ପାଣିକୋଇଲିରେ ଡବଲ ମର୍ଡର

ଯାଜପୁର ଅଫିସ/ ପାଣିକୋଇଲି(ଡି.ଏନ.ଏ.),୪।୯: ଯାଜପୁର ଜିଲା ପାଣିକୋଇଲ ଅଞ୍ଚଳରେ ଘଟିଛି ଡବଲ ମର୍ଡର। ଶୁକ୍ରବାର ସକାଳେ ୧୬ ନମ୍ବର ଜାତୀୟ ରାଜପଥର ସାନସୋତି ଗ୍ରାମ ନିକଟ ଏକ ନିମର୍ର୍ାଣାଧୀନ ପୋଲ ଉପରୁ ୨ ମୃତଦେହ ମିଳିଛି। ମୃତକ ଦ୍ୱୟ ହେଲେ ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ବାବୁଲି ସାହୁଙ୍କ ପୁଅ ବିଜୟ (୨୨) ଓ ତାଙ୍କ ସାଙ୍ଗ ସେହି ଗ୍ରାମର ନୀଳମଣି ଦାସଙ୍କ ପୁଅ ମାନସ (୨୭) ବୋଲି ସୂଚନା ମିଳିଛି। ଉଭୟେ ଗୁରୁବାର ସନ୍ଧ୍ୟାରୁ ଘରୁ ଯାଇ ଆଉ ଫେରି ନ ଥିଲେ। ପାଣିକୋଇଲି ପୋଲିସ ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ଏହା ଏକ ପ୍ରେମଜନିତ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବିଜୟଙ୍କ ପରିବାରବର୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସର ତଦନ୍ତକୁ ସନ୍ଦେହ କରି ଅଞ୍ଚଳବାସୀ ନ୍ୟାୟ ଦାବିରେ ପାଣିକୋଇଲି ଥାନା ଘେରାଉ କରିବା ସହିତ ୨୦ ନମ୍ବର ଜାତୀୟ ରାଜପଥର ବେଣାପୁର ଗୋଲେଇଛକଠାରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ।
ସୂଚନା ଅନୁଯାୟୀ ଦୁଇ ଯୁବକଙ୍କ ମୃତଦେହ ପୋଲ ଉପରେ ଏବଂ ଏକ ହିରୋ ବାଇକ (ଓଡି୦୪ ସି ୮୩୦୮) ପୋଲ ତଳେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ବାଇକ ନିକଟରୁ ଏକ ପଲିଥିନରେ ଟିଫିନ ବକ୍ସ ସହିତ ମୋବାଇଲ ଚାର୍ଜର ଓ କିଛି ସିନ୍ଦୂର ପ୍ୟାକେଟକୁ ମଧ୍ୟ ପୋଲିସ ଜବତ କରିଛି। ପରିବାର ଲୋକଙ୍କ କହିବାନୁଯାୟୀ ବିଜୟ ଜଣେ ୱେଲ୍‌ଡିଂ ମେକାନିକ ହୋଇଥିବା ବେଳେ ଜଣେ ଯୁବତୀଙ୍କ ସହିତ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା। ବିଜୟ ଗୁରୁବାର ସନ୍ଧ୍ୟାରେ କାମ ଅଛି ବୋଲି କହି ଘରୁ ବାହାରି ଆସିଥିଲେ। ପରେ ବିଜୟ ଓ ତାଙ୍କ ସାଙ୍ଗ ମାନସଙ୍କ ମୃତଦେହ ଶୁକ୍ରବାର ସକାଳୁ ପାଣିକୋଇଲିରୁ ମିଳିଥିଲା। ଝିଅଘର ଲୋକେ ଉଭୟଙ୍କୁ ହତ୍ୟା କରିଛନ୍ତି ବୋଲି ବିଜୟଙ୍କ ଦାଦା ଅଭିଯୋଗ କରିଛନ୍ତି। ତେବେ ପୋଲିସ ସନ୍ଧାନୀ କୁକୁର କିମ୍ବା ସାଇଣ୍ଟିଫିକ ଟିମ୍‌ର ସହାୟତା ନ ନେଇ ତୁରନ୍ତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଦେବା ସନ୍ଦେହ ସୃଷ୍ଟି କରୁଛି। ଏହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଏଥିଯୋଗୁ ଉଭୟପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ବ୍ୟାସନଗର ତହସିଲଦାର ଓ କୋରେଇ ଥାନାଧିକାରୀଙ୍କ ସମେତ ପୋଲିସ ସଦଳବଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଘଟଣାସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚି ଏତଲା ଗ୍ରହଣ କରିବା ସହ ଉଭୟ ପରିବାରଙ୍କୁ ଶବ ସତ୍କାର ପାଇଁ ୧୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଥିଲେ। ଘଟଣାର ତଦନ୍ତ ଠିକ ଭାବେ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri