ଅପାତ୍ରରେ ଦାନ

ଏ ଦାନ ପାଇବାକୁ ଯୋଗ୍ୟ ନୁହେଁ ତାକୁ ଦାନ କଲେ ସେପରି କ୍ଷେତ୍ରରେ ଅପାତ୍ରରେ ଦାନ କରାଗଲା ବୋଲି କୁହାଯାଏ। ଏଭଳି ଦାନରେ ନା ଦାତାଙ୍କର ନା ଗ୍ରହୀତାଙ୍କର, କାହାର ମର୍ଯ୍ୟାଦା ବଢ଼େ ନାହିଁ। ତେଣୁ ଏଭଳି ଦାନ ବ୍ୟର୍ଥ ଗଲା ବୋଲି ଧରି ନେବାକୁ ପଡ଼ିବ। ଅଧିକାଂଶ ସମୟରେ ଆମ ଅଜାଣତରେ ଆମେ ଏପରି ଦାନ ଦେଇ ପରେ ପଶ୍ଚାତାପ ମଧ୍ୟ କରିଥାନ୍ତି। ଆଜିକାଲି ଅଧିକାଂଶ ସୁସ୍ଥ ସବଳ ଲୋକ ନିଜର କି ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ନୁହେଁ ବରଂ ନିଶାପାଣି ଖାଇବାକୁ କିମ୍ବା ମଉଜମସ୍ତିରେ ଜୀବନ ଅତିବାହିତ କରିବାକୁ ଭିକ୍ଷାବୃତ୍ତିକୁ ଆପଣାଇ ନେଇଛନ୍ତି। ଏମାନେ ସଦାସର୍ବଦା କିଛି ନା କିଛି ବାହାନା ଦର୍ଶାଇ ଏମାନଙ୍କର ଅସହାୟତା ପ୍ରଦର୍ଶନ କରିବା ସହିତ ଦାତାଙ୍କୁ ଭାବପ୍ରବଣ କରି ଦେଇଥାନ୍ତି ଓ ସେମାନଙ୍କଠାରୁ କିଛି ଦାନ ହାତେଇ ନେଇଥାନ୍ତି। ଏପରି କ୍ଷେତ୍ରରେ ଦାତା ଅପାତ୍ରରେ ଦାନ କଲେ ବୋଲି କୁହାଯାଇ ପାରିବ। ଏ ସମାଜକୁ ସରସ ସୁନ୍ଦର କରି ଗଢିତୋଳିବାର ଦାୟିତ୍ୱ ଆମ ସମସ୍ତଙ୍କର। ଆଉ ଏହି ଦାୟିତ୍ୱକୁ ଯୋଗ୍ୟ ଓ ଦକ୍ଷ ଲୋକଟିଏ ହିଁ ଠିକ୍‌ ଭାବେ ନିର୍ବାହ କରିଥାନ୍ତି। ଅନେକ ସମୟରେ ଲୋକେ ଶିକ୍ଷକ, ଡାକ୍ତର, ପୋଲିସ ତଥା ପ୍ରଶାସନିକ କର୍ମଚାରୀ ଓ ଅଧିକାରୀଙ୍କ ଯୋଗ୍ୟତା ଏବଂ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥାନ୍ତି। ସେସବୁ ପଦପଦବୀ ପାଇଁ ସେମାନେ କୁଆଡେ ଯୋଗ୍ୟ ନୁହନ୍ତି ବୋଲି ଅଭିଯୋଗ କରିଥାନ୍ତି। ତେଣୁ ଏମାନଙ୍କୁ ନିଯୁକ୍ତି କରି ସରକାର ଅପାତ୍ରରେ ଦାନ କରିଛନ୍ତି ବୋଲି କହି ଲୋକେ ବେଳେ ବେଳେ ବିଦ୍ରୂପ କରିଥାନ୍ତି। ପ୍ରକୃତ କଥା କହିଲେ ଯୋଗ୍ୟତା ଓ ଦକ୍ଷତା ଆଧାରରେ ପଦ ମଣ୍ଡନ କରିଥିବା ଲୋକଟି ନିଜ ଦାୟିତ୍ୱ ପ୍ରତି ଯେତିକି ସଚେତନ ଓ ସମର୍ପିତ ରହିଥାଏ, ସର୍ବୋପରି ନିଜର ଦାୟିତ୍ୱକୁ ଯେଭଳି ନିଷ୍ଠା ଓ ଆନ୍ତରିକତାର ସହିତ ସମ୍ପନ୍ନ କରିଥାଏ ତାହା ଅଯୋଗ୍ୟଙ୍କଠାରୁ କେବେ ବି ଆଶା କରାଯାଇ ପାରେନା। ଅନେକ ସମୟରେ ଗଣ୍ଡା ଗଣ୍ଡା ଦକ୍ଷ ଓ ଯୋଗ୍ୟ ଲୋକ ଥାଉଁ ଥାଉଁ ଅଯୋଗ୍ୟ ଲୋକଗୁଡାଙ୍କୁ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରାଯାଇଥାଏ। ଆଉ ଯେ କୌଣସି ଉପାୟରେ ହେଉ ପଛେ ଭୋଟରଙ୍କୁ ପ୍ରଭାବିତ କରିବା ଭଳି ରଣକୌଶଳ ରାଜନୈତିକ ଦଳଗୁଡିକ ପକ୍ଷରୁ ପ୍ରସ୍ତୁତ କରାଯାଏ। ଶେଷରେ ସେହି ଅଯୋଗ୍ୟ ପ୍ରାର୍ଥୀଗୁଡାକ ନିର୍ବାଚନରେ ବିଜୟୀ ହେଉଥିବାର ଦେଖାଯାଏ। ଏଭଳି କ୍ଷେତ୍ରରେ ଭୋଟରଙ୍କ ଭୋଟଦାନ ଅପାତ୍ରରେ ଗଲା ବୋଲି ମାନିନେବାକୁ ପଡିବ। ତା’ଛଡା ଏହି ନିର୍ବାଚିତ ଜନ ପ୍ରତିନିଧିଙ୍କଠାରୁ ଲୋକେ ଯେ, କି ପ୍ରକାର ସେବା ଓ ସହଯୋଗ ପାଇବେ ତାହା ତ ସମସ୍ତଙ୍କୁ ଜଣାଥିବ। ଆଜିକାଲି ବିଭିନ୍ନ ଆପରାଧିକ ମାମଲାରେ ଜେଲରେ ଥିବା ଅଭିଯୁକ୍ତମାନେ ବି ନିର୍ବାଚନରେ ପ୍ରାର୍ଥୀ ହୋଇ ଜୟଯୁକ୍ତ ହେଉଥିବାର ଏ କାନ ଶୁଣୁଛି। ଏହା ଅପାତ୍ରରେ ଦାନ ନୁହେଁ ତ ଆଉ କ’ଣ? ସରକାର ବିଭିନ୍ନ ସମୟରେ ଅନେକ ଜନ ହିତକର ଓ ଗରିବ କଲ୍ୟାଣ ଯୋଜନା ମାନ ପ୍ରଣୟନ କରୁଛନ୍ତି। ଯୋଗ୍ୟ ହିତାଧିକାରୀମାନେ ଏସବୁ ଯୋଜନାରୁ ଉପକୃତ ହେବେ ଏହା ହିଁ ଯୋଜନାର ମୂଳ ଲକ୍ଷ୍ୟ। ହେଲେ ଦେଖାଯାଉଛି ଅଯୋଗ୍ୟମାନେ ଏଥିରେ ଭାଗ ବସାଉଛନ୍ତି। ନାନାଦି କାରସାଦି କରି ଯୋଜନାରେ ନିଜକୁ ସାମିଲ କରାଉଛନ୍ତି। ଯାହାଫଳରେ ସରକାରୀ ଯୋଜନାର ସୁଫଳ ଯୋଗ୍ୟଙ୍କ ବଦଳରେ ଅପାତ୍ର ବା ଅଯୋଗ୍ୟଙ୍କ ହାତକୁ ଚାଲିଯାଉଛି।
ଏବେ ଆସନ୍ତୁ ଆଲୋଚନା କରିବା ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ କଳା, ସାହିତ୍ୟ, ଶିକ୍ଷକତା, ସମାଜସେବା ଆଦି କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସମ୍ମାନ, ପୁରସ୍କାର ଓ ଉପାଧିଗୁଡିକ କଥା। ଏବେ ଏସବୁ ଯେମିତି କ୍ରୟ ବିକ୍ରୟର ସାମଗ୍ରୀ ପାଲଟିଗଲାଣି ବୋଲି ଅନେକେ ଅଭିଯୋଗ କରନ୍ତି। ଏଥିରେ ସ୍ବଚ୍ଛତା ଓ ନିରପେକ୍ଷତା ରହୁ ନାହିଁ। ସମ୍ମାନ, ପୁରସ୍କାର ଓ ଉପାଧି ବିକଳ ଅଯୋଗ୍ୟ ବ୍ୟକ୍ତିବିଶେଷ ସମାଜରେ ନିଜର ମାନସମ୍ମାନ, ପ୍ରତିଷ୍ଠା ଓ ପତିଆରା ବଢ଼ାଇବା ଲକ୍ଷ୍ୟରେ ଯେ କୌଣସି ଅନୈତିକ ବାଟ ଆପଣାଇ ନେବାକୁ ସାମାନ୍ୟ ଲଜ୍ଜା କି ସଙ୍କୋଚବୋଧ କରୁନାହାନ୍ତି। ଆଉ ଏସବୁ ପ୍ରଦାନ କରୁଥିବା ସରକାରୀ ଏବଂ ବେସରକାରୀ ସଂସ୍ଥା ଓ ସଙ୍ଗଠନଗୁଡିକ ବି ସବୁ ନୀତି ନିୟମ ଓ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ଏକ ଘୃଣ୍ୟ ପରମ୍ପରା ସୃଷ୍ଟି କରିବାରେ ତିଳେମାତ୍ର କାର୍ପଣ୍ୟ କରୁନାହାନ୍ତି। ଆଜିକାଲି ତ ଶହ ଶହ ଅନାମଧ୍ୟେୟ ସଂସ୍ଥା ଓ ସଙ୍ଗଠନ କେବଳ ସମ୍ମାନ, ପୁରସ୍କାର ଓ ଉପାଧି ପ୍ରଦାନ କରିବା ନାଁରେ ବ୍ୟବସାୟ ଚଳାଇଛନ୍ତି। ଆଉ ଏମାନଙ୍କଠାରୁ ଏସବୁ କ୍ରୟ କରିବାକୁ ଗରାଖମାନଙ୍କର ଅଭାବ ନାହିଁ। ଆବଶ୍ୟକ ଯୋଗ୍ୟତା ନ ଥାଇ ଯଦି କିଛି ଟଙ୍କା ବିନିମୟରେ ପୁରସ୍କାର, ସମ୍ମାନ କି ଉପାଧିଟିଏ ମିଳିଗଲା ତେବେ ଏଭଳି ସୁଯୋଗକୁ କିଏ ବା କାହିଁକି ହାତଛଡ଼ା କରିବ।
ଗପଟି ହେଉଛି ଇଂଲଣ୍ଡର ଜଣେ ବ୍ୟବସାୟୀ ଦିନେ ଘୋଡ଼ାରେ ବସି ନିଜ କାର୍ଯ୍ୟରେ କୌଣସି ଏକ ସ୍ଥାନକୁ ଯାଇଥିଲେ। ତେବେ ତାଙ୍କର ଫେରୁ ଫେରୁ ରାତି ହୋଇଗଲା। ଫେରିବା ରାସ୍ତାରେ ତାଙ୍କର ନଜର ପଡିଲା ଏକ ଦୋକାନ ଉପରେ, ଯେଉଁଠି ବହୁ ଲୋକ ଭିଡ ଜମାଇଥିଲେ। କାରଣ କ’ଣ ଜାଣିବାକୁ ବ୍ୟବସାୟୀ ଜଣଙ୍କ ସେହି ଦୋକାନ ପାଖକୁ ଗଲେ। ସେ ଜାଣିବାକୁ ପାଇଲେ ଯେ, ସେଠାରେ ପିଏଚ୍‌.ଡି. ଡିଗ୍ରୀ ବିକ୍ରି ହେଉଛି। ତାଙ୍କର ଏହା କିଣିବାକୁ ଆଗ୍ରହ ହେଲା ଓ ଆବଶ୍ୟକ ଟଙ୍କା ପୈଠ କରି ସେ ଏହା କିଣି ଘରକୁ ଫେରିଲେ। ଘରେ ନିଜ ପତ୍ନୀଙ୍କ ପାଖରେ ସେ ଏ କଥା କହିବାରୁ ଧର୍ମପତ୍ନୀ ମନଦୁଃଖ କରି କହିଲେ ନିଜ ପାଇଁ ଡିଗ୍ରୀଟିଏ କିଣି ଆଣିଲ ଅଥଚ ମୋ କଥା ଥରେ ଚିନ୍ତା କଲନି । ପତ୍ନୀଙ୍କ ମୁହଁରୁ ଏକଥା ଶୁଣି ତାଙ୍କୁ ଖୁସି କରିବା ପାଇଁ ବ୍ୟବସାୟୀ ଜଣକ ପୁଣି ସେ ଦୋକାନ ପାଖକୁ ଗଲେ ଓ ତାଙ୍କ ଧର୍ମପତ୍ନୀଙ୍କ ପାଇଁ ବି ପିଏଚ୍‌.ଡି. ଡିଗ୍ରୀଟିଏ କିଣି ଘରକୁ ଆଣିଲେ। ଏଥର ଧର୍ମପତ୍ନୀ ଖୁସି ହୋଇ କହିଲେ ଆମ ଦୁହିଁଙ୍କର ତ ଡିଗ୍ରୀ ମିଳିଗଲା, ହେଲେ ପ୍ରତିଦିନ ତୁମକୁ ଯିଏ ନିଜ ପିଠିରେ ବସାଇ ବିଭିନ୍ନ ସ୍ଥାନକୁ ନେଉଛି ଓ ତୁମ ବ୍ୟବସାୟରେ ସହାୟତା କରୁଛି ତା’କଥା ତ ଚିନ୍ତା କରିବା ଆବଶ୍ୟକ। ତା’ କଥା ଭୁଲିଗଲେ କେମିତି ହେବ। ଏକଥା ଶୁଣି ବ୍ୟବସାୟୀ କହିଲେ ତୁମେ ଠିକ୍‌ କହିଛି। ଏଥର ମୁଁ ଚାଲିଲି। ସେହି ନିର୍ଦ୍ଦିଷ୍ଟ ଦୋକାନ ପାଖରେ ପହଞ୍ଚି ସେ ଯେତେବେଳେ ପୁଣି ଆଉ ଗୋଟେ ପିଏଚ୍‌.ଡି. ଡିଗ୍ରୀ ମାଗିଲେ ତ ଦୋକାନୀ କହିଲା ଏଥର ପୁଣି କାହା ପାଇଁ। ବ୍ୟବସାୟୀ କହିଲେ ଏଇଟା ମୋ ଘୋଡା ପାଇଁ। ଏଥର ଦୋକାନୀ କହିଲା ଦେଖ ଭାଇ, ଏଠାରେ ଘୋଡ଼ାଙ୍କ ପାଇଁ ପିଏଚ୍‌.ଡି. ଡିଗ୍ରୀ ମିଳେନା, ମିଳେ କେବଳ ଗଧଙ୍କ ପାଇଁ। ପ୍ରିୟ ପାଠକେ ଆପଣ ଏହାର ସତ୍ୟତା ନିରୋଳାରେ ବସି ଚିନ୍ତା କରନ୍ତୁ।
ଶଙ୍ଖିଡ଼ା, ତିହିଡ଼ି, ଭଦ୍ରକ
ମୋ-୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?