ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଜି ଚିଠା ଭୋଟର ତାଲିକା (Draft Electoral Roll) ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଏହି ଉପଲକ୍ଷେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲାପାଳ ଚିଠା ଭୋଟର ତାଲିକାର ସବିଶେଷ ତଥ୍ୟ ପ୍ରଦାନ କରି କହିଥିଲେ ଯେ, ଚିଠା ଭୋଟର ତାଲିକା ସମ୍ପର୍କରେ ଦାବି ଓ ଆପତ୍ତି ଆବେଦନ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଗ୍ରହଣ କରାଯିବ। ପ୍ରାପ୍ତ ଆବେଦନଗୁଡ଼ିକ ଉପରେ ୫ ଜୁଲାଇରୁ ୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନୋଟିସ ଜାରି ଓ ଶୁଣାଣି ପ୍ରକ୍ରିୟା ଚାଲିବ। ଏହି କାର୍ଯ୍ୟ ପାଇଁ ଜିଲ୍ଲାର ୫ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଏବଂ ୩୪ ଜଣ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO)ଙ୍କୁ ଦାୟିତ୍ୱ ଦିଆଯାଇଛି।

ଭୋଟରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲାରେ ମତଦାନ କେନ୍ଦ୍ରଗୁଡ଼ିକର ସଂଗତିକରଣ କରାଯାଇଛି । ଏହାଫଳରେ ମତଦାନ କେନ୍ଦ୍ର ସଂଖ୍ୟା ୧୫୬୧ରୁ ବୃଦ୍ଧି ପାଇ ୧୭୬୦ରେ ପହଞ୍ଚିଛି। ଜିଲାର ପ୍ରାକ୍-ଚିଠା ଭୋଟର ସଂଖ୍ୟା ୧୩,୪୩,୮୧୬ ଥିବାବେଳେ ସଂଶୋଧିତ ଚିଠା ତାଲିକାରେ ବିଭିନ୍ନ କାରଣରୁ ଏହା ୧୨,୪୪,୫୫୮କୁ ହ୍ରାସ ପାଇଛି। ଏହି କାରଣଗୁଡ଼ିକ ମଧ୍ୟରେ ମୃତ୍ୟୁ, ସ୍ଥାୟୀ ଭାବେ ସ୍ଥାନାନ୍ତର, ପୂର୍ବରୁ ନାମ ପଞ୍ଜୀକୃତ ହୋଇସାରିବା, ଓ ଅନ୍ୟାନ୍ୟ କାରଣ ରହିଛି।

ତେବେ ନିର୍ବାଚନମଣ୍ଡଳୀ ଭିତ୍ତିକ ଭାବେ ଲୋଇସିଂହାରେ ୨,୨୩,୪୪୧, ପାଟଣାଗଡ଼ରେ ୨,୮୮,୬୬୫, ବଲାଙ୍ଗୀରରେ ୨,୩୦,୨୮୩, ଟିଟିଲାଗଡ଼ରେ ୨,୪୧,୭୧୮ ଏବଂ କଣ୍ଟାବାଞ୍ଜିରେ ୨,୬୦,୪୫୧ ଜଣ ଭୋଟର ଚିଠା ତାଲିକାରେ ସ୍ଥାନ ପାଇଛନ୍ତି। ସମସ୍ତ ଯୋଗ୍ୟ ଭୋଟର, ବିଶେଷକରି ନୂତନ ଯୁବ ଭୋଟରଙ୍କୁ ନିଜ ନାମ ଓ ବିବରଣୀ ଯାଞ୍ଚ କରିବା ସହ କୌଣସି ତ୍ରୁଟି ଥିଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂଶୋଧନ ପାଇଁ ଆବେଦନ କରିବାକୁ ଜିଲା ପ୍ରସାଶନ ପକ୍ଷରୁ ନିବେଦନ କରାଯାଇଛି।

କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ମତାମତ ରଖିଥିଲେ। ଅତିରିକ୍ତ ଜିଲାପାଳ (ରାଜସ୍ୱ) ପବିତ୍ର ବେହେରା, ଅତିରିକ୍ତ ଜିଲାପାଳ (ସାଧାରଣ) ଡ. ବିଜୟାନନ୍ଦ ସେଠୀ, ଟିଟିଲାଗଡ଼ ଉପଜିଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, ନିର୍ବାଚନ ବିଭାଗର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଠାକୁର ମଦନମୋହନ ସ୍ବାମୀଙ୍କ ସମ୍ପତ୍ତି ସୁରକ୍ଷାରେ ଐତିହାସିକ ବିଜୟ, ମନ୍ଦିର କମିଟିକୁ ଫେରିଲା ଜବରଦଖଲ ଜମି

ଗଞ୍ଜାମ,୨୮ା୧୧(ବିଦ୍ୟାଧର ସାହୁ): ଦୀର୍ଘ ୫୦ ବର୍ଷର ଆଇନଗତ ଲଢ଼େଇ ପରେ ଗଞ୍ଜାମ ସହରର ବ୍ରାହ୍ମଣ ଢମଣା ସାହିସ୍ଥିତ ମହାପ୍ରଭୁ ଶ୍ରୀ ମଦନମୋହନ ସ୍ବାମୀଙ୍କ ୬୦୦ ଡେସିମିଲି (ତିନି…

ଗାଧୋଇବାକୁ ଯାଇ ମହିଳା ନିଖୋଜ, ୭ ଦିନ ପରେ ବି ମିଳୁନି ପତ୍ତା

ପୁରୁଷୋତ୍ତମପୁର,୨୮ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେଏନପୁର ଗ୍ରାମରେ ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ଭାସିଯାଇ ନିଖୋଜ ହେବାର ୭…

ବାପାଙ୍କ ଜୁଇ ନଲିଭୁଣୁ ପୁଅର ଜୀବନ ଚାଲିଗଲା: ୨୪ ଘଣ୍ଟାରେ ଦୁଇ ମୃତ୍ୟୁରେ ସ୍ତବ୍ଧ ଗାଁ

ଛେଣ୍ଡିପଦା,୨୮।୧୧(ଅଜିତ୍ ଧଳ): ଗୋଟିଏ ପରିବାର ଉପରେ ଦୁଇ ଦିନରେ ଦୁଇ ଦୁଃଖଦ ଘଟଣା। ପ୍ରଥମେ ବାପାଙ୍କ ମୃତ୍ୟୁ, ଆଉ ତାଙ୍କ ମୃତ୍ୟୁର ୨୪ ଘଣ୍ଟା ନପୂରୁଣୁ ପୁଅର…

ଚେତିଲା ପ୍ରଶାସନ: ବନ୍ୟାର କାରଣ ଖୋଜିବା ସହ ସ୍ଥାୟୀ ସମାଧାନର ବ୍ଲୁ ପ୍ରିଣ୍ଟ୍‌ ଲାଗି ବୈଷୟିକ ଟିମ୍‌ର ଅନୁଧ୍ୟାନ

ପୁରୁଷୋତ୍ତମପୁର,୨୮ା୧୧(ସବିତା ମିଶ୍ର): ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାର ଦୁଃଖ ଏବେ ବି ଭୁଲିନାହାନ୍ତି ପୁରୁଷୋତ୍ତମପୁରବାସୀ। ଋଷିକୁଲ୍ୟା ନଦୀର ଉଛୁଳା ଜଳ ନଦୀବନ୍ଧ ଡେଇଁବା ସହ ବିଭିନ୍ନ…

ଯୁବତୀଙ୍କ ବିବାହ ଭାଙ୍ଗିବାକୁ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେଲେ ଯୁବକ, ପଛରେ ଥିଲା ଏହି କାରଣ…

ଭୁବନେଶ୍ୱର,୨୮।୧୧(ତ୍ରିନାଥ ମହାନ୍ତି): ଜଣେ ୨୮ ବର୍ଷୀୟା ଯୁବତୀଙ୍କ ବିବାହ ପ୍ରସ୍ତାବ ଭାଙ୍ଗିବା ଉଦ୍ଦେଶ୍ୟରେ ଭାବି ବର ଓ ତାଙ୍କ ପରିବାର ନିକଟକୁ ସମ୍ପୃକ୍ତ ଯୁବତୀଙ୍କ ଅଶ୍ଳୀଳ ଭିଡିଓ…

ଲାଞ୍ଚ ନେଇ ଧରାପଡ଼ିଲେ ପୌରପାଳିକା କର୍ମଚାରୀ, ଭିଜିଲାନ୍ସ ଏତିକି ଟଙ୍କା ଜବତ କରି…

ସୁନ୍ଦରଗଡ଼,୨୮ା୧୧(ଜୟନାରାୟଣ ମେଣ୍ଡୁଳି): ଓଡ଼ିଶା ଭିଜିଲାନ୍ସ ବୀରମିତ୍ରପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ଇନ୍‌ଫ୍ରାଷ୍ଟ୍ରକ୍ଚର ଏକ୍ସପର୍ଟ ବୈବସତ ମନୁ ରାଉତଙ୍କୁ ପିଏମଏଓ୍ବାଇ-ଅର୍ବାନ ଯୋଜନାରେ ହିତାଧିକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ…

ବରଗଡ଼ ଧନୁଯାତ୍ରାରେ ଦୟାନନ୍ଦ ହେବେ ମହାମନ୍ତ୍ରୀ

ବରଗଡ଼,୨୮ା୧୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ଜାନୁଆରୀ ୧୨ରୁ ଆରମ୍ଭ ହେବ। ଦୀର୍ଘ ୧୧ ଦିନ ବ୍ୟାପୀ ଏହି ମହୋତ୍ସବ…

ସିମନବାଡ଼ି ଜାତୀୟ ରାଜପଥ ଉପରେ ମାଳମାଳ ଗାଡ଼ି ପାର୍କିଂ, ବାଇକ୍‌ ଚାଳକଙ୍କୁ ଅଟୋ ଧକ୍କା ଦେବାରୁ…

ଦାରିଙ୍ଗବାଡ଼ି,୨୮ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥରେ ଏବେ ଅମାନିଆ ଅଟୋ ଚାଳକଙ୍କ ଯୋଗୁ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?