କିଏ ସେହି ପର୍ନ ଷ୍ଟାର୍‌, ଯାହାଙ୍କ ନାମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଯୋଡାଯାଉଛି

ଓ୍ବାଶିଂଟନ୍‌,୨୩।୮: ଚଳିତବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଇଛି। ଜଣେ ପର୍ଣ୍ଣ ତାରକା ଷ୍ଟୋର୍ମି ଡାନିଏଲ୍ସଙ୍କୁ ୩୩ ଲକ୍ଷ କ୍ଷତିପୂରଣ ଦେବେ ବୋଲି କାର୍ନଫର୍ନିଆର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାଣନ୍ତୁ ଏହି ପର୍ଣ୍ଣ ତାରକା କିଏ ଏବଂ ଟ୍ରମ୍ପଙ୍କୁ କାହିଁକି କ୍ଷତିପୂରଣ ଦେବାକୁ ପଡିବ।

ପ୍ରାୟ ୪୧ ବର୍ଷ ବୟସ୍କା ଷ୍ଟୋର୍ମି ଡାନିଏଲ୍ସ ଜଣେ ଆମେରିକୀୟ ପର୍ଣ୍ଣ ତାରକା ଏବଂ ଲେଖକ। ତାଙ୍କର ପ୍ରକୃତ ନାମ ଷ୍ଟେୟଫାନି କିଲଫୋର୍ଡ। ୧୯୭୯ରେ ଜନ୍ମ ହୋଇଥିବା ଷ୍ଟୋର୍ମିଙ୍କର ପିଲାଦିନ ସଂଘର୍ଷମୟ ଥିଲା। ତାଙ୍କୁ ମାତ୍ର ୩ ବର୍ଷ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଛାଡପତ୍ର ହୋଇଥିଲା। ଏହା ପରେ, ତାଙ୍କ ମାଙ୍କ ସହ ରହୁଥିବା ଷ୍ଟୋର୍ମି ଅଧ୍ୟୟନ ସମୟରେ ସାମ୍ବାଦିକ ହେବାର ସ୍ବପ୍ନ ଦେଖିଥିଲେ। ପାଠ ସମୟରେ ଏକ ଷ୍ଟଲରେ ସେ ରିସେପ୍ସନିଷ୍ଟ ଭାବରେ କାର୍ଯ୍ୟ କରିଥିଲେ। ଏହାପରେ ପ୍ରଥମେ ଏକ କ୍ଲବରେ ଏକ ଶୋ କରିଥିଲେ, ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା। ପରେ ସେ ଧୀରେ ଧୀରେ ଲୋକପ୍ରିୟ ହେବାକୁ ଲାଗିଲେ। ଏହି ସମୟରେ ସେ ତାଙ୍କର ପ୍ରକୃତ ନାମ ବଦଳାଇ ଷ୍ଟୋର୍ମି ଡାନିଏଲ୍ସ ରଖିଲେ। ଟ୍ରମ୍ପଙ୍କୁ ନେଇ ଷ୍ଟୋର୍ମିଙ୍କୁ ଅଧିକ ଚର୍ଚ୍ଚା କରାଯାଇଥିଲା। ଟ୍ରମ୍ପଙ୍କ ସହ ତାଙ୍କ ଆଫେୟାର୍‌ ଥିବା ସେ ଦାବି କରୁଥିଲେ।
୨୦୧୭ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ଓକିଲ ମାଇକେଲ କୋହେନ ଷ୍ଟୋର୍ମୀଙ୍କୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରିଥିଲେ। ଷ୍ଟର୍ମୀଙ୍କ ଅନୁଯାୟୀ ଟ୍ରମ୍ପଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା ନ କରିବାକୁ ଓକିଲ ତାଙ୍କୁ ଏହି ରାଶି ପ୍ରଦାନ କରିଥିଲେ। ତେବେ ଟ୍ରମ୍ପଙ୍କ ଓକିଲ ଏହାକୁ ଅସ୍ବୀକାର କରିଥିଲେ। ଅବଶ୍ୟ ପରେ ଓକିଲ ସ୍ବୀକାର କରିଥିଲେ ଯେ ସେ କୌଣସି ସେଟେଲମେଣ୍ଟ୍‌ ପାଇଁ ନିଜ ପକେଟ୍‌ରୁ ଷ୍ଟୋର୍ମୀଙ୍କୁ ଟଙ୍କା ଦେଇଛନ୍ତି। ଷ୍ଟୋର୍ମିଙ୍କ ଅନୁଯାୟୀ, ସେ ଯେଉଁ କାଗଜରେ ପାଟି ବନ୍ଦ ରଖିବା ପାଇଁ ଦସ୍ତଖତ କରିଥିଲେ, ସେଥିରେ ଟ୍ରମ୍ପର କୌଣସି ଦସ୍ତଖତ ନ ଥିଲା। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଓକିଲ ସେମାନଙ୍କୁ ପାଟି ବନ୍ଦ କରିବାକୁ କହୁଛନ୍ତି। ଏଥିପାଇଁ ସେ ଭୟଭୀତ ଅଛନ୍ତି। ୨୦୧୮ରେ ଏକ ଆମେରିକୀୟ ଟିଭି ଏବଂ ନ୍ୟୁଜ ଚ୍ୟାନେଲ ଷ୍ଟୋର୍ମିଙ୍କ ୬୦ ମିନିଟର ସାକ୍ଷାତକାର ନେଇଥିଲା। ଏହି ସମୟରେ ସେ କହିଥିଲେ ଯେ ଟ୍ରମ୍ପ ଏବଂ ତାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଅଛି। ପରେ ତାଙ୍କୁ ଓହିଓ ପୋଲିସ ଗିରଫ କରିଥିଲା। ସେ ଯେଉଁ କ୍ଲବରେ କାମ କରନ୍ତି ସେଠାରେ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଗିରଫ କରିବା ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ଷ୍ଟୋର୍ମିଙ୍କ ଓକିଲ ଅଭିଯୋଗ କରିଥିଲେ। ପରେ ଏହାର ଶୁଣାଣି ମଧ୍ୟ କୋର୍ଟରେ ଖାରଜ ହୋଇଯାଇଥିଲା। ବର୍ତ୍ତମାନ କୋର୍ଟ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ମାମଲାବେଳେ ଖର୍ଚ୍ଚ ହୋଇଥିବା ୩୩ ଲକ୍ଷ ଟଙ୍କା କ୍ଷତିପୂରଣ ଷ୍ଟୋର୍ମିଙ୍କୁ ଦେବେ। ଏହି ନିଷ୍ପତ୍ତି ପରେ ଷ୍ଟୋର୍ମି ଡାନିଏଲ୍ସ ଟୁଇଟ କରି କହିଛନ୍ତି- ହଁ, ଆଉ ଏକ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

ଅଣୁଅସ୍ତ୍ର ବ୍ୟବହାର କରିବନି ରୁଷିଆ

ମସ୍କୋ,୬।୫: ୟୁକ୍ରେନ୍‌ ବିରୋଧରେ ରୁଷିଆ ଅଣୁଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି। ରୁଷିଆର ଆଣବିକ ଅସ୍ତ୍ର ବ୍ୟବହାର...

ସଂସଦରେ ପର୍ନ ଦେଖୁଥିବାବେଳେ ଧରାପଡିଲେ ଏମ୍‌ପି

ବ୍ୟାଙ୍କ୍‌କ,୧୮।୯: ଥାଇଲାଣ୍ଡର ସଂସଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଗୁରୁବାର ଏଠାରେ ବଜେଟ ଉପସ୍ଥାପନ କରାଯାଇଥିଲା। ଏହି ସମୟ ମଧ୍ୟରେ ଜଣେ ଏମ୍‌ପି ମୋବାଇଲରେ ପର୍ନ...

ଟ୍ରମ୍ପ୍‌ଙ୍କୁ ହସ୍ପିଟାଲରୁ ଛୁଟି: ଫେରିଲେ ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ, ୬।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ସେ କରୋନାରୁ ସୁସ୍ଥ ହୋଇ ହ୍ବାଇଟ୍‌ ହାଉସ୍‌ ଫେରିଛନ୍ତି। ଶୀଘ୍ର କାମରେ ଯୋଗଦେବେ...

ବିବାଦରେ ନେତାନ୍ୟାହୁ ବାପପୁଅ

ଜେରୁଜେଲମ୍‌,୨୯ା୭ : ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇ କୋର୍ଟକୁ ଧାଉଁଥିବାବେଳେ ତାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଛି।...

ଦିନକରେ ୮୧ ଜଣଙ୍କୁ ଫାଶୀ…

ରିୟାଦ, ୧୨।୩ : ସୌଦି ଆରବରେ ଗୋଟିଏ ଦିନରେ ୮୧ ଜଣଙ୍କୁ ଫାଶୀ ଦିଆଯାଇଛି। ସ୍ଥାନୀୟ ମିଡ଼ିଆ ଅନୁସାରେ ଏସମସ୍ତଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ...

ହଜାର ହଜାର ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ଟ୍ରମ୍ପ୍‌: ନିର୍ବାଚନରେ ନିଜ ସ୍ବାର୍ଥ ହାସଲକୁ ଦେଉଛନ୍ତି ଗୁରୁତ୍ୱ

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଦାର୍ଶନିକ ନୋଆମ୍‌ ଚୋମ୍‌ସ୍କେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରେ ଗୁରୁତର ଅଭିଯୋଗ...

ଯୁଦ୍ଧରେ ୧୬,୪୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ…

କ୍ୱିଭ୍‌, ୨୬।୩ : ୟୁକ୍ରେନରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧରେ ୧୬,୪୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ଖବର କାଗଜ ଦ...

କ୍ଷୀର ଲିଟର ୨୦୦୦ ଟଙ୍କା, କପେ ଚା’ ଦାମ୍‌ ଶହେ…

କଲମ୍ବୋ, ୯।୪ : ଶ୍ରୀଲଙ୍କା ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ କ୍ଷୀର ଲିଟର ୨୦୦୦ ଟଙ୍କା ଛୁଇଁଥିବାବେଳେ କପେ ଚା’ ଦାମ୍‌ ଶହେ...

Advertisement
Archives

Model This Week