ଡାମାସ୍‌କସ୍‌ରେ ସିରିଆ ବିଦ୍ରୋହୀ

ଡାମାସ୍‌କସ୍‌୮।୧୨: ସିରିଆର ବିଦ୍ରୋହୀ ଯୋଦ୍ଧାମାନେ ଶନିବାର ରାତିରେ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ ରହୁଥିବା ରାଜଧାନୀ ଡାମାସ୍‌କସ୍‌ର କେତେକ ଉପନଗରରେ ପହଞ୍ଚତ୍ ଯାଇଛନ୍ତି। ଇତିମଧ୍ୟରେ ବିଦ୍ରୋହୀମାନେ ଦାରା ସମେତ ୪ ସହରକୁ ଦଖଲ କରିସାରିଛନ୍ତି। ଡାମାସ୍‌କସ୍‌ ସେମାନଙ୍କର ଶେଷ ଟାର୍ଗେଟ ବୋଲି ବିଦ୍ରୋହୀ କମାଣ୍ଡର କହିଛନ୍ତି। ରାଷ୍ଟ୍ରପତି ଅସାଦ ଦେଶ ଛାଡ଼ି ପଳାଇଥିବା ଖବରକୁ ସରକାରୀ ଗଣମାଧ୍ୟମ ଖଣ୍ଡନ କରିଛି। ଯୋଦ୍ଧାମାନେ ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜଧାନୀକୁ ଚାରିପଟୁ ଘେରିବା ଆରମ୍ଭ କରିଥିବା ସେମାନଙ୍କ କମାଣ୍ଡର ହାସନ ଅବଡେଲ୍‌ ଘନିଙ୍କ କହିଛନ୍ତି।
ଆକ୍ରମଣ ଭୟରେ ଡାମାସ୍‌କସ୍‌ର ଲୋକମାନେ ଜରୁରୀ ସାମଗ୍ରୀ ସଂଗ୍ରହ ପାଇଁ ଧାଉଁଥିବା ଦେଖାଯାଇଛି। ହଜାର ହଜାର ଲୋକ ଦେଶ ଛାଡ଼ିବା ଉଦ୍ଦେଶ୍ୟରେ ଲେବାନନ୍‌ ସୀମାକୁ ପଳାଇଛନ୍ତି। ରାଷ୍ଟ୍ରପତିଙ୍କ ହାତମୁଠା ଦୁର୍ବଳ ହେଉଥିବାବେଳେ ସେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ), ଇଜିପ୍ଟ ଏବଂ ଇରାକ୍‌ର ସହାୟତା ଲୋଡ଼ିଥିବା କୁହାଯାଉଛି।
ଅସାଦଙ୍କ ବିରୋଧରେ ୨୦୧୧ରେ ସୃଷ୍ଟି ହୋଇଥିବା ଗୃହଯୁଦ୍ଧର ଉତ୍ପତ୍ତି ସ୍ଥଳ ଥିଲା ଦାରା ସହର। ଏହି ସହରର ପତନ ବିଦ୍ରୋହୀମାନଙ୍କ ପାଇଁ ବଡ଼ ସଫଳତା। ଜୋର୍ଡାନ ସୀମାକୁ ଲାଗିଥିବା ଏହି ପ୍ରାଦେଶିକ ରାଜଧାନୀ ସହରରେ ପ୍ରାୟ ୧୦ ଲକ୍ଷ ଲୋକ ବସବାସ କରୁଛନ୍ତି। ଖବର ଅନୁଯାୟୀ ଅସାଦଙ୍କ ସରକାର ୟୁଏଇ, ଇଜିପ୍ଟ, ଜୋର୍ଡାନ ଏବଂ ଇରାକ୍‌ରୁ ଅସ୍ତ୍ରଶସ୍ତ୍ର ଓ ଗୋଇନ୍ଦା ସହାୟତା ଚାହୁଁଛନ୍ତି। ଦେଶର ବୃହତ୍‌ କେନ୍ଦ୍ରଗୁଡ଼ିକରେ ସେନା ବିଦ୍ରୋହୀଙ୍କ ନିକଟରେ ଆତ୍ମସମର୍ପଣ କରିସାରିଲାଣି। ଅସାଦଙ୍କୁ ଦେଶ ଛାଡ଼ି ପଳାଇଯିବାକୁ କେତେକ ଆରବ ଅଧିକାରୀ ପରାମର୍ଶ ଦେଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ରାଜନୈତିକ କ୍ଷମତା ହସ୍ତାନ୍ତର ସୁନିଶ୍ଚିତ କରିବା ପାଇଁ ଜେନେଭାରେ ଜରୁରୀ ଆଲୋଚନା ନିମନ୍ତେ ଜାତିସଂଘର ସିରିଆ ପାଇଁ ଥିବା ସ୍ବତନ୍ତ୍ର ପ୍ରତିନିଧି ଗେଇର ପେଡେର୍ସେନ କହିଛନ୍ତି।
ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ହୟାତ୍‌ ତହରିର୍‌ ଅଲ୍‌-ଶାମ୍‌ (ଏଚ୍‌ଟିଏସ୍‌) ନେତୃତ୍ୱରେ ସିରିଆ ବିଦ୍ରୋହୀମାନେ ନଭେମ୍ବର ୨୭ରୁ ଅତର୍କିତ ଆକ୍ରମଣ ଆରମ୍ଭ କରିଥିଲେ। ସେମାନେ ଉତ୍ତର ଓ କେନ୍ଦ୍ରୀୟ ସିରିଆର ଅନେକ ଅଞ୍ଚଳକୁ ଦଖଲ କରିସାରିଲେଣି। ଦେଶର ପ୍ରମୁଖ ସହର ଆଲେପ୍ପୋ, ହମା ଏବଂ ଡେଇର୍‌ ଇଜୋର ଏବେ ସେମାନଙ୍କ ଅକ୍ତିଆରରେ। ବିଦ୍ରୋହୀମାନେ ଦେଶର ତୃତୀୟ ବୃହତ୍‌ ସହର ହୋମ୍ସର ନିକଟତର ହୋଇଛନ୍ତି। ଆକ୍ରମଣ ଯୋଗୁ ୧୫ ଲକ୍ଷ ଲୋକ ଘରଦ୍ୱାର ହରାଇପାରନ୍ତି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ସିରିଆ ସ୍ଥିତିର ରାଜନୈତିକ ସମାଧାନ ପାଇଁ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ତୁର୍କୀ ପ୍ରତିପକ୍ଷ ହାକନ ଫିଦଁାଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ସିରିଆ ସହ ତୁର୍କୀର ୯୧୧ କିଲୋମିଟର ସୀମା ରହିଥିବାବେଳେ ଏହି ଦେଶ ଅସାଦଙ୍କ ବହିଷ୍କାର ପାଇଁ ୨୦୧୧ ଗୃହଯୁଦ୍ଧ ଆରମ୍ଭ ସମୟରୁ ବିଦ୍ରୋହୀ ସଂଗଠନକୁ ସମର୍ଥନ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋର୍ଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଘରେ ଶୋଇଥିବା ବେଳେ କଳାକାନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଅଳଙ୍କାର ଲୁଟ୍‌

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତି ପ୍ରାୟ…

୧୦୮ ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଶିଶୁ କନ୍ୟା: ଫାର୍ମାସିଷ୍ଟଙ୍କ ମହାନତାକୁ ପ୍ରଶଂସା

ଗୁଣପୁର,୭।୭(ସୁଜାତା ପାଢ଼ୀ): ମାନବତା ଏବେ ବି ବଞ୍ଚିଛି । ରାୟଗଡା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ମହାନତା ଦେଖାଇ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଜାକର୍ତ୍ତା,୭।୭: ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସବିଆଣ୍ଟୋ ଘୋଷଣା କରିଛନ୍ତି, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘Bintang…

ବୈତରଣୀରେ ବଢ଼ୁଛି ବନ୍ୟା, ଧସୁଛି ନଦୀବନ୍ଧ: ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା

ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର…

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri