ଏମ୍‌ଏସ୍‌ଏମ୍‌ଇକୁ ୧.୮୭ ଲକ୍ଷ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ: ଦେଶର ଅଣୁ, କ୍ଷୁଦ୍ର ମଧ୍ୟମ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)କୁ ବ୍ୟାଙ୍କଗୁଡିକ ୧.୮୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। ଏହା ମଧ୍ୟରୁ ୨୭ ଲକ୍ଷ ୟୁନିଟକୁ ୧.୩୬ ଲକ୍ଷ କୋଟି ଟଙ୍କା ଋଣ ଯୋଗାଣ ହୋଇଥିବା ଜଣାପଡିଛି। କୋଭିଡ୍‌ ସମୟରେ ସରକାର ଘୋଷଣା କରିଥିବା ୩ ଲକ୍ଷ କୋଟି ଟଙ୍କାର ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି(ଇସିଏଲ୍‌ଜିଏସ୍‌)ରେ ଏହି ଋଣ ପ୍ରଦାନ କରାଯାଇଛି। କରୋନା ଭାଇରସ୍‌ ଦେଶର କ୍ଷୁଦ୍ର ଶିଳ୍ପକୁ କ୍ଷତିଗ୍ରସ୍ତ କରିଥିବାରୁ ପୁଞ୍ଜି ସହାୟତା ଯୋଗାଣ ଦ୍ୱାରା ଶିଳ୍ପଗୁଡିକର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ସରକାର ଏଭଳି ଏକ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ୧୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ୨୪ ଘରୋଇ କ୍ଷେତ୍ର ବ୍ୟାଙ୍କ ଏବଂ ୩୧ ଅଣ ବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନ ଏହି ଋଣ ଯୋଗାଇ ଦେଇଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୬୮,୮୧୪କୋଟି ଟଙ୍କାର ଋଣ ଯୋଗାଣ କରିଥିବା ବେଳେ ଘରୋଇ କ୍ଷେତ୍ର ବ୍ୟାଙ୍କ ୫୯,୭୪୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅଣବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନଗୁଡିକ ୨୨୨୭ କୋଟି ଟଙ୍କା ଯୋଗାଇ ଦେଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ସେହିଭଳି ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ୨% ସୁଧ ରିହାତି ଯୋଜନା ୨୦୨୧ ମାର୍ଚ୍ଚ ଯାଏ ଜାରି ରହିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri