ଅଟକିବନି ବିକାଶ କାର୍ଯ୍ୟ

ପୁରୀ ଅଫିସ,୯।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୁରୀ ଗସ୍ତ କରି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। କରୋନା ମହାମାରୀ ସମୟରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଦର୍ଶନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ଦର୍ଶନ ସାରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଐତିହ୍ୟ ପାଇଁ ଜାରି ହୋଇଥିବା ପ୍ରସ୍ତାବିତ ଉପନିୟମ ଚିଠା ସମ୍ପର୍କରେ ମନ୍ତବ୍ୟ ରଖି କହିଛନ୍ତି ଯେ, ଶ୍ରୀମନ୍ଦିର ଉନ୍ନୟନମୂଳକ କାର୍ଯ୍ୟକୁ କେହି ରୋକିପାରିବେ ନାହିଁ। ଏହା ଜାରି ରହିବ। ତେବେ ପ୍ରସ୍ତାବିତ ଉପନିୟମ ଚିଠାକୁ ତୁରନ୍ତ ପ୍ରତ୍ୟାହାର କରାଯିବାର ଆବଶ୍ୟକତା ରହିଛି। ପୁରୀ ଶ୍ରୀମନ୍ଦିର ଉନ୍ନୟନମୂଳକ କାର୍ଯ୍ୟରେ ସହାୟକ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ସୋମବାର ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ସହ ହେଲିକପ୍ଟର ଯୋଗେ ତାଳବଣିଆଠାରେ ପହଞ୍ଚିଥିଲେ। ସେଠାରେ ଜିଲାପାଳ ସମର୍ଥ ବର୍ମା ଓ ଏସପି କନ୍‌ୱର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୧ଟା ବେଳେ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ଭିତରୁ ଦର୍ଶନ ସାରି ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ଉପସ୍ଥିତ ଲୋକେ ସ୍ବାଗତ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାଶ ଓ ଉପ ଜିଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରରେ ପହଞ୍ଚିବା ପୂର୍ବରୁ ସାଧାରଣ ଦର୍ଶନକୁ ବନ୍ଦ କରି ଦିଆଯାଇଥିଲା। ଫଳରେ ସାଧାରଣ ଲୋକେ ଅନେକ ସମୟ ଧରି ଧାଡ଼ିରେ ଠିଆ ହୋଇ ରହିଥିଲେ। ମୁଖ୍ୟମନ୍ତ୍ରୀ ଦର୍ଶନ ସାରି ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ି ଯାଇଥିବା ହେତୁ ଦର୍ଶନ ପାଇଁ ଠେଲାପେଲା ଦେଖିବାକୁ ମିଳିଥିଲା। କିଛି ସମୟ ପର୍ଯ୍ୟନ୍ତ ବ୍ୟାରିକେଡ୍‌ ଖୋଲି ଲୋକେ ମନଇଚ୍ଛା ଶ୍ରୀମନ୍ଦିର ସାମ୍ନା ମୁଖ୍ୟ ବ୍ୟାରିକେଡ୍‌ ପର୍ଯ୍ୟନ୍ତ ଯାଇଥିଲେ। ଘଟଣା ସ୍ଥଳରେ ପୋଲିସ ଶ୍ରଦ୍ଧାଳୁଙ୍କୁ କାବୁ କରିବାରେ ଅସମର୍ଥ ହେବା ପରେ କିଛି ସମୟ ଧରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏବେବି ରାଜଧାନୀ ରାସ୍ତାରେ ଗୋରୁ

ଭୁବନେଶ୍ୱର, ୨୪।୧ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାରେ ଗୋରୁମାନେ ଅବାଧରେ ବିଚରଣ କରୁଛନ୍ତି। ରାସ୍ତାରେ ମଳତ୍ୟାଗ କରିବା ସହ ଅଳିଆ ଆବର୍ଜନାରୁ...

ଦର ବୃଦ୍ଧି ସ୍ବୀକାର କଲେ ମନ୍ତ୍ରୀ

ଭୁବନେଶ୍ୱର, ୩୦।୩(ବ୍ୟୁରୋ): କରୋନା (କୋଭିନ୍‌-୧୯) ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶକୁ ୨୧ ଦିନ ଲକ୍‌ଡାଉନ୍‌ କରାଯାଇଛି।...

ଫି’ ଛାଡ଼ ମାମଲା: ଘରୋଇ ସ୍କୁଲ ଉପରେ କର୍ତ୍ତୃତ୍ୱ ନାହିଁ

ଘରୋଇ ସ୍କୁଲ ଫି’ ସମସ୍ୟା ଦୂର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୮ରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ସେହି କମିଟିରେ...

ପୌର ନିର୍ବାଚନ ପ୍ରସ୍ତୁତି: ମାଷ୍ଟର ଟ୍ରେନରଙ୍କୁ ମିଳିଲା ଇଭିଏମ ଟ୍ରେନିଂ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆଗକୁ ପୌର ନିର୍ବାଚନ । ଏଥିପାଇଁ ନିର୍ବାଚନ କମିଶନ ପ୍ରସ୍ତୁତିକୁ ଜୋରଦାର ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ପାଇଁ ଇଭିଏମ ପ୍ରଶିକ୍ଷଣ ଶିବିର ଆରମ୍ଭ...

ପ୍ରଶାସନ ପାଣ୍ଠି ଦେଲେ ସମାଧାନ

ଅନୁଗୋଳ ଅଫିସ, ୨୦।୧୦ ଅନୁଗୋଳ ସହରରେ ବୁଲା ଗୋରୁଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସକାଳୁ ରାତିଯାଏ ଏମାନେ ବିଭିନ୍ନ ରାସ୍ତାକୁ କବ୍‌ଜା...

ସତ୍ୟପାଠ ଦାଖଲ କରିବେ ପଞ୍ଚାୟତ ପ୍ରାର୍ଥୀ, ସାର୍ବଜନୀନ ହେବ…

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପ୍ରଥମ ଥର ଲାଗି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଦାଖଲ କରିବେ। ଏଥିସହ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠ ସାର୍ବଜନୀନ ମଧ୍ୟ କରାଯିବ। ଏନେଇ...

ଗଞ୍ଜାମରେ ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି

ଭୁବନେଶ୍ୱର ୧୪।୮(ବ୍ୟୁରୋ): ଗଞ୍ଜାମର ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି। ନିକଟରେ ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭିଲାନ୍ସରୁ ଏହା ଜଣାପଡ଼ିଛି।...

ସବ୍ୟସାଚୀ ମିଶ୍ରଙ୍କୁ ଧମକ

ଭୁବନେଶ୍ୱର, ୬।୮(ବ୍ୟୁରୋ): ଓଡ଼ିଆ ସିନେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ ମିଳିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ତାଙ୍କୁ ଏହି ଧମକ ମିଳିଥିବା ସେ...

Advertisement
Archives

Model This Week