କୋଏଲରେ ମିଶୁଛି ଡ୍ରେନ୍‌ ପାଣି

ରାଉରକେଲା,୨୪।୧୨(ସଙ୍ଗୀତା ଜେନା)ଇସ୍ପାତ ସହର ରାଉରକେଲାର ବିଭିନ୍ନ ଅଞ୍ଚଳର ବର୍ଜ୍ୟଜଳ ମୁଖ୍ୟ ଡ୍ରେନରେ ଆସି କୋଏଲ ନଦୀରେ ମିଶୁଛି। ଏହାଦ୍ୱାରା ନଦୀଜଳ ପ୍ରଦୂଷଣ ହେଉଛି। ଅନ୍ୟପକ୍ଷେ ଏହି ନଦୀଜଳକୁ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ କାମରେ ବ୍ୟବହାର କରୁଛନ୍ତି। ଫଳରେ ଝାଡ଼ାବାନ୍ତି ଭଳି ସଂକ୍ରାମକ ରୋଗ ମଧ୍ୟ ହେଉଛି।
ସରପଞ୍ଚ ଅଜିତ୍‌ ତିର୍କୀ ଅଭିଯୋଗ କରିଛନ୍ତି, କୋଏଲ ନଦୀର ଉପର ମୁଣ୍ଡ ଜନବସତିରୁ ବର୍ଜ୍ୟଜଳ ଡ୍ରେନରେ ଆସି ସିଧାସଳଖ ନଦୀରେ ମିଶୁଛି। ନଦୀର ତଳମୁଣ୍ଡରୁ ଝିରପାଣି, ଏନ୍‌ଆଇଟି କ୍ୟାମ୍ପସ ଓ ସେକ୍ଟରକୁ ଜଳଯୋଗାଣ କରାଯାଉଛି। ସେହିପରି ରାଉରକେଲା ସଂଲଗ୍ନ ଝିରପାଣି ପଞ୍ଚାୟତକୁ ମଧ୍ୟ ୱାଟକୋ ପକ୍ଷରୁ ଜଳ ଯୋଗାଣ ହେଉଛି। ଏହି ଜଳ ଉପରେ ପଞ୍ଚାୟତର ପ୍ରାୟ ୮ହଜାର ଲୋକ ଓ ୨ଟି ସରକାରୀ ସ୍କୁଲ ହଷ୍ଟେଲର ଅନ୍ତେବାସୀ ନିର୍ଭର କରୁଛନ୍ତି। ଇତିମଧ୍ୟରେ ଗ୍ରାମର ୪ ଜଣ ଝାଡାବାନ୍ତିରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏ ନେଇ ତିର୍କୀ ଶୁକ୍ରବାର ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଆଭାସୀ ବୈଠକରେ ଅଭିଯୋଗ କରିଛନ୍ତି। ସେହିପରି ୱାର୍ଡମେମ୍ବର ସୁଖରାମ ଲାକ୍ରା କହିଛନ୍ତି, ପଞ୍ଚାୟତରେ ମୁଖ୍ୟ ଡ୍ରେନ ନିର୍ମାଣ ନ ହେବା ଯୋଗୁ ବର୍ଜ୍ୟଜଳ ସିଧାସଳଖ ନଦୀରେ ମିଶୁଛି। ଏହି ଘାଟରୁ ଝିରପାଣି, ଏନ୍‌ଆଇଟି ରାଉରକେଲା କ୍ୟାମ୍ପସ ଓ ସେକ୍ଟର-୨୦ ବୈକୁଣ୍ଠଘାଟରେ ଆର୍‌ଏସ୍‌ପି ପକ୍ଷରୁ ପାନୀୟ ଜଳ ସଂଗ୍ରହ କରାଯାଉଛି। ତେବେ ନଦୀକୂଳରେ ଥିବା ଜନବସତିର ପ୍ରଦୂଷିତ ଜଳ ସିଧାସଳଖ ମିଶୁଥିଲେ ମଧ୍ୟ କେହି ଏହାର ଉପଚାର କରିବାକୁ ଚେଷ୍ଟା କରୁନାହାନ୍ତି। ଏ ନେଇ ବାରମ୍ବାର ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଏହାଦ୍ୱାରା ନଦୀ ପ୍ରଦୂଷଣ ବୃଦ୍ଧି ସାଙ୍ଗକୁ ଲୋକଙ୍କ ଜୀବନ ବିପନ୍ନ ହେଉଛି ବୋଲି ଲାକ୍ରା କହିଥିଲେ। ଏ ସମ୍ପର୍କରେ ୱାଟକୋ ଆସିଷ୍ଟାଣ୍ଟ ଇଞ୍ଜିନିୟର ଶ୍ରୀଧର ପଟ୍ଟନାୟକଙ୍କୁ ପଚରାଯିବାରୁ ସେ କହିଲେ, ବିଶୋଧନ ପରେ ଜଳଯୋଗାଣ କରାଯାଉଛି। ଜଳବିଶୁଦ୍ଧୀକରଣ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବ୍ଲକ ଓ ପଞ୍ଚାୟତ ଡ୍ରେନ ସମସ୍ୟାର ସମାଧାନ କରିପାରିବେ। ଏଥିରେ ୱାଟକୋର ଭୂମିକା ନାହିଁ ବୋଲି ପଟ୍ଟନାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ମା’ ଠାକୁରାଣୀଙ୍କ ଯାତ୍ରାରେ ନବମ ଦିନରେ ପ୍ରକମ୍ପିତ ଗୌଡ଼ ସାହି

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମା’ ଠାକୁରାଣୀଙ୍କ ଯାତ୍ରା ୯ମ ଦିନରେ ପହଞ୍ଚିଛି। ଏହି ୯ଦିନ ଧରି ଦାରିଙ୍ଗବାଡ଼ିି ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରତିଦିନ...

ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ

ଫୁଲନଖରା,୧ା୫(ସତ୍ୟ ରଞ୍ଜନ ଦାସମହାପାତ୍ର): ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ କଟକ ସଦର ଥାନା ପୋଲିସ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଜିଲାରେ ହେବ ଭୋଟ୍‌ ଗ୍ରହଣ। ଏଥି ନିମନ୍ତେ ବୁଧବାର ଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri