Posted inଫୁରସତ

ଥାନାରେ ପହଞ୍ଚତ୍ଲା ୫ ବର୍ଷ ତଳର ଗଧ ଚୋରି ମାମଲା; ମନ୍ଦିରରେ ସ୍ଥିର ହେଲା ମାଲିକାନା

ଭିଲ୍‌ବାଡା, ୫।୭- ଜମି, ସମ୍ପତ୍ତିକୁ ନେଇ ଦୁଇ ପକ୍ଷ ଲୋକଙ୍କ ମଧ୍ୟରେ ବିବାଦ ହୋଇଥିବା ଏକ ସାଧାରଣ କଥା। ଏହାର ସମାଧାନ ପାଇଁ ଲୋକେ ଥାନା, କୋର୍ଟ, କଚେରୀକୁ ମଧ୍ୟ ଯାଇଥାନ୍ତି। କିନ୍ତୁ ରାଜସ୍ଥାନ ଭିଲ୍‌ବାଡା ଜିଲାର କୋଟ୍‌ଡି ଥାନା ଅଞ୍ଚଳରେ ଏକ ଅଜବ ଘଟଣା ଏବେ ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ୫ ବର୍ଷ ତଳେ ଚୋରି ହୋଇଥିବା ଏକ ଗଧର ମାମଲା ଏବେ ସାମ୍ନାକୁ ଆସିଛି। ଏହି ଗଧକୁ ୨ ଜଣ ଲୋକ ନିଜର ବୋଲି ଦାବି କରି କୋଟଡି ଥାନାରେ ପହଞ୍ଚତ୍ଥିଲେ। ଥାନାରେ ମଧ୍ୟ ଗଧର ମାଲିକାନା ନେଇ ସମାଧାନ ସୂତ୍ର ବାହାରି ପାରି ନ ଥିଲା। ଶେଷରେ ଗ୍ରାମ ମନ୍ଦିରରେ ଗଧର ମାଲିକାନା ସ୍ଥିର କରାଯାଇଥିଲା।


ଜଣାପଡ଼ିଛି ଯେ, ୫ ବର୍ଷ ତଳେ ରାମଦେବ ବାଗାରିଆଙ୍କ ଏକ ଗଧ ଚୋରି ହୋଇଯାଇଥିଲା। ବହୁ ଖୋଜା ଖୋଜି ପରେ ମଧ୍ୟ ରାମଦେବ ଗଧର କୌଣସି ସନ୍ଧାନ ପାଇପାରି ନ ଥିଲେ। କିନ୍ତୁ ୩ ଦିନ ତଳେ ରାମଦେବ ଯେତେବେଳେ ସ୍ଥାନୀୟ ଝୋପଡ଼ା ଗ୍ରାମଦେଇ ଯାଉଥିଲେ ମାନ ସିଂ ନାମକ ଜଣେ ବ୍ୟକ୍ତି ମେଣ୍ଢା ଚଳାଉଥିଲେ। ମେଣ୍ଢାଙ୍କ ଗହଣରେ ଚରୁଥିବା ଏକ ଗଧକୁ ମଧ୍ୟ ସେ ଦେଖିଥିଲେ। ଏହି ଗଧକୁ ରାମଦେବ ତାଙ୍କର ବୋଲି ଜାଣିପାରିଥିଲେ। ଏହାପରେ ସେ ଥାନାରେ ମାନ ସିଂଙ୍କ ନାମରେ ଗଧ ଚୋରି କରିଥିବା ନେଇ ଅଭିଯୋଗ କରିଥିଲେ। ପୋଲିସ ନିକଟରେ ଉଭୟ ରାମଦେବ ଓ ମାନ ସିଂ ଗଧକୁ ନିଜର ବୋଲି ଦାବି କରିଥିଲେ। ପ୍ରମାଣ ସ୍ବରୂପ ମାନ ସିଂ ଗଧର ବୟସ ୭ ଓ ରାମଦେବ ୧୨ ବର୍ଷ ବୋଲି କହିଥିଲେ। ପରେ ଜଣେ ପଶୁ ଡାକ୍ତର ପରୀକ୍ଷା କରି ଗଧର ବୟସ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ବୋଲି କହିଥିଲେ। ଏହାପରେ ଥାନା ଅଧିକାରୀ ରାମଦେବଙ୍କୁ ଗଧର ପ୍ରକୃତ ମାଲିକ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନର ମାଲିକ ମାନ ସିଂ ଗଧ ଦେବାକୁ ନାରାଜ ଥିଲେ। ଶେଷରେ ଥାନା ଅଧିକାରୀ ଗଧକୁ ଅଞ୍ଚଳର ପ୍ରମୁଖ ମନ୍ଦିର ଚାରଭୁଜା ପରିସରରେ ବାନ୍ଧି ଦେଲେ। ଯିଏ ଏହାର ପ୍ରକୃତ ମାଲିକ ସେ ଗଧକୁ ଫିଟାଇ ନେଇପାରିବ ବୋଲି ସ୍ଥିର କରାଗଲା। ଶେଷରେ ରାମଦେବ ମନ୍ଦିର ମଧ୍ୟରୁ ଗଧକୁ ଫିଟାଇ ନେଇଯାଇଥିଲେ। କିନ୍ତୁ ଗଧର ବର୍ତ୍ତମାନ ମାଲିକ ମାନ ସିଂ ଏହାର କୌଣସି ବିରୋଧ କରି ନ ଥିଲେ। ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri