ଦ୍ରୌପଦୀଙ୍କ ଭୋଟ ନିବେଦନ

ଭୁବନେଶ୍ୱର,୯।୭(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନିଜ ସପକ୍ଷରେ ଭୋଟ ମାଗିବା ପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ଏମ୍‌ପି ଓ ବିଧାୟକମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ବିଧାନସଭା ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ ଓ ଏମ୍‌ପିଙ୍କ ସହ ଆଲୋଚନା କଲାବେଳେ ସେ ଭାବବିହ୍ବଳ ହୋଇପଡ଼ିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଇ ସମ୍ବୋଧନ କରିବା ସହ ରାଖୀର ପାଉଣା ମାଗିବା ପୂର୍ବରୁ ସେ ଦେଇଦେଲେ ବୋଲି କହିଛନ୍ତି। ବିଧାନସଭାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଓ ବିଜେଡି ବିଧାୟକମାନେ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ କରି ସମ୍ମିଳନୀ କକ୍ଷକୁ ପାଛୋଟି ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ସମ୍ମିଳନୀ କକ୍ଷରେ ବିଜେଡି ଏମ୍‌ପି ଓ ବିଧାୟକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦ୍ରୌପଦୀ କହିଥିଲେ, ‘ମୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଥିଲି। ବିଦେଶରେ ଥାଇ ମୋ ସହ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ମୁଁ ଗାଁର ଝିଅ, ମନ୍ତ୍ରୀ ଥିବାବେଳେ ବହୁ କାମ କରିଛି। ଆହୁରି କାମ ବାକି ଅଛି, ଆପଣଙ୍କ ସହଯୋଗ ଦରକାର। ଆମ ଗାଁର ଅବସ୍ଥା ସୁଧୁରିବ ଓ ଓଡ଼ିଶା ସୁନ୍ଦର ଭାବରେ ବଢ଼ିବ।’ ଏହି ଅବସରରେ ସେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ବିଧାୟକ ଓ ଏମ୍‌ପିଙ୍କୁ ନିବେଦନ କରିଛନ୍ତି।
ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁ ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପାରମ୍ପରିକ ନାଚଗୀତରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ବିଧାୟକ ଦେବୀ ମିଶ୍ର, ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର, ଭାଜପାର ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଭାଜପା ଓ ବିଜେଡିର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ। ସେଠାରୁ ମୁର୍ମୁଙ୍କୁ ରାଜ୍ୟ ଅତିଥି ଭବନକୁ ପାଛୋଟି ନିଆଯାଇଥିଲା। ସେଠାରେ ସେ କିଛି ସମୟ ବିଶ୍ରାମ କରିବା ପରେ ବିଧାନସଭାର ସମ୍ମିଳନୀ କକ୍ଷକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ।
ବିଧାନସଭାରୁ ଫେରିବା ପରେ ସେ ରାଜ୍ୟ ଅତିଥି ଭବନରେ ଭାଜପା ବିଧାୟକ ଓ ଏମ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ମଧ୍ୟାହ୍ନରେ ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୩୦ ମିନିଟ ଆଲୋଚନା କରିଛନ୍ତି। ଫେରିଯିବା ପୂର୍ବରୁ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ମଧ୍ୟାହ୍ନଭୋଜନରେ ଭାତ, ଡାଲି, ଆଳୁଚକଟା, ବଡ଼ିଚୂରା, ବାଇଗଣ ଭଜା ଆଦି ଓଡ଼ିଆ ଖାଦ୍ୟରେ ଆପ୍ୟାୟିତ କରିଛନ୍ତି। ମଧ୍ୟାହ୍ନଭୋଜନରେ ଶୁଦ୍ଧ ଶାକାହାର ଓ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ ଥିଲା ବୋଲି ଜଣାପଡ଼ିଛି।
ଦ୍ରୌପଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଗଜେନ୍ଦ୍ର ସିଂ ଶେଖାୱତ ମଧ୍ୟ ନବୀନ ନିବାସ ଯାଇଥିଲେ। ବିଜେଡି ସୁପ୍ରିମୋଙ୍କ ସହ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁ ଓ କେନ୍ଦ୍ରମନ୍ତ୍ରୀ ଶେଖାୱତଙ୍କ ସମେତ ପୁରୀ ବିଜେଡି ଏମ୍‌ପି ପିନାକୀ ମିଶ୍ର ମଧ୍ୟ ମଧ୍ୟାହ୍ନଭୋଜନ କରିଥିଲେ। ମୁର୍ମୁ ନବୀନ ନିବାସରୁ ସିଧାସଳଖ ବିମାନବନ୍ଦର ଯାଇଥିଲେ ଓ ସ୍ବତନ୍ତ୍ର ବିମାନରେ ଲକ୍ଷ୍ନୌ ଅଭିମୁଖେ ଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ମୁର୍ମୁଙ୍କୁ ବିଜେଡି ନିଜର ସମର୍ଥନ ଦେବାକୁ ଘୋଷଣା କରିଥିବା ବେଳେ ଏକମାତ୍ର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ସମର୍ଥନ ଦେବେ ବୋଲି କହିଛନ୍ତି। ବିଧାନସଭାରେ ମୋଟ ୧୪୭ ଜଣ ବିଧାୟକ ଥିବାବେଳେ ଏଥିରେ ବିଜେଡିର ୧୧୨ଜଣ, ଭାଜପାର ୨୨ଜଣ ଓ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ଭୋଟ୍‌ ଏନ୍‌ଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଯିବ। ଏହାଛଡ଼ା ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ମଧ୍ୟରୁ ପାଣିଗ୍ରାହୀ ମଧ୍ୟ ନିଜର ସମର୍ଥନ ମୁର୍ମୁଙ୍କୁ ଦେବେ ବୋଲି ଘୋଷଣା କରିସାରିଛନ୍ତି। କେବଳ କଂଗ୍ରେସର ୯ ବିଧାୟକ ଓ ସିପିଏମ୍‌ର ଜଣେ ବିଧାୟକଙ୍କ ଭୋଟ କାହା ସପକ୍ଷରେ ଯିବ ତାହା ଏବେ ବି ଅସ୍ପଷ୍ଟ ରହିଛି। ଓଡ଼ିଶାରେ ବିଜେଡି ଓ ଭାଜପାର ଲୋକ ସଭା ସଦସ୍ୟଙ୍କ ସଂଖ୍ୟା ୨୦ ଏବଂ ରାଜ୍ୟ ସଭାର ୧୦ଜଣ ସଦସ୍ୟ ଅଛନ୍ତି। ସମସ୍ତଙ୍କ ଭୋଟ ଏନ୍‌ଡିଏ ପ୍ରାର୍ଥୀ ମୁର୍ମୁଙ୍କ ସପକ୍ଷରେ ଯିବ ବୋଲି ଜଣାପଡ଼ିଛି। କେବଳ କଂଗ୍ରେସର ଜଣେ ଏମ୍‌ପି ସପ୍ତଗିରି ଉଲାକାଙ୍କ ଭୋଟ ୟୁପିଏ ପ୍ରାର୍ଥୀଙ୍କୁ ମିଳିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ପ୍ରାଥମିକ ବିଦ୍ୟାଳୟ: ଅଧାପନ୍ତରିଆ ଅବସ୍ଥାରେ ନିର୍ମାଣ କାର୍ଯ୍ୟ

ନୂଆଗାଁ,୨୨।୬(ଡି.ଏନ୍‌.ଏ.): ଦେଶରୁ ନିରକ୍ଷରତା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ପିଲାମାନେ ସ୍କୁଲ ଯିବା ପ୍ରତି ଉତ୍ସାହିତ କରିବା ନିମନ୍ତେ ମାଗଣା...

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ସୂଚନା...

ଆସିଲା କି ତୃତୀୟ ଲହର! ଭୀମସାର ୨ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ

ସମ୍ବଲପୁର ଅଫିସ,୧୪ା୮: ବୁର୍ଲା ବଡ଼ ଡାକ୍ତରଖାନାରେ ଦୁଇ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୮ ମାସର ଶିଶୁ ଥିବାବେଳେ ଆଉ...

‘ଓଡ଼ିଶାରେ ସବୁଦିନ ରହିବାକୁ ଇଚ୍ଛା’

ଭୁବନେଶ୍ୱର,୮ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଜନତା ମଇଦାନରେ ଓଡ଼ିଶା ଓମେନ୍ସ ମେଳା-୨୦୨୨ ଚାଲିଥିବାବେଳେ ଏଥିରେ ଯୋଗଦେବାକୁ...

୧ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ୨୦୨୨ ଜାନୁୟାରୀ ୧ ତାରିଖକୁ ଯୋଗ୍ୟତାଭିତ୍ତିକ ତାରିଖ ଭାବେ ଗ୍ରହଣ କରି ଭାରତ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମ...

ସୁରେଶ ଦଳାଇ ହେଲେ ଉତ୍ତରାଞ୍ଚଳ ଆର୍‌ଡିସି

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ସୁରେଶ ଚନ୍ଦ୍ର ଦଳାଇଙ୍କୁ ରାଜ୍ୟ ସରକାର ସମ୍ବଲପୁର ରାଜସ୍ବ ଡିଭିଜନ କମିଶନର(ଉତ୍ତରାଞ୍ଚଳ ଡିଭିଜନ) ଭାବେ...

ତୀବ୍ର ଅବପାତ ନେଲା ୨ ଜୀବନ: ୪ ଗୁରୁତର

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ତୀବ୍ର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ମଙ୍ଗଳବାର ସକାଳୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଲାଗି ରହିଛି। ତେବେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ...

ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀଙ୍କୁ ରସିଦ ଦିଅ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଅଧୀନରେ ଆସୁଥିବା ହିତାଧିକାରୀମାନେ ମାଗଣା ଚାଉଳ ନେବାବେଳେ ସେମାନଙ୍କୁ ସ୍ବତନ୍ତ୍ର ରସିଦ ମିଳିବ। ଏସମ୍ପର୍କରେ କେନ୍ଦ୍ର ଖାଉଟି...

Advertisement
Archives

Model This Week