନିୟନ୍ତ୍ରଣ କରାଯାଇପାରିବ। ଏହାକୁ ଭାରତୀୟ ନୌସେନା କିମ୍ବା ତଟରକ୍ଷୀ ବାହିନୀକୁ କେବେ ହସ୍ତାନ୍ତର କରାଯିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ଇଲେକ୍ଟ୍ରିକ ଏବଂ ମୋଟର ଇଞ୍ଜିନ ମାଧ୍ୟମରେ ଏହରର ଗତିବିଧି ନିୟନ୍ତ୍ରଣ କରାଯାଇଥାଏ। ଏହା ଏକ କାଳୀନ ୨୪ ଘଣ୍ଟା ନିରନ୍ତର ପାଣିରେ ରହି ପାଟ୍ରୋଲିଂ କରିପାରିବ। ଶତ୍ରୁମାନଙ୍କ କବଳରୁ ରକ୍ଷା କରିବା ପାଇଁ ଏଥିରେ ସ୍ବତନ୍ତ୍ର ଟେକ୍ନୋଲୋଜି ବ୍ୟବହୃତ ହୋଇଛି। ଯଦି ଡଙ୍ଗାଟି ଶତ୍ରୁ ଦ୍ୱାରା କାବୁ ହୁଏ, ତେବେ ଡଙ୍ଗା ଭିତରେ ଥିବା କଣ୍ଟ୍ରୋଲ ବୋର୍ଡ ଆପେଆପେ ନଷ୍ଟ ହୋଇଯିବ। ଫଳରେ କୌଣସି ଗୁପ୍ତ ତଥ୍ୟ ଅବା ବିଶେଷ ସୂଚନା ଶତ୍ରୁମାନଙ୍କ ନିକଟରେ ପହଞ୍ଚି ପାରିବ ନାହିଁ ।

ଏଥିରେ ସ୍ଥାପିତ ଥିବା ସେନସର ସିଷ୍ଟମ ସୋନାର ଏବଂ ରାଡାର ସାହାଯ୍ୟରେ ଏହା ମାଇନ୍ସ ଖୋଜିବାରେ ଉପଯୋଗୀ ହେବ। ସାଗର ଡିଫେନ୍ସ ଇଞ୍ଜିନିୟରିଂ ନାମକ ଏକ କମ୍ପାନୀ ସହିତ ମିଳିତ ଭାବେ ଏହାକୁ ଡିଆରଡିଓ ପକ୍ଷରୁ ବିକଶିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri