ହାରିବାନି ହରାଇବା

କୌଣସି ଶାରୀରିକ ସମସ୍ୟାକୁ ନ ଡ଼ରି ଏହା ବିରୋଧରେ ଲଢ଼େଇ କରିବା ଆବଶ୍ୟକ। ବିଶ୍ୱସ୍ତରରେ ଏଡସ୍‌ର ମୁକାବିଲା ଲାଗି ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଡିସେମ୍ବର ୧ରେ ବିଶ୍ୱ ଏଡସ୍‌ ଦିବସ ପାଳିତ ହୋଇଥାଏ। ଏହି ଦୂରରୋଗ୍ୟ ବ୍ୟାଧିରୁ ଦୂରେଇ ରହିବା ନେଇ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ। ୩୩ ବର୍ଷ ତଳେ ୧୯୮୮ରେ ଏହି ଦିବସ ପାଳନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ପୂର୍ବରୁ ୧୯୮୭ ଅଗଷ୍ଟରେ ବିଶ୍ୱ ଏଡସ ଦିବସ ପାଳନ ପାଇଁ ସ୍ବିଜରଲାଣ୍ଡର ଜେନେଭା ଠାରେ ଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନରେ ଏଡସ୍‌ ଉପରେ ଗ୍ଲୋବାଲ ପ୍ରୋଗ୍ରାମ ପାଇଁ କାର୍ଯ୍ୟକରୁଥିବା ଦୁଇଜଣ ଜନ ସୂଚନା ଅଧିକାରୀ ଜେମ୍ସ ଡବ୍ଲୁ ବୁନ ଏବଂ ଥୋମାସ ନେଟରଙ୍କ ଦ୍ୱାରା ପ୍ରସ୍ତାବ ଆଗତ କରାଯାଇଥିଲା। ସେମାନେ ଏଡସ୍‌ ଗ୍ଲୋବାଲ ପ୍ରୋଗ୍ରାମର ନିର୍ଦ୍ଦେଶକ ଜୋନାଥନ ମାନଙ୍କୁ ଏନେଇ ସୂଚନା ପ୍ରଦାନ କରିଥିଲେ। ପରେ ଏହି ଦିବସ ପାଳନକୁ ଅନୁମୋଦନ ମିଳିଥିଲା।

ଆକ୍ୱାର୍ଡ ଇମ୍ୟୁନୋଡେଫେସିସିଏନ୍ସି ସିଣ୍ଡ୍ରୋମ (ଏଡସ୍‌) ଇମ୍ୟୁନୋଡେଫେସିସିଏନ୍ସି ଭୁତାଣୁ(ଏଚ୍‌ଆଇଭି) ଦ୍ୱାରା ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଏଚଆଇଭି ମଣିଷର ପ୍ରତିରକ୍ଷା ପ୍ରଣାଳୀ ଉପରେ ଆକ୍ରମଣ କରି ଅନ୍ୟ ରୋଗର ପ୍ରତିରୋଧକୁ ହ୍ରାସ କରିଥାଏ। ଏଡସ୍‌ ରୋକିବା ଏବଂ ଏହାର ନିୟନ୍ତ୍ରଣ ସମ୍ପର୍କିତ ଶିକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି। ଏହି ଦିବସ ପାଳନ ଅବସରରେ ଲୋକଙ୍କ ମଧ୍ୟରେ ହାରିବାନି ହରାଇବା ଭାନା ଜାଗ୍ରତ କରିବା ସୃଷ୍ଟି କରିବା ଲାଗି ପ୍ରୟାସ କରାଯାଇଥାଏ।

୨୦୧୭ ସୁଦ୍ଧା, ଏଡସ୍‌ ଯୋଗୁ ବିଶ୍ୱସ୍ତରରେ ୪୧.୫ ନିୟୁତ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଆନୁମାନିକ ୩୬.୭ ନିୟୁତ ଲୋକ ଏଚଆଇଭିରେ ସଂକ୍ରମିତ ଅଛନ୍ତି। ବିଶ୍ୱର ଅନେକ ଅଞ୍ଚଳରେ ଆଣ୍ଟିଟେରୋଭାଇରାଲ ଚିକିତ୍ସା ଯୋଗୁ ୨୦୦୫ଠାରୁ ଏଡସ୍‌ ମୃତ୍ୟୁ ହାର କମିବାରେ ଲାଗିଛି। ଏହି ଦିବସ ପାଳନ ଅବସରରେ ରେଡ୍‌ ରିବନର ଆଇକନିକ ପ୍ରଦର୍ଶନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୁପ୍‌ଚୁପ୍‌ରେ ମୁଦି ରଖି ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ; ଆଉ ତା’ ପରେ..

