Posted inଖେଳ

ଡୋପିଂ: ବାସ୍କେଟ୍‌ବଲ ଖେଳାଳି ସତ୍‌ନାମ ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୨୫।୧୨(ପି.ଟି.): ୨୦୧୫ରେ ପ୍ରଥମ ଭାରତୀୟ ବାସ୍କେଟବଲ୍‌ ଖେଳାଳି ଭାବେ ଏନ୍‌ବିଏ ଟିମ୍‌ରେ ସାମିଲ ହୋଇଥିବା ସତ୍‌ନାମ ସିଂ ଭମରା ଖେଳରୁ ୨ ବର୍ଷ ବାସନ୍ଦ ହୋଇଛନ୍ତି। ଗତବର୍ଷ ଏକ ଡୋପ୍‌ ଟେଷ୍ଟରେ ବିଫଳ ହେବା କାରଣରୁ ତାଙ୍କୁ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ବାସନ୍ଦ କରିଛି। ୨୫ ବର୍ଷୀୟ ସତ୍‌ନାମଙ୍କୁ ଗତବର୍ଷ ନଭେମ୍ବରରେ ସାମୟିକ ଭାବେ ବାସନ୍ଦ କରାଯାଇଥିଲା। ସାଉଥ୍‌ ଏସିଆନ ଗେମ୍ସ ପ୍ରସ୍ତୁତି ଶିବିରରେ ନାଡା ଦ୍ୱାରା ଆୟୋଜିତ ଏକ ଆଉଟ୍‌ ଅଫ୍‌ କମ୍ପିଟିଶନ ଟେଷ୍ଟରେ ସେ ଫେଲ୍‌ ମାରିଥିଲେ। ତେବେ ସେ ଏହାକୁ ଦ୍ୱନ୍ଦ୍ୱକୁ ଟାଣି ନେଇଛନ୍ତି। ସେ ଏ ନେଇ ନିଶା ନିବାରଣର ଶୃଙ୍ଖଳାଗତ କମିଟି ଦ୍ୱାରା ଏକ ଶୁଣାଣି କରିବାକୁ ନାଡାକୁ ଅନୁରୋଧ କରିଛନ୍ତି।
ଏବେ ସତ୍‌ନାମଙ୍କ ବାସନ୍ଦ ଅବଧି ଆସନ୍ତାବର୍ଷ ନଭେମ୍ବର ୧୯ ତାରିଖରେ ଶେଷ ହେବ। ତାଙ୍କ ବାସନ୍ଦ ଅବଧି ୨୦୧୯ରେ ସମାନ ଦିବସରେ ଆରମ୍ଭ ହୋଇଛି। ହାଇଜେନାମିନ୍‌ ପାଇଁ ସେ ଟେଷ୍ଟରେ ବିଫଳ ହୋଇଛନ୍ତି ବୋଲି ନାଡା ତରଫରୁ କୁହାଯାଇଛି। ୨୦୧୭ରେ ଏହି ପଦାର୍ଥକୁ ନିଷିଦ୍ଧ ତାଲିକାରେ ସାମିଲ କରାଯାଇଥିଲା। ଉଲ୍ଲେଖଥାଉ କି, ୫ ବର୍ଷ ତଳେ ସତ୍‌ନାମଙ୍କୁ ଏନ୍‌ବିଏ ଡ୍ରାଫ୍ଟରେ ଡଲାସ୍‌ ମାଭେରିକ୍ସ ସାମିଲ କରିଥିଲା ଓ ଏଥି ସହିତ ସେ ଇତିହାସ ସୃଷ୍ଟି କରିଥିଲେ। ଗୋଟିଏ ବର୍ଷ ପରେ ସେ ଭାରତକୁ ଫେରିଥିଲେ। କାନାଡ଼ାର ନ୍ୟାଶନାଲ ବାସ୍କେଟବଲ ଲିଗ୍‌ରେ ଖେଳିବାକୁ ସେଣ୍ଟ ଜନ୍ସ ଏଜ୍‌ ସହିତ ଚୁକ୍ତି କରି ପୁଣି ଥରେ ଇତିହାସ ସୃଷ୍ଟି କରିଥିଲେ। ସେ ମଧ୍ୟ ଭାରତ ପାଇଁ ଏସିଆନ୍‌ ଚାମ୍ପିୟନଶିପ୍‌ , ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୨୦୧୯ ବିଶ୍ୱକପ୍‌ କ୍ୱାଲିଫାୟର୍ସ ଭଳି ମେଜର ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ଛାଡ଼ିଲେ କୋହଲିଙ୍କ ଜୁନିୟର

ମୁମ୍ବାଇ,୧୩।୮: ବିରାଟ କୋହଲିଙ୍କ ପରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ହାତେଇଥିଲା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ଆଶା କରାଯାଉଥିଲା କୋହଲିଙ୍କ ଭଳି କ୍ରିକେଟ...

