ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର, ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତନ୍ତ୍ରୀ କହିଥିଲେ ଯେ, ବିଭିନ୍ନ ବିପର୍ଯ୍ୟୟ ଯୋଗୁ ଜନସାଧାରଣଙ୍କ ଉପରକୁ ଆସୁଥିବା ବିପଦକୁ କମ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଏବଂ ପୁନର୍ଗଠନ ପାଇଁ ବିଭିନ୍ନ ପଦକ୍ଷେପ ସହିତ ଦୀର୍ଘକାଳିନ ମୁକାବିଲା କାର୍ଯ୍ୟକ୍ରମ ହେଉଛି ଆମର ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି।
ଗୋଷ୍ଠୀଭିତ୍ତିକ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ସଂସ୍ଥାଗତ ଢାଞ୍ଚା ପ୍ରଦାନ କରିବାରେ ଓଡିଶା ସର୍ବାଗ୍ରେ ରହିଛି। ଗୋଷ୍ଠୀଭିତ୍ତିକ ପରିଚାଳନାରେ ଆମର ଅଭିଜ୍ଞତା କୋଭିଡ ପରିଚାଳନାରେ ମଧ୍ୟ ବହୁ ପରିମାଣରେ ଉପାଦେୟ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ୩ ମାସ ଧରି କୋଭିଡ୍‌-୧୯ ମହାମାରୀ ରାଜ୍ୟର ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ରାଜ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଆଜି ଭଲ ସ୍ଥିତିରେ ରହିଛି। ଏହି ଅବସରରେ କୋଭିଡ ମୁକାବିଲାରେ ଜନସାଧାରଣଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ଆହୁରି ମଧ୍ୟ ସେ କହିଥିଲେ ଯେ, ଆମ ରାଜ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଆମେ ଅନେକ ବିପଦର ସମ୍ମୁଖୀନ ହେଉଥିଲେ ମଧ୍ୟ ଆମେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ। ଗତ ବର୍ଷ ଓଡ଼ିଶା ‘ଫନୀ’ ‘ବୁଲବୁଲ’ ଭଳି ବାତ୍ୟା ସହିତ ବନ୍ୟା, ବର୍ଷା ଏବଂ ଅନେକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଉତ୍ତର ଉପକୂଳ ଜିଲାଗୁଡିକ ମେ’ ମାସର ତୃତୀୟ ସପ୍ତାହରେ ମହାବାତ୍ୟା ‘ଅମ୍ଫନ’ ଦ୍ବାରା ପ୍ରଭାବିତ ହୋଇଥିଲା। ଓଡିଶାର ଜନସାଧାରଣଙ୍କ ସହଯୋଗରେ ଆମେ କେବଳ ଏହିସବୁ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସଫଳ ହୋଇଛୁ। ଏଥିସହ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ମଧ୍ୟ ତା’ର ବିପଦ ସମୟରେ ସହାୟତା ଯୋଗାଇ ଦେଇପାରିଛୁ ବୋଲି ସେ କହିଥିଲେ।
ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ୍‌ ସମୟରେ ଆସିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଭଲ ବର୍ଷା ହେବାର ଆଶା ରହିଛି। ଜୁନ୍‌ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ। ଏହିସବୁ ବିପର୍ଯ୍ୟୟ ପାଇଁ ଆମର ପ୍ରସ୍ତୁତିକୁ ନିରନ୍ତର ସମୀକ୍ଷା କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କୋଭିଡ ଠାରୁ ଆରମ୍ଭ କରି ଅମ୍ଫନ, ବୁଲବୁଲ, ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ ଦୁର୍ବିପାକ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଚୋରି, ମାମଲା ରୁଜୁକରି ପୋଲିସ ଚୁପ୍‌

ଖୁଣ୍ଟୁଣୀ,୩୧ା୮(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅଞ୍ଚଳରେ କିଛି ମାସ ହେବ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଅଭିଯୋଗକାରୀମାନେ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୋଲିସ...

ସ୍ତ୍ରୀ, ପିଲାଙ୍କୁ ଛାଡ଼ି କାଠଯୋଡ଼ିକୁ ଡେଇଁଲେ ଯୁବକ

କଟକ ଅଫିସ/ଫୁଲନଖରା, (ଡି.ଏନ.ଏ.)୯ା୧୦:  ବୁଧବାର ଅପରାହ୍ନରେ କାଠଯୋଡ଼ି ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ନିଆଳି ଥାନା ଅଧୀନ କରଞ୍ଜ ଗ୍ରାମର...

ବୋହୂ ହତ୍ୟା ମାମଲାରେ ଜେଲ ଗଲେ ସ୍ବାମୀ, ଶ୍ୱଶୁର 

ରୂପ୍‌ସା,୧୩।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ  ଅଧୀନ ଜହତା କୂଳ ଗ୍ରାମର ବିଜୟ ନାୟକଙ୍କ ସ୍ତ୍ରୀ ହରପ୍ରିୟା ନାୟକ(୨୨)ଙ୍କୁ ହତ୍ୟା ମାମଲାରେ...

ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଷୋଡ଼ଶ ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଯାଇଛି। କରୋନା କଟକଣା ମଧ୍ୟରେ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସ...

ପିଜି ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ଏଣିକି ପିଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୃଥକ୍‌ ଭାବେ ପ୍ରବେଶିକା ପରୀକ୍ଷା ବଦଳରେ ଏକକ ପ୍ରବେଶିକା ପରୀକ୍ଷା କରାଯିବ। ଏହି ପ୍ରବେଶିକା...

ନାଟକ ପାଇଁ ଶୁଭଦିନ ଆସୁଛି

ଭୁବନେଶ୍ୱର, ୨୭।୩ (ବ୍ୟୁରୋ): ଦିନ ଥିଲା ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ନାଟକ। ବ୍ୟସ୍ତବହୁଳ କର୍ମମୟ ଜୀବନରେ କ୍ଲାନ୍ତ ହୋଇପଡିଥିବା ମଣିଷଟିଏ ନାଟକ ଦେଖି ମନକୁ...

ଶ୍ରୀଜିଉଙ୍କ ଦର୍ଶନ କଲେ ରେଲୱେ ବୋର୍ଡ ଅଧ୍ୟକ୍ଷ

ପୁରୀ ଅଫିସ,୩୦।୫: ରେଲୱେ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀ ସୋମବାର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଦର୍ଶନ ସମୟରେ ଆରପିଏଫର ବରିଷ୍ଠ ଅଧିକାରୀ ଓ ଶ୍ରୀମନ୍ଦିର...

ଓପିଏସ୍‌ସିର ନୂଆ ପୋର୍ଟାଲ ଉଦ୍‌ଘାଟିତ: ଛାତ୍ରୀଛାତ୍ରଙ୍କୁ ମିଳିବ ସମସ୍ତ ତଥ୍ୟ

କଟକ ଅଫିସ,୫।୨: ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି)ର ନୂଆ କମ୍ପ୍ରେନସିଭ୍‌ ସିଲେକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ (ସିଏସ୍‌ଏମ୍‌ଏସ୍‌) ପୋର୍ଟାଲ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ପୋର୍ଟାଲରେ ଆଶାୟୀ...

Advertisement
Archives

Model This Week