ନୂଆଦିଲ୍ଲୀ: ସାଥୀଙ୍କୁ ନିଜର ମନ କଥା କହିବା ଏବଂ ପରେ ବିବାହ ପାଇଁ ପ୍ରପୋଜ କରିବାର ଭିନ୍ନ ଭିନ୍ନ ଉପାୟ ଆପଣ ଦେଖିଥାଇପାରନ୍ତି। କିଏ ଫୁଲତୋଡ଼ା...

ସ୍ମାର୍ଟଫୋନ୍‌ ଆଣିପାରେ ବିପଦ

ଏବେ ହାଇଟେକ୍‌ ଯୁଗ। ସ୍ମାର୍ଟଫୋନ୍‌ ବା ମୋବାଇଲର ବ୍ୟବହାର ସହ ପ୍ରାୟ ସମସ୍ତେ ଜଡ଼ିତ। ଦିନରାତି ଫୋନ୍‌ ସହ ଯୋଡ଼ିହୋଇ ରହିବାର ଅଭ୍ୟାସ ମଧ୍ୟ ଅନେକଙ୍କର...

ଦୀପାବଳି : ଘରର ସୁଖ ସମୃଦ୍ଧି ଲାଗି ଏସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ

ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଘରର ସୁଖ ସମୃଦ୍ଧି ଲାଗି ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଏହି ଦିନରେ ମହାକାଳୀଙ୍କ ପୂଜା...

ପାଣିରେ ଚାଲିବ ଗାଡି: ମାଇଲେଜ୍‌ ଦେବ ୩୦ କି.ମି.

ହାଇଦ୍ରାବାଦ,୪।୧୨: ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ୁଥିବା ବେଳେ ଗ୍ଲୋବାଲ ଓ୍ବାର୍ମିଂ ମଧ୍ୟ ବଢ଼ି ବଢ଼ି ଚାଲିଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହାଇଦ୍ରାବାଦର...

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ…

ପ୍ରତିଦିନ ସକାଳେ ଅଧା କପ୍‌ ବିଟ୍‌ ରସ ପିଇଲେ ଅନେକ ଉପକାର ମିଳିଥାଏ। ବିଟ୍‌ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ...

ଖାଲିପେଟରେ କ’ଣ ଖାଇବେନି

ସକାଳ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଜରୁରୀ। ସକାଳେ ଆମେ ଯାହା ବି ଖାଉ, ଶରୀର ଉପରେ ତା’ର ସବୁଠୁ ଅଧିକ ପ୍ରଭାବ ପଡିଥାଏ। ତେଣୁ...

ଯେଉଁ ବ୍ୟାଙ୍କରେ କେବେ ତାଲା ପଡେ ନାହିଁ

ଦେଶର ପ୍ରାୟ ସବୁ ବ୍ୟାଙ୍କରେ ସିକ୍ୟୁରିଟି ବ୍ୟବସ୍ଥାକୁ କଡାକଡି କରାଯାଇଥାଏ। କାରଣ ଏଠି ପ୍ରତିଦିନ କାରବାର ହୋଇଥାଏ ମୋଟା ଅଙ୍କର ଅର୍ଥ। ହେଲେ ମହାରାଷ୍ଟ୍ରର ମହମ୍ମଦନଗର...

ଜାଣନ୍ତି କି ପ୍ରଥମେ ଗୁପ୍‌ଚୁପ୍‌ କିଏ କାହାକୁ କରି ଖାଇବାକୁ ଦେଇଥିଲେ

ଭାରତରେ କିଛି ଲୋକ ଗୁପ୍‌ଚୁପ୍‌ ଖାଇବାକୁ ପସନ୍ଦ କରିଥାନ୍ତି। ଉତ୍ତର ଭାରତରୁ ଆରମ୍ଭ କରି ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଗୁପ୍‌ଚୁପ୍‌ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ...

Advertisement
Archives

Model This Week