ପ୍ରଥମ ଟେଷ୍ଟ: ମାଥ୍ୟୁସ୍‌ଙ୍କ ପ୍ରଥମ ଦ୍ୱିଶତକ

ହରାରେ,୨୩।୧- ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସ କ୍ୟାରିୟରର ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି। ମାଥ୍ୟୁସଙ୍କ ଦ୍ୱିଶତକୀୟ ପାଳି ବଳରେ ଶ୍ରୀଲଙ୍କା ଏଠାରେ ଚାଲିଥିବା...

ରଣ୍‌ଜୀ କ୍ୱାର୍ଟର ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର,୧୫।୨- ଗୋଟେ ବର୍ଷର ବ୍ୟବଧାନ ପରେ ଓଡ଼ିଶା କ୍ରିକେଟ ଦଳ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଝାଡ଼ଖଣ୍ଡ...

ଜୋକୋଭିଚ୍‌ଙ୍କ ପାଇଁ କ୍ଷମା ମାଗିଲା ସ୍ପାନିଶ କ୍ଲବ

ମାଡ୍ରିଡ୍‌, ୭ା୫ (ଏପି)- କରୋନା ଭାଇରସ୍‌ ପାଇଁ ଚାଲିଥିବା ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ କରି ବିଶ୍ୱର ନମ୍ବର ଓ୍ବାନ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଚର୍ଚ୍ଚାରେ...

୨୦୨୦ ଅଲିମ୍ପିକ୍ସରୁ ୩ ଅଷ୍ଟ୍ରେଲୀୟ ଫୁଟବଲର ବାଦ୍‌ ପଡିଲେ

ସିଡ୍‌ନୀ, ୨୦।୧୧(ଏଏଫ୍‌ପି)- ଅଷ୍ଟ୍ରେଲିଆର ୩ଜଣ ୨୩ ବର୍ଷରୁ କମ୍‌ ଫୁଟବଲର ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ବାଦ୍‌ ପଡିଛନ୍ତି। କାମ୍ବୋଡିଆରେ ଜଣେ ମହିଳା...

ପଦାର୍ପଣ ପାଇଁ ସଚିନ ପ୍ରସ୍ତୁତ

ମୁମ୍ବାଇ, ୩୦।୫(ପି.ଟି.)- ଗୁରୁବାରଠାରୁ ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ।...

ଆଇପିଏଲ୍‌ ପୂର୍ବରୁ ନୂଆ ଲୁକ୍‌ରେ ଦେଖାଗଲେ କୋହଲି

ନୂଆଦିଲ୍ଲୀ, ୧୫।୮: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଲକ୍‌ ଡାଉନ୍‌ କାରଣରୁ ଗତ କିଛିଦିନ ହେବ ଘରେ ସମୟ ଅତିବାହିତ କରୁଛନ୍ତି। କିନ୍ତୁ...

ଚେସ୍‌ ଏକାଡେମୀ ପ୍ରତିଷ୍ଠା କରିବେ ଆନନ୍ଦ

ଚେନ୍ନାଇ, ୧୧ା୧୨ (ପି.ଟି.)- ଭାରତର କିମ୍ବଦନ୍ତୀ ଚେସ୍‌ ଖେଳାଳି ବିଶ୍ୱନାଥନ ଆନନ୍ଦ ଏକ ଏକାଡେମୀ ପ୍ରତିଷ୍ଠା କରିବେ। ଏଥିଲାଗି ସେ ଓ୍ବେଷ୍ଟବ୍ରିଜ୍‌ କ୍ୟାପିଟାଲ୍ସ ସହ ହାତ...

Advertisement
Archives

Model This Week