ଯୁବତୀଙ୍କ ବିବାହ ଭାଙ୍ଗିବାକୁ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେଲେ ଯୁବକ, ପଛରେ ଥିଲା ଏହି କାରଣ…

ଭୁବନେଶ୍ୱର,୨୮।୧୧(ତ୍ରିନାଥ ମହାନ୍ତି): ଜଣେ ୨୮ ବର୍ଷୀୟା ଯୁବତୀଙ୍କ ବିବାହ ପ୍ରସ୍ତାବ ଭାଙ୍ଗିବା ଉଦ୍ଦେଶ୍ୟରେ ଭାବି ବର ଓ ତାଙ୍କ ପରିବାର ନିକଟକୁ ସମ୍ପୃକ୍ତ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ପଠାଇବା ସହ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୁରୀ ଜିଲା ନିମାପଡ଼ା ଅନ୍ତର୍ଗତ ଶ୍ୟାମସୁନ୍ଦରପୁରର ବାସୁଦେବ ସେନାପତି (୨୮)। ତାଙ୍କୁ କୋର୍ଟରେ ହାଜର ପରେ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଜଣାପଡ଼ିଛି ଯେ, ପୀଡ଼ିତା ଯୁବତୀଙ୍କ ଘର ପୁରୀ ଜିଲା ଗୋପ ଅଞ୍ଚଳରେ ହୋଇଥିବା ବେଳେ ସେ ନୟାପଲ୍ଲୀରେ ଥିବା ଏକ ଘରୋଇ ସଂସ୍ଥାରେ କାମ କରିବା ସହ ସେହି ଅଞ୍ଚଳରେ ଘର ଭଡ଼ା ନେଇ ରହୁଛନ୍ତି। ୨୦୨୩ ମସିହାରେ ନିମାପଡ଼ା କୋର୍ଟରେ ମୋହରି ଭାବେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ବାସୁଦେବଙ୍କ ସହ ଯୁବତୀଙ୍କର ପରିଚୟ ଓ ପରେ ବନ୍ଧୁତା ହୋଇଥିଲା। ପରବର୍ତ୍ତୀ ସମୟରେ ଯୁବତୀଙ୍କ ବିବାହ ପ୍ରସ୍ତାବ ସ୍ଥିର ହେବା ପରେ ସେ ଅଭିଯୁକ୍ତଙ୍କଠାରୁ ୫୦ ହଜାର ଟଙ୍କା ଧାର ନେଇଥିଲେ ଏବଂ ପରେ ଫୋନ ପେ’ ମାଧ୍ୟମରେ ଉକ୍ତ ଟଙ୍କା ଫେରସ୍ତ କରିଥିଲେ। ତେବେ ଅଭିଯୁକ୍ତ ସେହି ଟଙ୍କାକୁ ପୁନର୍ବାର ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରାଇ ଦେଇ ନଗଦ ଆକାରରେ ଟଙ୍କା ଦେବାକୁ ଜିଦ ଧରିଥିଲେ। ଏହାପରଠାରୁ ଅଭିଯୁକ୍ତ ସମ୍ପୃକ୍ତ ଯୁବତୀଙ୍କ ବିବାହ ପ୍ରସ୍ତାବରେ ବାଧା ସୃଷ୍ଟି କରିବାକୁ ଲାଗିଥିଲେ। ଭାବି ବରଙ୍କ ନିକଟରେ ଯୁବତୀଙ୍କ ଚରିତ୍ରକୁ ନେଇ ମିଥ୍ୟା ଓ ଅପମାନଜନକ ମନ୍ତବ୍ୟ ଦେଇ ପୂର୍ବରୁ ସ୍ଥିର ହୋଇଥିବା ଦୁଇଟି ବିବାହ ପ୍ରସ୍ତାବ ଭାଙ୍ଗି ଦେଇଥିଲେ। ଏନେଇ ୨୦୨୫ ଅଗଷ୍ଟ ୧ରେ ଯୁବତୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଆଫିଡେଭିଟ୍‌ ଆଧାରରେ ତାହା ବନ୍ଦ ହୋଇଥିଲା। ପୁଣି ଗତ ୧୫ ତାରିଖରେ ଯୁବତୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିବା ଜାଣିବା ପରେ ଅଭିଯୁକ୍ତ ବାସୁଦେବ ତାଙ୍କ ଭାବି ବରଙ୍କୁ ଫୋନ କରି ମିଥ୍ୟା କଥା କହି ବଦନାମ କରିବା ସହ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ପଠାଇଥିଲେ। ଏନେଇ ଭାବି ବର ଯୁବତୀଙ୍କୁ ଜଣାଇବା ପରେ ସେ ଅଭିଯୁକ୍ତଙ୍କୁ ଏହାର କାରଣ ପଚାରିଥିଲେ। ଗତ ୨୩ ତାରିଖରେ ଅଭିଯୁକ୍ତ ଫୋନ ଯୋଗେ ଯୁବତୀଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ତାଙ୍କୁ କୌଣସି ସ୍ଥାନରେ ବିବାହ କରାଇ ଦେବି ନାହିଁ କହିଥିଲେ। ଏଥିସହିତ ଜୀବନରୁ ମାରିଦେବାକୁ ଧମକ ଦେବା ସହ ତାଙ୍କ ବ୍ୟକ୍ତିଗତ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ ସହ ଅଭିଯୁକ୍ତ ବାସୁଦେବଙ୍କୁ ଗିରଫ କରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IPLରେ ସର୍ବାଧିକ ବିଜୟ ହାସଲ କରିଥିବା ଅଧିନାୟକ: ଧୋନୀ ଶୀର୍ଷରେ, ରୋହିତ ଦ୍ୱିତୀୟ ସ୍ଥାନରେ, ବିରାଟଙ୍କ ଆଗରେ ରହିଛନ୍ତି…

ନୂଆଦିଲ୍ଲୀ,୨୮।୧୧: ଇଣ୍ଡିଆନ ପ୍ରିମିୟର୍‌ ଲିଗ (IPL) ର ୧୯ ବର୍ଷର ଇତିହାସରେ ସବୁଠାରୁ ସଫଳ ଅଧିନାୟକ କିଏ? ଏହି ପ୍ରଶ୍ନ ଆସିବା ମାତ୍ରେ ମନକୁ ପ୍ରଥମେ ଏମ.ଏସ.…

‘ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବାଂଲାଦେଶ ଫେରିବେ ନାହିଁ ହସିନା’: ପାକିସ୍ତାନ ପହଞ୍ଚିବା ପରେ ବାଂଲାଦେଶୀ ବାଚସ୍ପତିଙ୍କ ବଡ଼ ଦାବି

ଢାକା,୨୮।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣକୁ ନେଇ ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ, ବାଂଲାଦେଶ ସଂସଦର ବାଚସ୍ପତି ହାଫିଜ ଉଦ୍ଦିନ…

‘Delimitation Bill ଗଣତନ୍ତ୍ର ପାଇଁ ଏକ ବିପଦ,’ INDIA ମେଣ୍ଟର ସାମ୍ବାଦିକ ସମ୍ମିଳନୀରେ କହିଲେ କଂଗ୍ରେସ ସଭାପତି ଖାର୍ଗେ

ନୂଆଦିଲ୍ଲୀ,୨୮।୧୧: ’ଡିଲିମିଟେସନ ବିଲ’ (ସୀମା ନିର୍ଦ୍ଧାରଣ ବିଲ) କୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ, ଶନିବାର ‘ଇଣ୍ଡିଆ’ (INDIA) ମେଣ୍ଟ ଏକ ବୈଠକ ଆୟୋଜନ କରିଥିଲା।…

ପୁଣି ଏକାଠି ହେଲେ ଶାହରୁଖ-କରୀନା

ବଲିଉଡ୍‌ର ବହୁପ୍ରତୀକ୍ଷିତ ଫିଲ୍ମ ‘କିଙ୍ଗ’ର ନୂଆ ଗୀତ ‘ଡ୍ୟାଡି କୁଲ’ ରିଲିଜ ହୋଇଛି। ଏହି ଗୀତରେ ଶାହରୁଖ ଖାନ ଓ କରୀନା କପୁର ଖାନଙ୍କ ଲୋକପ୍ରିୟ ଯୋଡ଼ି…

ରିଙ୍ଗ ଭିତରେ ଆହତ ହୋଇଥିବା WWE ଷ୍ଟାରଙ୍କର ୩୮ ବର୍ଷ ବୟସରେ ଦୁଃଖଦ ମୃତ୍ୟୁ , ପତ୍ନୀ ଅଛନ୍ତି ଗର୍ଭବତୀ

ନୂଆଦିଲ୍ଲୀ,୨୮।୧୧: WWE ଷ୍ଟାର୍‌ ବ୍ରନସନ ରିଡ ପିତା ହେବାକୁ ଯାଉଥିଲେ; ତାଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି। ତେବେ, ଏହି ଖୁସିର ମୁହୂର୍ତ୍ତରେ ତାଙ୍କ ପରିବାର ଉପରେ ଏକ…

ଲାଞ୍ଚ ନେଇ ଧରାପଡ଼ିଲେ ପୌରପାଳିକା କର୍ମଚାରୀ, ଭିଜିଲାନ୍ସ ଏତିକି ଟଙ୍କା ଜବତ କରି…

ସୁନ୍ଦରଗଡ଼,୨୮ା୧୧(ଜୟନାରାୟଣ ମେଣ୍ଡୁଳି): ଓଡ଼ିଶା ଭିଜିଲାନ୍ସ ବୀରମିତ୍ରପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ଇନ୍‌ଫ୍ରାଷ୍ଟ୍ରକ୍ଚର ଏକ୍ସପର୍ଟ ବୈବସତ ମନୁ ରାଉତଙ୍କୁ ପିଏମଏଓ୍ବାଇ-ଅର୍ବାନ ଯୋଜନାରେ ହିତାଧିକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀଙ୍କ ଭାଇ: କ୍ରିକେଟ ପ୍ରଶଂସକ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୮।୧୧: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ନିଜ ଦମ୍‌ଦାର ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଅଛନ୍ତି। ତେବେ କେବଳ ବୈଭବ ନୁହନ୍ତି, ତାଙ୍କ ପରିବାରର…

ବରଗଡ଼ ଧନୁଯାତ୍ରାରେ ଦୟାନନ୍ଦ ହେବେ ମହାମନ୍ତ୍ରୀ

ବରଗଡ଼,୨୮ା୧୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ଜାନୁଆରୀ ୧୨ରୁ ଆରମ୍ଭ ହେବ। ଦୀର୍ଘ ୧୧ ଦିନ ବ୍ୟାପୀ ଏହି ମହୋତ୍ସବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?