ହିସାରରେ ମିଳିବ ଗଧ କ୍ଷୀର: ୧ ଲିଟରର ଦାମ ୭ ହଜାର ଟଙ୍କା!

ହିସାର,୨୩।୮: ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ସାମାନ୍ୟ ଭ୍ରୁକୁଞ୍ଚନ ସୃଷ୍ଟି ହୁଏ। କାରଣ ଏହାର ବ୍ୟବହାର ଅଧିକାଂଶଙ୍କୁ ଜଣା ନାହିଁ କହିଲେ ଚଳେ। ଗଧ ଶବ୍ଦର ବ୍ୟବହାର ଆମେ କେବଳ କାହାକୁ ଚିଡାଇବାକୁ କରିଥାଉ। ହେଲେ ଗଧର ଉପଯୋଗୀତା ବି ମଣିଷ ଜୀବନରେ ରହିଛି। ଦେଶର ବିଭିନ୍ନ ସ୍ଥାନରେ ଗାଈ, ମଇଁଷିଙ୍କର ଡାଏରୀ ଫାର୍ମ ଖୋଲିଥିବା କଥା ଶୁଣିବାକୁ ମିଳିଛି। ଯେଉଁଠାରେ ଗାଈ, ମଇଁଷି କ୍ଷୀର ମିଳିଥାଏ। ହେଲେ ଏବେ ହରିୟାଣାର ହିସାରରେ ଗଧ କ୍ଷୀରର ଏକ ଡାଏରୀ ଫାର୍ମ ଖୋଲିବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି। ଦେଶରେ ପ୍ରଥମ କରି ଏହି ଡାଏରୀ ଖୋଲିବାକୁ ଯାଉଛି। ଆଉ ଏଠାରେ ଗୋଟିଏ ଲିଟର ଗଧି କ୍ଷୀରର ଦାମ୍‌ ରହିଛି ୭ ହଜାର ଟଙ୍କା। ଏହି କ୍ଷୀର ମଣିଷ ପାଇଁ କେବଳ ଲାଭଦାୟକ ନୁହେଁ ବରଂ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍‌ କରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ। ଏଥିରେ ଅନେକ ବିୟୁଟି ପ୍ରଡକ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ରାଷ୍ଟ୍ରୀୟ ଅଶ୍ୱ ଅନୁସନ୍ଧାନ କେନ୍ଦ୍ର(ଏନ୍‌ଆର୍‌ସିଇ) ହିସାରରେ ଗଧି କ୍ଷୀରର ଏକ ଡାଏରୀ ଖୋଲିବାକୁ ଯୋଜନା କରାଯାଇଛି। ଏଥିରେ ହିଲାରି କିସମ ଗଧିର କ୍ଷୀର ମିଳିବ। ଏଥିପାଇଁ ପୂର୍ବରୁ ଏନ୍‌ଆର୍‌ସିଇ ୧୦ଟି ହିଲାରି କିସମ ଗଧିଙ୍କୁ ଆଣି ରଖିଛି। ଏବେ ଏହାର ବ୍ରିଡିଂ କରାଯାଉଛି। ଏହି ପ୍ରଜାତିର ଗଧି କେବଳ ଗୁଜରାଟରେ ମିଳିଥାଆନ୍ତି। ଏମାନଙ୍କ କ୍ଷୀର କ୍ୟାନସର, ମେଦବହୁଳତା, ଏଲର୍ଜି ଆଦି ସହ ଲଢିବାର କ୍ଷମତା ରଖିଛି। ବେଳେବେଳେ କେତେଜଣ ଶିଶୁଙ୍କ ପାଖରେ ଗାଈ ଅବା ମଇଁଷି କ୍ଷୀର ଆଲର୍ଜି ସୃଷ୍ଟି କରିଥାଏ। ହେଲେ ଏହି ପ୍ରଜାତିର ଗଧି କ୍ଷୀର କୌଣସି ଆଲର୍ଜି କରି ନ ଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି। ଏହା ଶରୀରରେ ଥିବା ଜଟିଳ ରୋଗସହ ଲଢିବାର କ୍ଷମତା ରଖିଥାଏ। ଏଥିପାଇଁ ଏନ୍‌ଆର୍‌ସିଇ ହିସାରର କେନ୍ଦ୍ରୀୟ ମଇଁଷି ଅନୁସନ୍ଧାନ କେନ୍ଦ୍ର ଓ କରନାଲର ନ୍ୟାଶନାଲ ଡାଏରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକଙ୍କ ସହଯୋଗ ଲୋଡିଛି। ତେବେ ହିସାରର ଏହି ଗଧ କ୍ଷୀରର ଡାଏରୀ ଖୋଲିଲେ ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମଦାବାଦ ପହଞ୍ଚିଲେ ୨୦୦ ଆମେରିକା ସୁରକ୍ଷାକର୍ମୀ: ସ୍ବତନ୍ତ୍ର ଗାଡିରେ କରିବେ ରୋଡ ଶୋ’

ଅହମଦାବାଦ,୧୮।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।...

ପରିବାର ନିୟୋଜନକୁ ନେଇ ଜାରି କରାଯାଇଥିବା ସର୍କୁଲାରକୁ ଫେରାଇ ନେଲେ ମଧ୍ୟପ୍ରଦେଶ ସରକାର

ଭୋପାଳ,୨୧।୨: ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଯାଇ ମଧ୍ୟପ୍ରଦେଶର କମଳନାଥ ସରକାର ଯେଉଁ ସର୍କୁଲାର ଜାରି କରିଥିଲେ ତାହା ପରେ ବିବାଦୀୟ ହୋଇ ପଡିବାରୁ ସରକାର ଏହାକୁ...

ଭାରତରେ ୪୧ ହଜାର ପାକିସ୍ତାନୀ

ନୂଆଦିଲ୍ଲୀ, ୧୭ା୭(ପି.ଟି.): ଭାରତରେ ୪୧,୩୩୧ ପାକିସ୍ତାନୀ ଓ ୪,୧୯୩ ଆଫଗାନିସ୍ତାନ ନାଗରିକ ଦୀର୍ଘଦିନ ହେବ ରହିଆସୁଛନ୍ତି ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକ...

କାଉଡିଆଙ୍କ ସୁବିଧା ପାଇଁ ଟ୍ରେନ୍‌ରେ ବଗି ବଢାଇଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ,୧୬।୭: ଆରମ୍ଭ ହୋଇ ଯାଇଛି ଶ୍ରାବଣମାସ। ଏହାସହ କାଉଡିଆଙ୍କ କାଉଡି ଯାତ୍ରାକୁ ନେଇ ଉତ୍ତର ପ୍ରଦେଶ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ପୂର୍ବରୁ ସେମାନଙ୍କ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶୀତଦିନେ ଖାଆନ୍ତୁ ଏହି ରଙ୍ଗର ପନିପରିବା ଓ ଫଳ…

ଶୀତଦିନେ ଲାଲ୍‌ ରଙ୍ଗର ପନିପରିବା ଓ ଫଳ ଖାଇଲେ ବହୁ ଉପକାର ମିଳିଥାଏ। ଏସବୁ ପନିପରିବା ଓ ଫଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି...

୨୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଶିବକୁମାର

ନୂଆଦିଲ୍ଲୀ,୧୫।୧୦: ବଢିଲା କଂଗ୍ରେସ ନେତା ଡିକେ. ଶିବକୁମାରଙ୍କ ବିଚାର ବିଭାଗୀୟ ହାଜତ ମିଆଦି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ।...

ପୋଲିସ ଆଖି ଆଗରେ ନିଆଁରେ ୩ ଘଣ୍ଟା ଜଳିଲେ ଯୁବତୀ: ମହିଳା ଅଧିକାରୀ ଆସି ନ ଥିବାରୁ ହୋଇ ପାରିଲାନି ଉଦ୍ଧାର କାର୍ଯ୍ୟ

ଭୋପାଳ,୫।୧୦: ମଧ୍ୟପ୍ରଦେଶ ମନ୍ଦସୌର ଜିଲାରୋ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୨ ବର୍ଷ ବୟସ୍କା ଯୁବତୀ କୌଣସି କାରଣରୁ ଦେହରେ କିରାସିନି ଢ଼ାଳି...

ନିଶ ମୋଡ଼ିବାରୁ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼

ଅହମ୍ମଦାବାଦ,୨୬।୫: ନିଶ ମୋଡ଼ିବା କାରଣରୁ ୨୨ ବର୍ଷୀୟ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଅହମ୍ମଦାବାଦ ଗ୍ରାମୀଣ ଅଞ୍ଚଳ ବିରାମଗାମ ତାଲୁକାର କରାକଠାଲ ଗାଁରେ ଘଟିଛି...

Advertisement


Archives

Model This Week