Posted inଖେଳ

ଡୋପିଂ: ବାସ୍କେଟ୍‌ବଲ ଖେଳାଳି ସତ୍‌ନାମ ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୨୫।୧୨(ପି.ଟି.): ୨୦୧୫ରେ ପ୍ରଥମ ଭାରତୀୟ ବାସ୍କେଟବଲ୍‌ ଖେଳାଳି ଭାବେ ଏନ୍‌ବିଏ ଟିମ୍‌ରେ ସାମିଲ ହୋଇଥିବା ସତ୍‌ନାମ ସିଂ ଭମରା ଖେଳରୁ ୨ ବର୍ଷ ବାସନ୍ଦ ହୋଇଛନ୍ତି। ଗତବର୍ଷ ଏକ ଡୋପ୍‌ ଟେଷ୍ଟରେ ବିଫଳ ହେବା କାରଣରୁ ତାଙ୍କୁ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ବାସନ୍ଦ କରିଛି। ୨୫ ବର୍ଷୀୟ ସତ୍‌ନାମଙ୍କୁ ଗତବର୍ଷ ନଭେମ୍ବରରେ ସାମୟିକ ଭାବେ ବାସନ୍ଦ କରାଯାଇଥିଲା। ସାଉଥ୍‌ ଏସିଆନ ଗେମ୍ସ ପ୍ରସ୍ତୁତି ଶିବିରରେ ନାଡା ଦ୍ୱାରା ଆୟୋଜିତ ଏକ ଆଉଟ୍‌ ଅଫ୍‌ କମ୍ପିଟିଶନ ଟେଷ୍ଟରେ ସେ ଫେଲ୍‌ ମାରିଥିଲେ। ତେବେ ସେ ଏହାକୁ ଦ୍ୱନ୍ଦ୍ୱକୁ ଟାଣି ନେଇଛନ୍ତି। ସେ ଏ ନେଇ ନିଶା ନିବାରଣର ଶୃଙ୍ଖଳାଗତ କମିଟି ଦ୍ୱାରା ଏକ ଶୁଣାଣି କରିବାକୁ ନାଡାକୁ ଅନୁରୋଧ କରିଛନ୍ତି।
ଏବେ ସତ୍‌ନାମଙ୍କ ବାସନ୍ଦ ଅବଧି ଆସନ୍ତାବର୍ଷ ନଭେମ୍ବର ୧୯ ତାରିଖରେ ଶେଷ ହେବ। ତାଙ୍କ ବାସନ୍ଦ ଅବଧି ୨୦୧୯ରେ ସମାନ ଦିବସରେ ଆରମ୍ଭ ହୋଇଛି। ହାଇଜେନାମିନ୍‌ ପାଇଁ ସେ ଟେଷ୍ଟରେ ବିଫଳ ହୋଇଛନ୍ତି ବୋଲି ନାଡା ତରଫରୁ କୁହାଯାଇଛି। ୨୦୧୭ରେ ଏହି ପଦାର୍ଥକୁ ନିଷିଦ୍ଧ ତାଲିକାରେ ସାମିଲ କରାଯାଇଥିଲା। ଉଲ୍ଲେଖଥାଉ କି, ୫ ବର୍ଷ ତଳେ ସତ୍‌ନାମଙ୍କୁ ଏନ୍‌ବିଏ ଡ୍ରାଫ୍ଟରେ ଡଲାସ୍‌ ମାଭେରିକ୍ସ ସାମିଲ କରିଥିଲା ଓ ଏଥି ସହିତ ସେ ଇତିହାସ ସୃଷ୍ଟି କରିଥିଲେ। ଗୋଟିଏ ବର୍ଷ ପରେ ସେ ଭାରତକୁ ଫେରିଥିଲେ। କାନାଡ଼ାର ନ୍ୟାଶନାଲ ବାସ୍କେଟବଲ ଲିଗ୍‌ରେ ଖେଳିବାକୁ ସେଣ୍ଟ ଜନ୍ସ ଏଜ୍‌ ସହିତ ଚୁକ୍ତି କରି ପୁଣି ଥରେ ଇତିହାସ ସୃଷ୍ଟି କରିଥିଲେ। ସେ ମଧ୍ୟ ଭାରତ ପାଇଁ ଏସିଆନ୍‌ ଚାମ୍ପିୟନଶିପ୍‌ , ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୨୦୧୯ ବିଶ୍ୱକପ୍‌ କ୍ୱାଲିଫାୟର୍ସ ଭଳି ମେଜର ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri