Posted inଜାତୀୟ

ଡିଆରଡିଓର ମାନବ ବିହୀନ ବୋଟ, ସାମୁଦ୍ରିକ ସୀମା ଉପରେ ରଖିବ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ,୬।୧୦ : ଦେଶର ବାୟୁ ମାର୍ଗ ସୀମା ଉପରେ ନଜର ରଖିବା ପାଇଁ ମାନବ ବିହୀନ ଡ୍ରୋନ ନିୟୋଜିତ କରାଯାଇଛି। ସେହିପରି ସାମୁଦ୍ରିକ ସୀମା ଉପରେ ତୀକ୍ଷ୍‌ଣ ନଜର ରଖିବା ପାଇଁ ଏକ ମାନବ ବିହୀନ ବୋଟ ବିକଶିତ କରିବାକୁ ପ୍ରସ୍ତୁତି ଚାଲିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏହି ପ୍ରୟାସରେ ନିୟୋଜିତ ଅଛି। ବୁଧବାର ଏହିପରି ତିନୋଟି ବୋଟ ସଫଳତାର ସହ ପରୀକ୍ଷା କରାଯାଇଛି।

ଡିଆରଡିଓର ଯୁଗ୍ମ ନିର୍ଦ୍ଦେଶକ ପିଏମ ନାଇକଙ୍କ ଅନୁଯାୟୀ ଏହି ବୋଟକୁ କୌଣସି ମଣିଷ ବିନା ନିୟନ୍ତ୍ରଣ କରାଯାଇପାରିବ। ଏହି ବୋଟକୁ ଭିଡିଓ ଫିଡ ମାଧ୍ୟମରେ ନିୟନ୍ତ୍ରିତ ହେବ। ଏହା ଜଳ ସୀମାରେ ଶତ୍ରୁର ଗତିବିଧି ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

ପାଟ୍ରୋଲିଂ ପାଇଁ ଏହି ବୋଟ ଉପଯୋଗୀ ସାବ୍ୟସ୍ତ ହେବ। ଏହା ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ। ନାଇକ କହିଛନ୍ତି ଯେ ଭମା ଆସରଖେଡ଼ ଡ୍ୟାମ ନିକଟରେ ଆମେ ଏହାର ପ୍ରାରମ୍ଭିକ ପରୀକ୍ଷା କରୁଛୁ। ଏହାର ଏପର୍ଯ୍ୟନ୍ତ କୌଣସି ନାମକରଣ ହୋଇ ନାହିଁ। ଏହାକୁ ଦୂରରୁ ନିୟନ୍ତ୍ରଣ କରାଯାଇପାରିବ। ଏହାକୁ ଭାରତୀୟ ନୌସେନା କିମ୍ବା ତଟରକ୍ଷୀ ବାହିନୀକୁ କେବେ ହସ୍ତାନ୍ତର କରାଯିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ଇଲେକ୍ଟ୍ରିକ ଏବଂ ମୋଟର ଇଞ୍ଜିନ ମାଧ୍ୟମରେ ଏହରର ଗତିବିଧି ନିୟନ୍ତ୍ରଣ କରାଯାଇଥାଏ। ଏହା ଏକ କାଳୀନ ୨୪ ଘଣ୍ଟା ନିରନ୍ତର ପାଣିରେ ରହି ପାଟ୍ରୋଲିଂ କରିପାରିବ। ଶତ୍ରୁମାନଙ୍କ କବଳରୁ ରକ୍ଷା କରିବା ପାଇଁ ଏଥିରେ ସ୍ବତନ୍ତ୍ର ଟେକ୍ନୋଲୋଜି ବ୍ୟବହୃତ ହୋଇଛି। ଯଦି ଡଙ୍ଗାଟି ଶତ୍ରୁ ଦ୍ୱାରା କାବୁ ହୁଏ, ତେବେ ଡଙ୍ଗା ଭିତରେ ଥିବା କଣ୍ଟ୍ରୋଲ ବୋର୍ଡ ଆପେଆପେ ନଷ୍ଟ ହୋଇଯିବ। ଫଳରେ କୌଣସି ଗୁପ୍ତ ତଥ୍ୟ ଅବା ବିଶେଷ ସୂଚନା ଶତ୍ରୁମାନଙ୍କ ନିକଟରେ ପହଞ୍ଚି ପାରିବ ନାହିଁ ।

ଏଥିରେ ସ୍ଥାପିତ ଥିବା ସେନସର ସିଷ୍ଟମ ସୋନାର ଏବଂ ରାଡାର ସାହାଯ୍ୟରେ ଏହା ମାଇନ୍ସ ଖୋଜିବାରେ ଉପଯୋଗୀ ହେବ। ସାଗର ଡିଫେନ୍ସ ଇଞ୍ଜିନିୟରିଂ ନାମକ ଏକ କମ୍ପାନୀ ସହିତ ମିଳିତ ଭାବେ ଏହାକୁ ଡିଆରଡିଓ ପକ୍ଷରୁ ବିକଶିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମତେ କହୁଛନ୍ତି ପପୁ, ମୋ ବୁଢ଼ୀମାଙ୍କୁ ମଧ୍ୟ କହୁଥିଲେ ଗୁଙ୍ଗି ଗୁଡ଼ିଆ: ରାହୁଲ…

ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସବୁ ଦଳର ରାଜନେତା ’ପପୁ’ ବୋଲି କହୁଥିବାର ଶୁଣିବାକୁ ମିଳୁଛି। ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି...

ପ୍ରିୟଙ୍କାଙ୍କୁ ପ୍ରଶଂସା କଲେ ନଳିନୀ

ନୂଆଦିଲ୍ଲୀ,୧୩।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୩୧ ବର୍ଷ ହେଲା ଜେଲରେ ଥିବା ସମସ୍ତ ୬ ଅପରାଧୀ ନଳିନୀ ଶ୍ରୀହରନ, ତାଙ୍କ ସ୍ବାମୀ...

ପଶ୍ଚିମବଙ୍ଗରେ ଯୋଗୀ

କୋଲକାତା,୩।୩: ପଶ୍ଚିମବଙ୍ଗରେ ଭୋଟ ବ୍ୟାଙ୍କ ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରଙ୍କ ତୁଷ୍ଟୀକରଣ ରାଜନୀତି କେବଳ ରାଜ୍ୟକୁ ନୁହେଁ, ସମଗ୍ର ଦେଶର ସୁରକ୍ଷା ଲାଗି ବିପଦ...

ପୁଣି ତେଜିଲା ସିଏଏ ନିଆଁ

ନୂଆଦିଲ୍ଲୀ/ଗୁଆହାଟୀ,୨୩ା୧: ୨୦୧୯ ଡିସେମ୍ବର ୧୧ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)। ଏହି ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଶତାଧିକ ଲୋକଙ୍କ ଜୀବନ...

ଏଠାରେ ବର୍ଷରେ ୫ଦିନ ସ୍ତ୍ରୀ-ସ୍ବାମୀ ହସିବା ମନା

ବାରାଣସୀର ମଣିକର୍ନିକା ଘାଟ ଅଞ୍ଚଳରେ ଥିବା ପିଡି ଗାଁରେ କାହିଁ କେଉଁ କାଳରୁ ଚାଲିଆସିଛି ଏକ ପରମ୍ପରା। ଦମ୍ପତିଙ୍କ ପାଇଁ ଏହି ପରମ୍ପରା ବେଶ କଡାକଡି...

ଦୀର୍ଘ ୧୮ ପରେ ତେଲେଙ୍ଗାନାରେ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ: ପ୍ରଧାନମନ୍ତ୍ରୀ ମୋଦି ହେବେ ସାମିଲ

ହାଇଦ୍ରାବାଦ,୨।୭: ଚଳିତ ଥର ହାଇଦ୍ରାବାଦରେ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହେଉଛି। ହାଇଦ୍ରାବାଦର ନୋଭାଟେଲ କନ୍‌ଭେନସନ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଏହି...

ସ୍ଥିତିରେ ହେଉନି ପରିବର୍ତ୍ତନ: ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ମହିଳା ତହସିଲଦାରଙ୍କୁ ଜୀବନ୍ତ ପୋଡିବା ପରେ ଭୟଭୀତ ଅନ୍ୟ କର୍ମଚାରୀ: କାର୍ଯ୍ୟାଳୟରେ ଟାଣିଲେ ଲକ୍ଷ୍ମଣ ରେଖା

ହାଇଦ୍ରାବାଦ,୮।୧୧: ଆନ୍ଧ୍ରପ୍ରଦେଶର କୁରନୁଲ ସ୍ଥିତ ଏକ ଗାଁରେ ତହସିଲଦାରଙ୍କ ମଧ୍ୟରେ ପଶିଛି ଛନକା। ଏମାନେ କାର୍ଯ୍ୟାଳୟରେ ଲକ୍ଷ୍ମଣ ରେଖା ଟାଣି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।...

Advertisement
Archives

Model This Week