୩ ଦିନ ପରେ ସାଇଣ୍ଟିଫିକ୍‌ ତଦନ୍ତକୁ ନେଇ ସନ୍ଦେହ

ସମ୍ବଲପୁର,୪ା୩(ବ୍ୟୁରୋ): ସମ୍ବଲପୁର ବୁର୍ଲା ଥାନା ପିସି ବ୍ରିଜ୍‌ ପାୱାର ଚ୍ୟାନେଲ ଭିତରୁ ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଅଗ୍ନିଶମ ବିଭାଗ ଗତ ବୁଧବାର ଉଦ୍ଧାର କରିଥିଲା। ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ ହତ୍ୟା ମାମଲା ରୁଜୁ ହୋଇ ବ୍ୟବଛେଦ କରାଯାଇଥିଲା। ଏହି ଘଟଣାରେ ପୋଲିସ ଚିନ୍ମୟୀଙ୍କ ପୁରୁଷବନ୍ଧୁ ଗୃହ ବିଭାଗ ଯୁଗ୍ମ ସଚିବଙ୍କ ପୁଅ ପ୍ରତିମାନଙ୍କୁ ଶୁକ୍ରବାର ପୁଣି ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ବୁର୍ଲା ଥାନା ପରିସରରେ ପଚରାଉଚରା କରିଛନ୍ତି। ହତ୍ୟା ମାମଲା ରୁଜୁ କରିବାର ୩ ଦିନ ବିତିଯାଇଥିଲେ ହେଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ । ଯାହା ପୋଲିସର କାର୍ଯ୍ୟକୁ ସନ୍ଦେହ ଘେରକୁ ଟାଣି ଆଣିଛି। କାରଣ ପୁରୁଷବନ୍ଧୁ ପ୍ରତିମାନଙ୍କୁ କୋର୍ଟ ଚାଲାଣ କରି ରିମାଣ୍ଡରେ ଆଣି ପଚରାଊଚରା କରିବା କଥା। ହେଲେ ଏଠାରେ ବ୍ୟତିକ୍ରମ ଘଟିଛି। ପୋଲିସ ତଦନ୍ତ ଆଳ କରୁଥିବା ବେଳେ ଟିମ୍‌ ଗଠନ କରି ପାରିବାପଣିଆ ଦେଖାଉଛି। ଭୁବନେଶ୍ୱରରେ ଚିନ୍ମୟୀ ରହୁଥିବା ଘର ଓ ପଡୋଶୀଙ୍କୁ ପଚରାଉଚରା କରୁଛି। ଚିନ୍ମୟୀଙ୍କ ସାଙ୍ଗମାନଙ୍କୁ ମଧ୍ୟ ପଚରାଉଚରା କରୁଛି।
ଅନ୍ୟପକ୍ଷରେ ମୃତଦେହ ଉଦ୍ଧାର ହେବାର ୩ ଦିନ ପରେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହତ୍ୟା ମାମଲା ରୁଜୁ କରିବା ପରେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସାହାଯ୍ୟ ନେଇ ନ ଥିଲା। ବିଳମ୍ବ ହେବା ଫଳରେ ପ୍ରମାଣ ନଷ୍ଟ ହେବାର ଆଶଙ୍କା କରାଯାଉଛି। ତେବେ ସାଇଣ୍ଟିଫିକ ଟିମ୍‌ ଶୁକ୍ରବାର ବ୍ରିଜ ଉପରକୁ ଯାଇ ତଦନ୍ତ କରିଥିଲା। ବ୍ରିଜ୍‌ ଉପରୁ ପାଣିର ଦୂରତା, କିଭଳି ଭାବେ ପାଣିରେ ପଡିଲେ ସେନେଇ ତଦନ୍ତ କରି ନମୁନା ସଂଗ୍ରହ କରିଥିଲା। କିନ୍ତୁ ପୋଲିସ ଘଟଣାକୁ ନେଇ ମୁହଁ ଖୋଲୁନାହିଁ। ଶୀଘ୍ର ଘଟଣାକୁ ନେଇ ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ଅନ୍ୟପକ୍ଷରେ ଏହି ଘଟଣା ନେଇ ମାନବାଧିକାର କମିଶନ ପାଖରେ ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ଲଢେଇ ପରିବାର ଅନୁଷ୍ଠାନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାସଙ୍କ ଅଭିଯୋଗ କ୍ରମେ ୩୭୧୬/୨୩ରେ ମାମଲା ରୁଜୁ ହୋଇଛି। ୫୦ ଲକ୍ଷ କ୍ଷତିପୂରଣ ଓ ଆଇନଗତ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି।
ସୁଚନାଯୋଗ୍ୟ, ପିସି ବ୍ରିଜ୍‌ ଉପରୁ ଡେଇଁ ନିଖୋଜ ହୋଇଥିବା ଭିସୁଟ୍‌ ଆଇଟି ବିଭାଗ ପୁରାତନ ଛାତ୍ରୀ ଚିନ୍ମୟୀଙ୍କ ମୃତଦେହ ଅଗ୍ନିଶମ ବିଭାଗ ବୁଧବାର ସକାଳେ ପାୱାର ଚ୍ୟାନେଲ ଭିତରୁ ଉଦ୍ଧାର କରିଥିଲା। ଚିନ୍ମୟୀଙ୍କ ମାଆ ଲବଙ୍ଗଙ୍କ ଅଭିଯୋଗ କ୍ରମେ ନଂ୯୬/୨୩ରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଘଟଣାରେ ପୁରୁଷବନ୍ଧୁ ପ୍ରତିମାନ ଦେ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା। ପାଣିରେ ବୁଡିବାରୁ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଲିସ କହୁଛି। ହେଲେ ରାତି ପ୍ରାୟ ସାଢେ ୯ଟା ସମୟରେ ପିସି ବ୍ରିଜକୁ କାହା ସାଥୀରେ ଓ କ’ଣ ପାଇଁ ଯାଇଥିଲେ। ତାଙ୍କ ସହିତ ଝିଅ ସାଙ୍ଗ ରହିଥିଲେ ନା କେବଳ ପୁରୁଷ ବନ୍ଧୁ ପ୍ରତିମାନ ଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ କ’ଣ ଘଟିଥିଲା। ଚିନ୍ମୟୀ ନିଜେ ପାୱାର ଚ୍ୟାନେଲକୁ ନିଜ ଇଚ୍ଛାରେ ଡେଇଁଥିଲେ ନା ଅଚେତ ଅବସ୍ଥାରେ କିଏ ପାଣିକୁ ଫିଙ୍ଗି ଦେଇଥିଲା ତାହା ସନ୍ଦେହ ଘେରକୁ ଆସିଛି। ପୋଲିସ ଅଦ୍ୟାବଧି ଘଟଣାରୁ ପରଦା ଉଠାଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ, ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୭।୫: କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭଗୀରଥ ସାଇକୁ ତେଲେଙ୍ଗାନା ପୋଲିସ ଶନିବାର ଗିରଫ କରିଛି। ତେବେ କେନ୍ଦ୍ରମନ୍ତ୍ରୀ ପୁଅକୁ ସରେଣ୍ଡର କରାଇଥିବାର ଦାବି…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌: ପୁଣେରୁ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ,୧୭ା୫(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ପୁଣେରୁ ଜଣେ ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ଉକ୍ତ ଅଧ୍ୟାପିକା ମେ’…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

ଆଜି ଓଡ଼ିଶା ଗସ୍ତରେ ନୀତିନ୍‌ ନବୀନ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିନ୍‌ ନବୀନ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri