Posted inଫୁରସତ

ପ୍ରଭୁ ଶ୍ରୀଜଗନ୍ନାଥ ମୋର ସବୁକିଛି: ଦୀପ୍ତିରେଖା ପାଢ଼ୀ

ଦୀପ୍ତିରେଖା ପାଢ଼ୀ, ଓଡ଼ିଆ ସଙ୍ଗୀତ ଜଗତର ଜଣେ ବହୁ ପରିଚିତ ନାଁ। ଅନେକ ସୁପରହିଟ୍‌ ଗୀତ ଗାଇ ଆଜି ସେ ଘରେ ଘରେ ପରିଚିତ। ତା’ଛଡ଼ା ନିଜ ଅଭିନୟର ଯାଦୁରେ ବି ଦିନେ ସେ ସମସ୍ତଙ୍କ ହୃଦୟରେ ଘର କରିଥିଲେ। ଏହି ବହୁମୁଖୀ ପ୍ରତିଭା ଏଥରର ସେଲିବ୍ରିଟି ସିକ୍ରେଟ୍‌ରେ…

ସଙ୍ଗୀତର ଆରମ୍ଭ: ପିଲାଟି ଦିନରୁ ମୋର ସଙ୍ଗୀତ ପ୍ରତି ରୁଚି ଥିଲା। ତେଣୁ ଦ୍ୱିତୀୟ ଶ୍ରେଣୀରେ ପଢ଼ିବାବେଳେ ମୁଁ ବୋଉକୁ ଗୀତ ଶିଖିବା ପାଇଁ କହିଥିଲି। ସେ ମତେ ରାଜଧାନୀ କଳା ସଂସଦରେ ଆଡମିସନ୍‌ କରାଇଥିଲେ। ତା’ସହ ପାଠପଢ଼ା ବି ଚାଲିଥାଏ।

ଓଲିଉଡ୍‌ରେ ପ୍ରଥମ ବ୍ରେକ୍‌: ୨୦୦୯ରେ ମୋର ଓଲିଉଡ୍‌ରେ ଏଣ୍ଟ୍ରି ହେଲା। ମୋ ସାନ କକା ମତେ ପ୍ରେମାନନ୍ଦ ସାର୍‌ଙ୍କ ସହ ଦେଖା କରାଇଥିଲେ। ସେ ମୋ ସ୍ବର ଶୁଣି ବହୁତ ପସନ୍ଦ କରିଥିଲେ। ଆଉ ଦୁଇଟି ଗୀତ ଗାଇବାର ସୁଯୋଗ ଦେଇଥିଲେ। ‘ଲଭ୍‌ ଡଟ୍‌ କମ୍‌’ ଚଳଚ୍ଚିତ୍ରରେ ଗୋଟିଏ ଗୀତ ଓ ସାବିତ୍ରୀ ମ୍ୟୁଜିକ୍‌ର ‘ନୂଆ ପ୍ରେମିକା’ ଆଲବମ୍‌୍‌ରେ ଗୋଟିଏ ଗୀତ ଗାଇଥିଲି।

ଗଡ୍‌ ଫାଦର: ପ୍ରେମାନନ୍ଦ ସାର୍‌ ମୋ ପାଇଁ ଗଡ୍‌ ଫାଦର୍‌। ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚତ୍ଛି, ଯେଉଁ ପରିଚୟ ପାଇଛି ସବୁ କିଛି ତାଙ୍କ ପାଇଁ ସମ୍ଭବ ହୋଇଛି। ମତେ ନେଇ ସେ ଏକ୍ସପେରିମେଣ୍ଟ କରିଛନ୍ତି। ଆଉ ବିଭିନ୍ନ ପ୍ରକାର ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି।

ଅଭିନୟର ଆରମ୍ଭ: ଏକ ଆଓ୍ବାର୍ଡ ଫଙ୍କସନ୍‌ରେ ମଳୟ ସାର୍‌ ଦେଖା ହୋଇଥିଲେ। ସେ ରାଜକନ୍ୟା ସିରିୟଲର ମୁଖ୍ୟ ଚରିତ୍ରରେ ଅଭିନୟ କରିବା ପାଇଁ ଅଫର୍‌ ଦେଇଥିଲେ। ଅଭିନୟର ଅଭିଜ୍ଞତା ନ ଥିବାରୁ ପ୍ରଥମେ ମୁଁ ରାଜି ହୋଇ ନ ଥିଲି। ହେଲେ ବାପା ମତେ କହିଥିଲେ ଭଲ ଚରିତ୍ର ଅଛି, ତେଣୁ କର। ମୁଁ ଅଡିସନ ଦେଲି। ସିଲେକ୍ଟ ବି ହୋଇଗଲି। ଭାବିଥିଲି କିଛିଦିନ କରି ଅଭିନୟ ଛାଡ଼ି ଦେବି। ହେଲେ ୪ ବର୍ଷ କାମ କଲି। ଦର୍ଶକଙ୍କର ଅଜସ୍ର ଭଲ ପାଇବା ବି ମିଳିଲା। ଏଇ ଅଭିନୟରୁ ମୁଁ ଅନେକ କିଛି ଶିଖିଛି। ଇଣ୍ଡଷ୍ଟ୍ରିକୁ ଚିହ୍ନିଛି। ଆଉ ନିଜକୁ ନୂଆ କରି ଗଢ଼ିଛି।

ଅଭିନୟ ପରେ ସଙ୍ଗୀତର ପୁନଃ ଆରମ୍ଭ: ‘ଚାଲ କରିବା ଠିଆପାଲା’ ଗୀତରୁ ଅଟକିଯାଇଥିବା ସଙ୍ଗୀତର ଯାତ୍ରା ପୁଣିଥରେ ଆରମ୍ଭ ହୋଇଥିଲା। ଆଉ ଏଇ ଗୀତଟି ହିଟ୍‌ ହୋଇଥିଲା। ପରେ ଅନେକ ଚଳଚ୍ଚିତ୍ରରେ ଅନେକ ହିଟ୍‌ ଗୀତ ଗାଇବାର ସୁଯୋଗ ପାଇଲି।

ଅଭିନୟ ନା ସଙ୍ଗୀତ: ଉଭୟ ଅଭିନୟ ଓ ସଙ୍ଗୀତ ମତେ ଲୋକଙ୍କ ଭଲ ପାଇବା ଦେଇଛି। ତେବେ ସଙ୍ଗୀତ ପ୍ରତି ମୋର ଭଲ ପାଇବା ଟିକେ ଅଧିକ। ମୋ ବାପାଙ୍କର ବି ସଙ୍ଗୀତରେ ରୁଚି ଥିଲା। ତେଣୁ କହିବାକୁ ଗଲେ ସଙ୍ଗୀତ ମତେ ବେଶି ଖୁସି ଦିଏ। ଅଭିନୟରେ ଟାଇମ୍‌ ଟେବୁଲ ଠିକ୍‌ ରହେନା। ତେଣୁ ସଙ୍ଗୀତ ଦୁନିଆକୁ ଫେରିଆସିଥିଲି।

ଶସ୍ତା ଗୀତ ଗାଏନା: ମୁଁ କେବେ ଶସ୍ତା, ଡବଲ ମିନିଂ ଗୀତ ଗାଇନି। ଏମିତିକି ରେକର୍ଡିଂ ପାଇଁ ଷ୍ଟୁଡିଓକୁ ଯାଇ ଯଦି ଜାଣେ ଏଭଳି ଗୀତ ଗାଇବାକୁ ହେବ, ତେବେ ରେକର୍ଡିଂ ନ କରି ମଧ୍ୟ ଫେରିଛି।

ସିକ୍ରେଟ୍‌ ଶେୟାର କରେ: ମୁଁ ମନର କଥା କେବଳ ବାପାଙ୍କ ସହ ଶେୟାର କରୁଥିଲି। ହେଲେ ବାପା ଚାଲିଗଲା ପରେ ମୁଁ ଆଉ କାହାକୁ ସେତିକି ନିଜର ଭାବିନି ମୋ ମନର କଥା ଖୋଲି କହିବା ପାଇଁ। ଏବେ ମୁଁ ମୋ ମନର ଦୁଃଖକଷ୍ଟ ଓ ସିକ୍ରେଟ୍‌ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜଣାଏ।

ସବୁଠୁ ସୁଖ ଓ ଦୁଃଖର ମୁହୂର୍ତ୍ତ: ଯେବେ ମୋ’ ଚଳଚ୍ଚିତ୍ରର ଗୀତ ହିଟ୍‌ ହେଲା ଓ ଓଡ଼ିଶାର ଗଳିକନ୍ଦିରେ ବାଜିଲା, ଦୁନିଆର ସବୁ ଖୁସି ମିଳିଗଲା ପରି ମତେ ଲାଗିଥିଲା। ଆଉ ଯେବେ ବାପା ଆମକୁ ଛାଡ଼ି ଆରପାରିକୁ ଚାଲିଗଲେ ମୋର ସବୁକିଛି ଚାଲିଗଲା ପରି ଲାଗିଥିଲା।

ସ୍ବାମୀ ସ୍ତ୍ରୀ ସମ୍ପର୍କ: ମୋ କ୍ୟାରିୟର କ୍ଷେତ୍ରରେ ବାପାଙ୍କ ପରେ ସ୍ବାମୀଙ୍କର ବହୁତ ସପୋର୍ଟ ରହିଛି। ତାଙ୍କ ବ୍ୟସ୍ତତା ଭିତରୁ ବି ସେ କିଛି ସମୟ ବାହାର କରି ମୋର ଶୁଟିଂ ଓ ରେକର୍ଡିଂକୁ ଯାଇ ମତେ ଏନ୍‌କରେଜ୍‌ କରନ୍ତି।

ଅଧିକ କଟକଣା ଭଲ ଲାଗେନା: ମୋ ହୃଦୟ ଭାରତୀୟ। ସବୁବେଳେ ମୁଁ ଶାଢ଼ି, ସଲ୍‌ଓ୍ବାର ଭଳି ଭାରତୀୟ ପୋଷାକ ପିନ୍ଧିବାକୁ ଭଲ ପାଏ। ଏମିତିକି ମୋ ବାପା ବି ଭାରତୀୟ ସଂସ୍କୃତିକୁ ବହୁତ ଭଲ ପାଉଥିଲେ ଓ ମତେ କେବେ ଜିନ୍ସ ପିନ୍ଧିବାକୁ ଦେଇ ନ ଥିଲେ। ତେଣୁ ପିନ୍ଧାପିନ୍ଧିରେ ଯଦି ମୋ ଉପରେ କେହି ଆହୁରି ଅଧିକ କଟକଣା ଲଗାଇବାକୁ ଚେଷ୍ଟା କରନ୍ତି ମତେ ଭଲ ଲାଗେନା। ସବୁଠୁ ବଡ କଥା ହେଲା ମୋ ଶାଶୁଘରେ ମୋ ଉପରେ କେବେ କିଛି କଟକଣା ଲଗାଇ ନାହାନ୍ତି। ତେଣୁ ମୁଁ ବହୁତ ଖୁସିରେ ଅଛି। ତା’ସହ ପରିବାରର ସମସ୍ତେ ମତେ ଖୁବ୍‌ ସହଯୋଗ ବି କରନ୍ତି।

ପ୍ରଭୁ ଶ୍ରୀଜଗନ୍ନାଥ ମୋର ସବୁକିଛି
ବାପାଙ୍କ ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହିଁ ମୁଁ ମୋର ସବୁକିଛି ଭାବେ। ତାଙ୍କୁ ବହୁତ ଭଲ ପାଏ। ଆଉ ଯେତେବେଳେ ବି ତାଙ୍କୁ ଖୋଜେ ଲାଗେ ସେ ମୋ ପାଖରେ ଅଛନ୍ତି।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri