ଖାଅନି ଆଣ୍ଟିବାୟୋଟିକ୍ସ

ଶୁଣିବାକୁ ମିଳେ ସମ୍ରାଟ ଆକବର କାଳେ ଥରେ ବୀରବଲ୍‌ଙ୍କୁ ପଚାରିଲେ, କୁହ ଭାରତରେ କେଉଁ ବୃତ୍ତିର ଅଧିକ ଲୋକ ଅଛନ୍ତି। ବୀରବଲ୍‌ ତତ୍‌କ୍ଷଣାତ୍‌ ଉତ୍ତର ଦେଲେ-ବୈଦ୍ୟଙ୍କ ସଂଖ୍ୟା ବେଶି। ଏହା ଶୁଣିବା ପରେ ଏହାର ପ୍ରମାଣ ଦେବାକୁ ଆକବର କହିବାରୁ ସେ ତାଙ୍କୁ ଶସ୍ୟକ୍ଷେତ୍ର ଆଡ଼କୁ ନେଇଯାଇଥିଲେ। ହିଡ଼ ଉପରେ ଚାଲୁଥିବା ବେଳେ ଆକବର ତଳେ ପଡ଼ିଯିବାରୁ ସେଠାରେ ଚାଷ କରୁଥିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ଜଡ଼ିତ କିଛି ବ୍ୟକ୍ତି ଆସି କହିଲେ, ସମ୍ରାଟ ଅମୁକ ଗଛର ରସ ଲଗାଇ ଦିଅନ୍ତୁ, ଆଉ କିଛି ସମୁକ ଗଛର ଚେରକୁ ଘୋରି ଲଗାଇବା ଲାଗି ପରାମର୍ଶ ଦେଇଥିଲେ। ଏହା ଦେଖି ଆକବରଙ୍କୁ ବୀରବଲ୍‌ କହିଲେ, ସମ୍ରାଟ ନିଶ୍ଚୟ ପ୍ରଶ୍ନର ଉତ୍ତର ପାଇଥିବେ। ସେତେବେଳର ସେହି ବୈଦ୍ୟମାନଙ୍କ ପେସାକୁ ଆଧୁନିକ ଭାରତରେ ଦୀର୍ଘକାଳ ପାଠପଢ଼ିବା ପରେ ଲୋକେ କହୁଛନ୍ତି ‘ଡାକ୍ତର’। ଏଠାରେ ଏହା କହିବାର ଅର୍ଥ ହେଲା ଭାରତରେ ଅଧିକାଂଶ ଲୋକ ଡାକ୍ତରଙ୍କ ଭଳି ଏଇ ଔଷଧ ଖାଇଲେ ରୋଗ ଭଲ ହୋଇଯିବ କିମ୍ବା ସେଇ ଔଷଧ ଖାଇଲେ ସବୁ ଠିକ୍‌ ହୋଇଯିବ ଭାବି ଔଷଧ ଦୋକାନରୁ ତାହାକୁ କିଣିଆଣି ଖାଇଥାଆନ୍ତି। ଓଭର ଦି କାଉଣ୍ଟର (ଓଟିସି) ବେପାର ଏଠି ବେଶି ଚାଲେ। କେତେକ ରୋଗୀ କ୍ୱାକ୍‌ଙ୍କ ଉପରେ ଭରସା କରୁଥିବା ବେଳେ ଔଷଧ ଦୋକାନରୁ ମଧ୍ୟ ପଚାରି ଔଷଧ କିଣି ନେଇ ଖାଇଥାଆନ୍ତି। ପୁଣି ଦେଖାଯାଉଛି ଦୋକାନରେ ଅଧିକ ଆଣ୍ଟିବାୟୋଟିକ୍ସ ବିକ୍ରି ହେଉଛି। କୋଭିଡ୍‌-୧୯ ପରେ କେବଳ ଡୋଲୋ ନୁହେଁ, ଆଣ୍ଟିବାୟୋଟିକ୍ସର ବହୁଳ ବ୍ୟବହାର ହୋଇଚାଲିଛି। ଏହାକୁ ରୋକିବା ଲାଗି ନିକଟରେ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ, ରୋଗୀଙ୍କୁ ଡାକ୍ତର ଆଣ୍ଟିବାୟୋଟିକ୍ସ ପ୍ରେସ୍‌କ୍ରାଇବ୍‌ କରିବା ବେଳେ ତାହାର କାରଣ ଦର୍ଶାଇବେ। ଏହା ପରେ ଓଡ଼ିଶା ସରକାରଙ୍କ ଡିରେକ୍ଟୋରେଟ୍‌ ଅଫ୍‌ ଡ୍ରଗ୍‌ କଣ୍ଟ୍ରୋଲ ଆଉ ପାଦେ ଆଗେଇ ଯାଇ ଔଷଧ ଦୋକାନୀମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, ବିନା ପ୍ରେସ୍‌କ୍ରିପ୍‌ଶନରେ କେହି ଆଣ୍ଟିବାୟୋଟିକ୍ସ ବିକ୍ରି କରିପାରିବେ ନାହିଁ।
ସାଧାରଣତଃ ବ୍ୟାକ୍ଟେରିଆଜନିତ ସଂକ୍ରମଣରେ ପୀଡ଼ିତ ରୋଗୀଙ୍କ ପାଇଁ ଆଣ୍ଟିବାୟୋଟିକ୍ସ ଖାଇବା ଲାଗି ଡାକ୍ତର ପରାମର୍ଶ ଦେଇଥାଆନ୍ତି। ସେଥିରେ ରୋଗୀଙ୍କୁ କେତେ ଥର, କେତେ ପରିମାଣର ଓ କେତେ ଦିନ ଖାଇବାକୁ ପଡ଼ିବ ତାହା କୁହାଯାଇଥାଏ। ହେଲେ ଅନେକ କ୍ଷେତ୍ରରେ ଦେଖାଯାଉଛି, ରୋଗୀ ଏହାର ସମ୍ପୂର୍ଣ୍ଣ ଡୋଜ୍‌ ନ ଖାଇ ସାମାନ୍ୟ ରୋଗ ଉପଶମ ହେବା ମାତ୍ରେ ତାହାକୁ ବନ୍ଦ କରିଦେଉଛନ୍ତି। ଏହା ଦ୍ୱାରା ପାଥୋଜେନ୍‌ (ବୀଜାଣୁ ବା ଭୂତାଣୁ, ଯାହାଦ୍ୱାରା ରୋଗ ସୃଷ୍ଟି ହୋଇଥାଏ)ର ଶକ୍ତି ହ୍ରାସ ପାଇବା ଅପେକ୍ଷା ବଢ଼ିଯାଉଛି। ଅନ୍ୟପକ୍ଷରେ ମଣିଷ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବା ବେଳେ ରୋଗକାରକ ଶକ୍ତି ଅଧିକ ବଳ ପାଇଯାଉଛି। ଏହା ଅନୁମାନ କରାଗଲାଣି ଯେ, ପୃଥିବୀରେ ଯେଉଁଭଳି ଭାବେ ରୋଗ ସୃଷ୍ଟି ହେଲାଣି ତାହାକୁ ପ୍ରତିରୋଧ କରିବା ଲାଗି ଅଳ୍ପମାତ୍ରାର ଆଣ୍ଟିବାୟୋଟିକ୍ସ ଥିବାରୁ ତାହା ଚାହିଦା ମେଣ୍ଟାଇବାରେ ଆଦୌ ସଫଳ ହେବ ନାହିଁ। ତେଣୁ ଆଣ୍ଟିବାୟୋଟିକ୍ସର ବହୁଳ ବ୍ୟବହାର ରୋଗୀର ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଚାଲିବା ଥୟ।
ଅନ୍ୟପକ୍ଷରେ ଜ୍ୱର, ଥଣ୍ଡା ଭଳି ଭୂତାଣୁଜନିତ ରୋଗର ଆୟୁଷ ଅଳ୍ପଦିନ ଥାଏ ବୋଲି ସମସ୍ତେ ଜାଣନ୍ତି। ସେଥିପାଇଁ କୁହାଯାଇଥାଏ ଭାଇରାଲ ହୋଇଛି ତିନି ଚାରିଦିନ ହେବା ପରେ ଛାଡ଼ିଯିବ। ଏହା ମଧ୍ୟ ଅନେକାଂଶରେ ସତ ହୋଇଥାଏ। ହେଲେ ବହୁ ରୋଗୀ ବ୍ୟସ୍ତ ହୋଇଯାଇ ଡାକ୍ତରଙ୍କୁ ଆଣ୍ଟିବାୟୋଟିକ୍ସ ପ୍ରେସ୍‌କ୍ରାଇବ୍‌ କରିବାକୁ କହିଥାଆନ୍ତି କିମ୍ବା ସିଧାସଳଖ ଦୋକାନକୁ ଯାଇ ତାହା କଣିଆଣିଥାଆନ୍ତି। ସ୍ଥଳବିଶେଷରେ ଔଷଧ ଦୋକାନୀ ମଧ୍ୟ ରୋଗୀକୁ ଆଣ୍ଟିବାୟୋଟିକ୍ସ ଖାଇବା ଲାଗି ପରାମର୍ଶ ଦେଇ ନିଜ ବେପାର ବଢ଼ାଇଥାଆନ୍ତି। ଏଥିସହିତ ଏଠାରେ ମନେପକାଇ ଦିଆଯାଇପାରେ ଯେ, କୋଭିଡ୍‌ ସମୟରେ ପ୍ରବଳ ମାତ୍ରାରେ ‘ଆଜିଥ୍ରୋମାଇସିନ୍‌’ ବିକ୍ରି ହୋଇଥିଲା। ସେତେବେଳେ ଡାକ୍ତର ଯାହାଙ୍କୁ ଏହା ଖାଇବା ଲାଗି ପରାମର୍ଶ ଦେଇଥିଲେ ସେହି ଲୋକ ଅନ୍ୟଜଣଙ୍କଠାରେ ସେଭଳି ଲକ୍ଷଣ ଦେଖିବା ପରେ ସେ ଚିକିତ୍ସକଙ୍କ ଭଳି ତାହା ଖାଇବାକୁ କହିଦେଉଥିଲେ। ଯଦିଓ କରୋନା ସମୟରେ ଏହାର ଅଧିକ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା, ତଥାପି ସାଧାରଣରେ ଅନେକ ଔଷଧକୁ ରୋଗୀ ବିନା ପ୍ରେସ୍‌କ୍ରିପଶନରେ ଖାଇ ଦେଇଥାଆନ୍ତିି। ଏହା ନିଶ୍ଚିତ ଭାବେ ରୋଗୀ ପାଇଁ କ୍ଷତିକାରକ।
ଉଭୟ କେନ୍ଦ୍ର ହୁଅନ୍ତୁ ବା ରାଜ୍ୟ ସରକାର ଆଣ୍ଟିବାୟୋଟିକ୍ସ ଅପବ୍ୟବହାର ରୋକିବା ଲାଗି ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ଯେଉଁ ଡାକ୍ତର ବା ଔଷଧ ଦୋକାନୀ ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବେ ସେମାନଙ୍କୁ ଦଣ୍ଡିତ କରାଯିବା ଦରକାର। ଏଥିସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଏ ଦିଗରେ ଏକ ଅଭିଯାନ ଚଳାଇବାର ଆବଶ୍ୟକତା ପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?