ଆମେରିକା ଗଣତନ୍ତ୍ର ସଙ୍କଟରେ

୧୭୭୬ରେ ଆମେରିକାରେ ଗଣତନ୍ତ୍ର ପ୍ରତିଷ୍ଠା ହେବାଠାରୁ ଏହା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଲଗାତର ବିକଶିତ ହୋଇଆସିଛି। କିନ୍ତୁ ଏବେ ଏହାର ଗଣତନ୍ତ୍ର ଗମ୍ଭୀର ରୂପେ ସଙ୍କଟଗ୍ରସ୍ତ। ଦେଶ ଓ ବିଦେଶରେ ପରସ୍ପର ସହ ଜଡ଼ିତ ବହୁ ଅବ୍ୟବସ୍ଥିତ କାର୍ଯ୍ୟକଳାପ ବା ଘଟଣାଗୁଡ଼ିକ ଏହି ସଙ୍କଟ ପାଇଁ ଦାୟୀ। ଚାଇନାରେ ଶି ଜିନ୍‌ପିଙ୍ଗଙ୍କ ନେତୃତ୍ୱାଧୀନ ଦମନକାରୀ ଶାସନ ଓ ବିଶ୍ୱରେ ଏକ ଏକଚ୍ଛତ୍ରବାଦ ଜାରି କରିବାକୁ ଚାହଁୁଥିବା ଭ୍ଲାଡିମିର ପୁଟିନ୍‌ଙ୍କ ରୁଷିଆ ପକ୍ଷରୁ ଆମେରିକା ଉପରେ ବିପଦ ସୃଷ୍ଟି ହୋଇଛି। କିନ୍ତୁ ଦେଶ ଭିତରେ ଗଣତନ୍ତ୍ରର ଶତ୍ରୁମାନଙ୍କ ପକ୍ଷରୁ ଆମେରିକା ପ୍ରତି ଅଧିକ ବିପଦ ସୃଷ୍ଟି ହେବା ଚିନ୍ତାର କାରଣ। ଏମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟ ଅନ୍ୟତମ, ଯାହା ଉପରେ ଚରମ ଦକ୍ଷିଣପନ୍ଥୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିର ପ୍ରାଧାନ୍ୟ ରହିଛି। ରିପବ୍ଲିକାନ୍‌ ପାର୍ଟି କୋର୍ଟରେ ସେହି ଚରମ ଦକ୍ଷିଣପନ୍ଥୀ ବିଚାରପତିମାନଙ୍କୁ ଅବସ୍ଥାପିତ କରିଥିଲା। ସେମାନଙ୍କ ନିଷ୍ପତ୍ତି ରୋଏ ବନାମ ଓ୍ବାଡେ ମାମଲାକୁ କେବଳ ଓଲଟପାଲଟ କରିନାହିଁ, ବରଂ ମହିଳାଙ୍କ ଗର୍ଭପାତକୁ ସ୍ବୀକୃତି ଦେଇଥିବା ୧୯୭୩ର ଏହି ଏ୍ୟତିହାସିକ ମାମଲାର ରାୟକୁ ବଦଳେଇ ଦେଇଛି।
ସଂଖ୍ୟାଧିକ ବିଚାରପତିଙ୍କ ନ୍ୟାୟିକ ରାୟକୁ ଲିପିବଦ୍ଧ କରିଥିବା ସାମୁଏଲ ଅଲିଟୋ ଜୋର୍‌ ଦେଇ କହନ୍ତି ଯେ, ଚତୁର୍ଦ୍ଦଶ ସଂଶୋଧନ ୧୮୬୮ରେ ସ୍ଥିରୀକୃତ ସଂଶୋଧନରେ ସ୍ବୀକୃତ ଅଧିତ୍କାରଗୁଡ଼ିକୁ ସୁରକ୍ଷା ଦିଏ। କିନ୍ତୁ ଏହି ଯୁକ୍ତି ସେବେଠାରୁ ସ୍ବୀକୃତ ହୋଇଆସିଥିବା ଅନ୍ୟ ଅଧିକାରଗୁଡ଼ିକ ଉପରେ ବିପଦ ସୃଷ୍ଟି କରେ। ସେହିସବୁ ଅଧିକାରଗୁଡ଼ିକ ମଧ୍ୟରେ ରହିଛି ଗର୍ଭନିରୋଧ ଅଧିକାର, ସମଲିଙ୍ଗି ବିବାହ ଏବଂ ଏଲଜିବିଟିଙ୍କ ସବୁ ଅଧିକାର। ଏହି କାରଣଗୁଡ଼ିକୁ ବିଚାରକୁ ନେଲେ ତାର୍କିକ ନିଷ୍କର୍ଷରେ ପହଞ୍ଚିବା ଯେ, କୋର୍ଟର ଉକ୍ତ ରାୟ ଆନ୍ତଃ ଜାତି ବିବାହକୁ ବନ୍ଦ କରିବାକୁ ଅନୁମତି ଦେଇପାରେ, ଯାହାକୁ କେତେକ ରାଜ୍ୟ ୧୯୬୭ ପର୍ଯ୍ୟନ୍ତ କରିଥିଲେ। ଏହା ମଧ୍ୟ ସ୍ପଷ୍ଟ ଯେ, କୋର୍ଟର ଏହି ରାୟ କାର୍ଯ୍ୟନିର୍ବାହୀ ଶାଖା ଉପରେ ଏକ ମୁହଁାମୁହିଁ ଯୁଦ୍ଧ ଆରମ୍ଭ କରିବାକୁ ଚାହେଁ। ଏବେ କୋର୍ଟର ଅବଧି ଠିକ୍‌ ଶେଷ ହେବା ବେଳକୁ ଆଉ ଏକ ସବୁଠୁ ପରିଣାମୀ ରାୟରେ ଜଳବାୟୁ ପରିବର୍ତ୍ତନ ରୋକିବା ଲାଗି ଆବଶ୍ୟକ ନିୟମଗୁଡ଼ିକ ଜାରି କରିବାକୁ ଏନ୍‌ଭାଇରନମେଣ୍ଟ ପ୍ରୋଟେକ୍‌ସନ ଏଜେନ୍ସିଙ୍କୁ ମନା କରିଦିଆଯାଇଛି। ତେବେ ଏବକାର କୋର୍ଟଙ୍କ ନିଷ୍ପତ୍ତିଗୁଡ଼ିକର କାରଣ ଜାଣିବାକୁ ବାକି ନାହିଁ। ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ପ୍ରୋତ୍ସାହିତ ସମର୍ଥନ ଏବଂ ଡେମୋକ୍ରାଟିକ ପାର୍ଟିର ଦୁର୍ବଳତା କାରଣରୁ ଏହା ଘଟୁଛି। ବନ୍ଧୁକ ଆଇନଗୁଡ଼ିକ ଉପରେ ବିଚାର କରାଯାଉ। କୋର୍ଟର ଦକ୍ଷିଣପନ୍ଥୀ ବିଚାରପତିମାନେ ଭଲ ଭାବେ ବନ୍ଧୁକ ସମର୍ଥକ ଲବିକୁ ଶୁଣନ୍ତି। ଏଣୁ ଏବେ ବ୍ୟାପୁଥିବା ସାମୂହିକ ଗୁଳିକାଣ୍ଡଗୁଡ଼ିକ ବିରୋଧରେ ଜାତୀୟ ସ୍ତରରେ ଏଭଳି ବିରୋଧାଭାବ ସୃଷ୍ଟିକଲା ଯେ, କିଛି ରିପବ୍ଲିକାନ ସମର୍ଥକ ଏକ ନୂତନ ସଂଘୀୟ ବନ୍ଧୁକ ଆଇନକୁ ସମର୍ଥନ କଲେ। ଏପରି କି କୋର୍ଟ ମଧ୍ୟ ଗୁପ୍ତରେ ହ୍ୟାଣ୍ଡଗନ୍‌ ରଖିବା ଉପରେ କଡ଼ା କଟକଣା ଲଗାଇଥିବା ଏକ ଦୀର୍ଘଦିନର ନ୍ୟୁୟର୍କ ଲ’କୁ ରଦ୍ଦ କରି ନ୍ୟାଶନାଲ ରାଇଫଲ ଆସୋସିଏଶନର କ୍ଷତିପୂରଣ କରିବାରେ ସହାୟକ ହେଲେ।
ଆମେରିକାରେ ସବୁଠୁ ସମ୍ମାନସ୍ପଦ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସୁପ୍ରିମକୋର୍ଟ ଅନ୍ୟତମ। ଏବକାର ରାୟରେ ସଂଖ୍ୟାଧିକ ଚରମପନ୍ଥୀଙ୍କ ଗ୍ରହଣୀୟତା ହାର ସବୁଠୁ କମ୍‌ ରହିଛି ଓ କୋର୍ଟର ଏଭଳି ରାୟକୁ ରେକର୍ଡ ହାରରେ ନାପସନ୍ଦ କରାଯାଇଛି। ଏହି ରାୟ ଯାହା ଗର୍ଭଧାରଣ ଅଧିକାରକୁ କ୍ଷୁଣ୍ଣ କଲା ସେଥିରୁ ଜଣା ପଡ଼ିଲା ଯେ, ସଂଖ୍ୟାଧିକ ରକ୍ଷଣଶୀଳ ବିଚାରପତିଙ୍କ ରାୟ କୋର୍ଟର ବୈଧାନିକତାକୁ ଅଣଦେଖା କରିଛି। ଦୁର୍ଭାଗ୍ୟବଶତଃ ଏହି ସଂଖ୍ୟାଧିକ ଦୀର୍ଘଦିନ ପାଇଁ ସଂଖ୍ୟାଲଘୁ ଭାବେ ରହିବାର ସମ୍ଭାବନା ରହିଛି। କାରଣ,ସଂଖ୍ୟାଧିକ ଚରମପନ୍ଥୀମାନେ ଯୁବକ ଏବଂ ୬ ଜଣରେ ସେମାନଙ୍କ ସଂଖ୍ୟା ୩। ଏଥିପାଇଁ ସୁପ୍ରିମକୋର୍ଟରେ ଲଗାମ ଲଗାଇବା ବା ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏକ ବାଟ ରହିଛି। ଅଚାନକ କାର୍ଯ୍ୟାଳୟରୁ ରିପବ୍ଲିକାନ ପାର୍ଟିକୁ ବାହାରକୁ ଫିଙ୍ଗି ଦେବାକୁ ପଡ଼ିବ। ଫଳରେ ସୁପ୍ରିମ୍‌କୋର୍ଟର ସୁରକ୍ଷା ପାଇଁ ପ୍ରଦତ୍ତ ଅଧିକାରଗୁଡ଼ିକୁ ବୈଧାନିକ ଉପାୟରେ ସୁରକ୍ଷିତ ରଖିବାକୁ ଏହା କଂଗ୍ରେସକୁ ଅନୁମତି ଦେବ। କଂଗ୍ରେସ ପଦକ୍ଷେପ ନେବା ବି ଦରକାର। ଏହା ପ୍ରଥମେ ମହିଳାଙ୍କ ଗର୍ଭପାତ ଅଧିକାରର ସୁରକ୍ଷା କରିବା ଉଚିତ। ଯଦି ଏହି ଆଇନକୁ ବିରୋଧ କରି ସଂଶୋଧନ କରାଯାଏ ତେବେ ତାହାର ସୁରକ୍ଷା ହୋଇପାରିବ। କିନ୍ତୁ ଯେତେବେଳେ ଦକ୍ଷିଣପନ୍ଥୀ ରିପବ୍ଲିକାନମାନଙ୍କ ବିରୋଧରେ ଏକ ଐତିହାସିକ ବିଜୟ ଲାଗି ସଂଗଠିତ ହେବା କଥା ଉଠେ, ସେତେବେଳେ ବିରୋଧୀମାନେ ପ୍ରାୟତଃ ବହୁ ବୃହତ ୍‌ବାଧା ସାମ୍ନା କରିଥାନ୍ତି। ସୁପ୍ରିମକୋର୍ଟରେ ରିପବ୍ଲିକାନ୍‌ମାନେ କେବଳ ବହୁ ସଂଖ୍ୟାରେ ନାହାନ୍ତି, ବରଂ ଅନେକ ନିମ୍ନ ଅଦାଲତରେ ବି ବହୁ ସଂଖ୍ୟାରେ ଚରମପନ୍ଥ୍‌ୀ ବିଚାରପତି ରହିଛନ୍ତି। ସେମାନେ ଫ୍ଲୋରିଡା, ଜର୍ଜିଆ ଏବଂ ଟେକ୍ସାସ୍‌ ଭଳି ରାଜ୍ୟଗୁଡ଼ିକ ଭୋଟିଂକୁ ଜଟିଳ କରୁଥିବା ବହୁ ଆଇନ୍‌ ପାସ୍‌ କରିଛନ୍ତି। ଏହି ଆଇନଗୁଡ଼ିକ ଆମେରିକାରେ ରହୁଥିବା ଆଫ୍ରିକୀୟ ଓ ଅନ୍ୟ ସଂଖ୍ୟାଲଘୁମାନଙ୍କୁ ମତାଧିକାରୁ ବଞ୍ଚିତ କରୁଥିବାବେଳେ ବିଶେଷ କରି ରିପବ୍ଲିକାନକୁ ନିର୍ବାଚନରେ ବିଜୟୀ କରିବାକୁ ଲକ୍ଷ୍ୟ ରଖିଥିବା ଯୁବ ଭୋଟରମାନଙ୍କ ଉପରେ ଅଧିକ ଧ୍ୟାନ ଦେଇଛି। ନିକଟରେ ଏହି ଆଇନଗୁଡ଼ିକ ମଧ୍ୟରୁ ଗୋଟିକୁ ରଦ୍ଦ କରିବା ସମୟରେ ଜଣେ ଫ୍ଲୋରିଡା ଫେଡେରାଲ ଜଜ୍‌ ଉଲ୍ଲେଖ କରିଥିଲେ ଯେ, ଫ୍ଲୋରିଡାର ନିର୍ବାଚନ ପଦ୍ଧତିର ପୁନର୍ଗଠନ କରିବା ଲକ୍ଷ୍ୟ ନେଇ ଏଭଳି ଉପାୟରେ ଏସବୁ ଅଇନ ପାସ୍‌ କରାଯାଇଥିତ୍ଲା ଯାହା ଡେମୋକ୍ରାଟିକ ପାର୍ଟି ଉପରେ ବିଜୟ ହାସଲ କରିବାରେ ରିପବ୍ଲିକାନ ପାର୍ଟିକୁ ସହଯୋଗ କରିବ।
ଏସବୁ ଆଇନ ଯଦି ଭୋଟରମାନଙ୍କୁ କେବଳ ଟାର୍ଗେଟ କରେ ତେବେ ଅତ୍ୟନ୍ତ ଖରାପ ହେବ। କିନ୍ତୁ ରିପବ୍ଲିକାନ୍‌ମାନେ ଭୋଟ ଗଣତି ଏବଂ ନିର୍ବାଚନ ପ୍ରମାଣନ ପ୍ରକ୍ରିୟା ଉପରେ ଆକ୍ରମଣ କରି ତା’ଠାରୁ ଆହୁରି ଆଗକୁ ଯାଉଛନ୍ତି। ଆଇନ ପରିବର୍ତ୍ତନ କରି ସହଜରେ ନିର୍ବାଚନ ପ୍ରକ୍ରିୟାକୁ ଶେଷ କରିବା ଠାରୁ ଆରମ୍ଭ କରି ୨୦୨୦ରେ ଗୁୁପ୍ତରେ ନିର୍ବାଚନ ବିଜୟ ତାଙ୍କ ଠାରୁ ଛଡାଇ ନିଆଯାଇଥିବା ଭଳି ଟ୍ରମ୍ପଙ୍କ ବଡ଼ ମିଛରେ ତାଙ୍କ ବିଶ୍ୱାସୀମାନେ ସାମିଲ ହେବା ଘଟଣାରୁ ଆମେ ଲକ୍ଷ୍ୟ କରୁଛୁ ଯେ, ରିପବ୍ଲିକାନ୍‌ମାନେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରତ୍ୟେକ ଦିଗରୁ ଆକ୍ରମଣ କରୁଛନ୍ତି। ଏଠାରେ ମଧ୍ୟ ଫେଡେରାଲ ଭୋଟିଂ ରାଇଟସ ଆକ୍ଟକୁ ନଷ୍ଟ କରି ସଂଖ୍ୟାଲଘୁଙ୍କ ଭୋଟିଂ ଅଧିକାର ଦୁର୍ବଳ କରିବାକୁ ରାଜନୀତିରେ ଖୋଲାଖୋଲି ଭାବେ ପକ୍ଷପାତକୁ ଅନୁମତି ଦେବାରେ ସୁପ୍ରିମକୋର୍ଟଙ୍କ ହାତ ରହିଛି।
ସୌଭାଗ୍ୟବଶତଃ, ଆମେରିକାରେ ଗଣତନ୍ତ୍ରର ସ୍ଥିତି ଗଭୀର ସଙ୍କଟରେ ଥିବା ଦାବିରେ ମୁଁ ଏକୁଟିଆ ନାହିଁ। ଗର୍ଭପାତ ଆଇନକୁ ବଦଳାଇ ଦେବାରେ କୋର୍ଟର ନିଷ୍ପତ୍ତିରେ ଆମେରିକାର ଜନସାଧାରଣ ଉତ୍ତେଜିତ ହୋଇଛନ୍ତି। କିନ୍ତୁ ଲୋକମାନେ ଜାଣିବା ଦରକାର ଯେ, କାହା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆମେରିକାକୁ ଏକ ଦିମନକାରୀ ଶାସନରେ ପରିବର୍ତ୍ତନ କରିବା ଲାଗି ଏଭଳି ଯୋଜନା କରାଯାଇଛି ବୋଲି ସ୍ବୀକାର କରିବା ଦରକାର। ତାହାକୁ ବିରୋଧ କରିବା ସକାଶେ ଆମେ ଯାହା ଦରକାର ତାହା କରିବା ଉଚିତ। ଯେଉଁମାନେ ଅତୀତରେ ଟ୍ରମ୍ପଙ୍କୁ ଭୋଟ ଦେଇଥିଲେ ସେମାନଙ୍କୁ ଏହି ସଂଗ୍ରାମରେ ମଧ୍ୟ ସାମିଲ କରିବା ନିହାତି ଜରୁରୀ। ମୁଁ ଡେମୋକ୍ରାଟିକ ପାର୍ଟିର ଜଣେ ସମର୍ଥକ। କିନ୍ତୁ ଏଠାରେ କହିବାକୁ ଚାହେଁ ଯେ, ଏହା ଏକ ପକ୍ଷପାତପୂର୍ଣ୍ଣ ପ୍ରସଙ୍ଗ ନୁହେଁ, ଏହା ଆମେରିକାରେ କାର୍ଯ୍ୟ କରୁଥିବା ଏବଂ ଆମେରିକାର ଗଣତନ୍ତ୍ରର କେନ୍ଦ୍ରରେ ଥିବା ଏକ ଦ୍ୱିଦଳୀୟ ରାଜନୈତିକ ବ୍ୟବସ୍ଥାର ପୁନଃସ୍ଥାପନର ବିଷୟ।

  • ଜର୍ଜ ସୋରସ
    ପ୍ରତିଷ୍ଠାତା ଓ ଅଧ୍ୟକ୍ଷ, ଓପନ୍‌ ସୋସାଇଟି ଫାଉଣ୍ଡେଶନ

Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?