Posted inଖେଳ

୯ ମାସ ପରେ ପ୍ରଥମ ମ୍ୟାଚ୍‌ ଜିତିଲେ ଏହି ମହାନ୍‌ ଖେଳାଳି

ନ୍ୟୁୟର୍କ,୨୩।୮ (ଏପି): ବ୍ରିଟେନ ଟେନିସ ତାରକା ଆଣ୍ଡି ମୁରେ ଦୀର୍ଘ ୯ ମାସ ପରେ ପ୍ରଥମ ମ୍ୟାଚ୍‌ ଖେଳିଛନ୍ତି ଓ ଏଥିରେ ବିଜୟୀ ହୋଇଛନ୍ତି। ୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ମୁରେ ଏଠାରେ ଆରମ୍ଭ ହୋଇଥିବା ଓ୍ବେଷ୍ଟର୍ନ ଓ ସଦର୍ନ ଓପନ୍‌ର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଫ୍ରାନ୍‌ସେସ୍‌ ଟିଆଫୋଙ୍କୁ ଭେଟିଥିଲେ। ଟିଆଫୋଙ୍କୁ ସେ ୭-୬. ୩-୬, ୬-୧ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶାରୀରିକ ଭାବେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଏହି ଟୁର୍ନାମେଣ୍ଟ ମାର୍ଚ୍ଚରେ ବାତିଲ ହୋଇଥିଲା। ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ଓହିଓରୁ ନ୍ୟୁୟର୍କକୁ ସ୍ଥାନାନ୍ତର ହୋଇଥିଲା। ଦ୍ୱିତୀୟ ରାଉଣ୍ଡରେ ମୁରେ ଏବେ ପଞ୍ଚମ ସିଡ୍‌ ଆଲେକଜାଣ୍ଡର ଜେଭ୍‌ରେଭଙ୍କୁ ଭେଟିବେ। ଶନିବାର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ଅନ୍ୟ ଖେଳାଳିମାନେ ହେଲେ କେଭିନ ଆଣ୍ଡରସନ, କାନାଡାର ମିଲୋସ ରାଓନିକ୍‌, ଫେଲିକ୍ସ ଅଗର-ଅଲିଆଜିମ ଓ ଡେନିସ୍‌ ଶାପାଲୋଭ ଏବଂ ଆମେରିକାର ଟେଲଣ ଫ୍ରଜ୍‌ ଓ ରିଲେି ଓପେଲ୍‌କା। ୨୦୧୮ରେ ମୁରେ ଅଣ୍ଟାରେ ଅସ୍ତ୍ରୋପଚାର କରାଇବା ପରେ ପୁଣି ଥରେ ୨୦୧୯ରେ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କୁ ଟପିଲେ ଗିଲ୍‌

ଦୁବାଇ,୨୨ା୩: ଆଇସିସି ଦିନିକିଆ ବୋଲର ର଼୍ୟାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନରେ ରହିଥିବା ମହମ୍ମଦ ସିରାଜ ତୃତୀୟ ସ୍ଥାନକୁ ଖସିଛନ୍ତି। ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ୍‌ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ପ୍ରଥମ...

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇ ସିଟି ବିଜୟୀ

ଭାସ୍କୋ,୨୩।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସି ୧-୦ ଗୋଲରେ ଇଷ୍ଟ ବେଙ୍ଗଲ୍‌ ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ...

ଅଷ୍ଟ୍ରେଲିଆନ ଓପନ୍‌ ଟେନିସ୍‌: କ୍ୱାର୍ଟରରେ ସେରେନା, ହାଲେପ, ଓସାକା

ମେଲବୋର୍ନ,୧୫।୨: ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟ ରବିବାର ସପ୍ତମ ଦିବସରେ ପ୍ରବେଶ କରିଛି। ବର୍ଷର ଏହି ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ...

ଇଂଲଣ୍ଡକୁ ଜିତିବାକୁ ହେଲେ ବଦଳାଇବାକୁ ପଡିବ ୧୪୧ ବର୍ଷର ଇତିହାସ

ଓଭାଲ,୬।୯: ଚମତ୍କାର ବ୍ୟାଟିଂ କରି ଚତୁର୍ଥ ଟେଷ୍ଟରେ ଟିମ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରିଛି। ଦ୍ୱିତୀୟ ଇନିଂସରେ ୩୬୮ ରନ ସଂଗ୍ରହ କରିଥିଲା। ଭାରତ ଇଂଲଣ୍ଡକୁ ୩୬୮...

ଦୁବାଇ ଓପନ ଖେଳିବେ ସାନିଆ

ଦୁବାଇ, ୧୮ା୨ (ପି.ଟି.)- ଚଳିତ ଦୁବାଇ ଓପନ ଟେନିସ ପ୍ରତିଯୋଗିତାରେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ଖେଳ ବୁଧବାର ଦେଖିବାକୁ ମିଳିବ। ପେଣ୍ଡା ଇଞ୍ଜୁରିରୁ...

ୟୁଏସ୍‌ ଓପନ୍‌: ବିପର୍ଯ୍ୟୟ: କ୍ୱାର୍ଟରରୁ ଫେଡରରଙ୍କ ବିଦାୟ

ନ୍ୟୁୟର୍କ, ୫।୯ (ଏଏଫ୍‌ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ର କ୍ୱାର୍ଟର ଫାଇନାଲରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି।...

ଭାରତକୁ ପ୍ରଶଂସାରେ ପୋତି ପକାଇଲା ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ

ମେଲବୋର୍ଣ୍ଣ, ୨୦।୧:ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ ଭାରତୀୟ ଦଳକୁ ଚାରିଆଡୁ ପ୍ରଶଂସା ମିଳିଛି। ଭାରତୀୟ ଦଳର ସାହସ, ଦୃଢତା ଏବଂ ଦକ୍ଷତା...

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ: ସୂର୍ଯ୍ୟ, ରାଜୀବ, ଆଶୁତୋଷ, ଦୀନେଶଙ୍କ ଶତକ; ସୁଦୀପ, ସୁବାଶିଷଙ୍କୁ ୫ ଉଇକେଟ

ଭୁବନେଶ୍ୱର,୨୪।୧(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର...

Advertisement
Archives

Model This Week